Add parallel Print Page Options

14 ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହକୁ ଜ୍ଞାନ ବଳରେ ଗଢ଼େ। ମାତ୍ର ଅଜ୍ଞାନୀ ସ୍ତ୍ରୀ ତା’ର ଅଜ୍ଞାନତାରେ ସ୍ୱହସ୍ତରେ ତା’ର ଗୃହକୁ ଧ୍ୱଂସ କରେ।

ଯେଉଁ ଜନ ଆପଣା ସରଳତାରେ ଆଚରଣ କରେ, ସେ ସଦାପ୍ରଭୁଙ୍କୁ ଭୟ କରେ, ମାତ୍ର ଅସାଧୁ ଲୋକ ସଦାପ୍ରଭୁଙ୍କୁ ଘୃଣା କରେ।

ଅଜ୍ଞାନର କଥା ସର୍ବଦା ସମସ୍ୟା ଆଣେ, କିନ୍ତୁ ଜ୍ଞାନବାନର କଥା ତାହାକୁ ସୁରକ୍ଷା ଦିଏ।

ଯଦି ଗୋରୁଗୁଡ଼ିକ ସେଠାରେ ନାହାନ୍ତି, କାର୍ଯ୍ୟ ପାଇଁ ଶସ୍ୟ ଘର ଶୂନ୍ୟ ଅଟେ, ମାତ୍ର ଷଣ୍ଢମାନଙ୍କର ଶକ୍ତି ବଡ଼ ଅମଳ ଆଣିଥାଏ।

ବିଶ୍ୱସ୍ତ ସାକ୍ଷୀ ମିଥ୍ୟା କହେ ନାହିଁ, ମାତ୍ର ମିଥ୍ୟାବାଦୀ ସାକ୍ଷୀ ମିଥ୍ୟାଚରଣ କରେ।

ନିନ୍ଦୁକମାନେ ଜ୍ଞାନ ଲୋଡ଼ିଲେ ପାଆନ୍ତି ନାହିଁ, ମାତ୍ର ବୁଦ୍ଧିମାନ୍ ପାଇଁ ବିଦ୍ୟା ସହଜ ଅଟେ।

ମୂର୍ଖ ଲୋକର ବନ୍ଧୁ ହୁଅ ନାହିଁ, ତା’ଠାରୁ ଶିକ୍ଷା ପାଇବାକୁ କିଛି ନ ଥାଏ।

ଚତୁର ଲୋକମାନେ ଜ୍ଞାନୀ, କାରଣ ସେମାନେ ଯେପରି ଭାବରେ ରହନ୍ତି, ସେପରି ଚିନ୍ତା କରନ୍ତି। କିନ୍ତୁ ମୂର୍ଖମାନଙ୍କର ନିର୍ବୋଧତା ଏହି ଯେ, ଅନ୍ୟମାନଙ୍କୁ ଠକି କିପରି ବଞ୍ଚିବେ ସେହି କଥା ଭାବନ୍ତି।

ଅଜ୍ଞାନୀମାନେ ଦୋଷକୁ କୌତୁକ ବୋଲି ଗ୍ରହଣ କରନ୍ତି, ମାତ୍ର ସରଳ ଲୋକମାନଙ୍କ ନିକଟରେ ଅନୁଗ୍ରହ ଥାଏ।

10 ଯଦି ଜଣେ ଲୋକ ଦୁଃଖ କରେ, ତା’ର ଅନ୍ତରର ବେଦନା ଅନ୍ୟ କେହି ଜାଣନ୍ତି ନାହିଁ; ସେହିପରି ଜଣେ ଲୋକ ଆନନ୍ଦ ପାଇଲେ ତା’ର ଆନନ୍ଦ ଅନ୍ୟ କେହି ଅନୁଭବ କରିପାରେ ନାହିଁ।

11 ଦୁଷ୍ଟମାନଙ୍କର ଗୃହ ନିପାତ ହେବ, ମାତ୍ର ସରଳ ଲୋକମାନଙ୍କର ଗୃହ ଉନ୍ନତ ହେବ।

12 ମନୁଷ୍ୟର ଦୃଷ୍ଟିରେ ଯେକୌଣସି ପଥ ସରଳ ଦେଖାଯାଏ ତାହା ଶେଷରେ ମୃତ୍ୟୁର ପଥ ହୋଇଥାଏ।

13 ଏପରିକି ହସୁଥିବା ବେଳେ ହୃଦୟ ବ୍ୟଥା କରିପାରେ ଏବଂ ଖୁସୀର ସମାପ୍ତି ଦୁଃଖର ହୋଇପାରେ।

14 ଦୁଷ୍ଟ ଲୋକମାନେ ତାଙ୍କର କର୍ମଫଳ ଅନୁସାରେ ଦଣ୍ଡ ଭୋଗ କରିବେ, ମାତ୍ର ଧାର୍ମିକ ଲୋକେ ତାଙ୍କର ଉତ୍ତମ କାର୍ଯ୍ୟ ପାଇଁ ପୁରସ୍କୃତ ହେବେ।

15 ନିର୍ବୋଧ ଯାହାସବୁ ଶୁଣେ, ବିଶ୍ୱାସ କରେ, ମାତ୍ର ଜ୍ଞାନୀମାନେ ପ୍ରତ୍ୟେକ କଥାକୁ ଅନୁଶୀଳନ କରନ୍ତି।

16 ଜ୍ଞାନୀ ଲୋକମାନେ ସଦାପ୍ରଭୁଙ୍କୁ ସମ୍ମାନ କରନ୍ତି ଏବଂ କୁକର୍ମକୁ ଘୃଣା କରନ୍ତି। ମାତ୍ର ଅଧାର୍ମିକମାନେ ଦାମ୍ଭିକଭାବ ବହି ଦୁଃସାହସୀ ହୁଅନ୍ତି।

17 ଜଣେ ଯିଏ ହଠାତ୍ କ୍ରୋଧିତ ହୁଏ, ମୂର୍ଖାମୀର କାର୍ଯ୍ୟ କରେ, କିନ୍ତୁ ଜଣେ ବ୍ୟକ୍ତି ଯିଏ ମନ୍ଦ ଯୋଜନା କରେ ସେ ଘୃଣିତ ହୁଏ।

18 ଅନଭିଜ୍ଞ ଲୋକମାନେ ନିର୍ବୋଧ ହୋଇ ରହିବେ। କିନ୍ତୁ ଜ୍ଞାନୀ ଲୋକମାନେ ଜ୍ଞାନରେ ବିଭୂଷିତ ହେବେ।

19 ମନ୍ଦ ଲୋକମାନେ ଉତ୍ତମ ଲୋକମାନଙ୍କ ଆଗରେ ପରାସ୍ତ ହୋଇ ମଥାନତ କରିବେ ଏବଂ ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କ ଆଗରେ ମଥାନତ କରିବେ।

20 ଦରିଦ୍ର ଆପଣା ପ୍ରତିବାସୀରେ ହିଁ ଘୃଣିତ ହୁଅନ୍ତି, ମାତ୍ର ଧନବାନର ଅନେକ ବନ୍ଧୁ ଥା’ନ୍ତି।

21 ଯେଉଁ ଲୋକ ପ୍ରତିବାସୀକୁ ତୁଚ୍ଛ ବୋଧ କରେ, ସେ ପାପ କରେ ମାତ୍ର ଯେଉଁ ଜନ ଦରିଦ୍ରକୁ ଦୟା କରେ, ସେ ଧନ୍ୟ।

22 ଯେଉଁମାନେ ଅନ୍ୟର ଅନିଷ୍ଟ ଚିନ୍ତା କରନ୍ତି, ସେମାନେ ପଥଭ୍ରଷ୍ଟ ହୁଅନ୍ତି। କିନ୍ତୁ ଯେଉଁମାନେ ଅନ୍ୟର ଭଲ ଚିନ୍ତା କରନ୍ତି ସେଠାରେ ସତ୍ୟ ଓ ଦୟା ଥାଏ।

23 ପ୍ରତ୍ୟେକ କଠିନ ପରିଶ୍ରମର ପୁରସ୍କାର ଅଛି, କିନ୍ତୁ ଯଦି ଜଣେ ବ୍ୟକ୍ତି କେବଳ କଥା କହିବା ଗ୍ଭଲୁରଖେ, ଏହା ତାକୁ ଦରିଦ୍ରତା ଆଡ଼କୁ ଆଗେଇ ନିଏ।

24 ଜ୍ଞାନୀମାନଙ୍କ ମୁକୁଟ ସେମାନଙ୍କର ଧନ, ପୁଣି ମୂର୍ଖମାନଙ୍କର ଅଜ୍ଞାନତା କେବଳ ଅଜ୍ଞାନତା।

25 ସତ୍ୟ ସାକ୍ଷୀ ତା’ର ପ୍ରାଣ ରକ୍ଷା କରେ, ମାତ୍ର ମିଥ୍ୟା ପ୍ରବଞ୍ଚନା ଜନକ।

26 ସଦାପ୍ରଭୁ ବିଷୟକ ଭୟ ଦୃଢ଼ ଶରଣ ଭୂମି। ଆଉ ତାଙ୍କର ସନ୍ତାନମାନେ ସେଠାରେ ଆଶ୍ରୟସ୍ଥାନ ପାଇବେ।

27 ସଦାପ୍ରଭୁଙ୍କର ସମ୍ମାନ ଜୀବନର ଝର ସ୍ୱରୂପ। ଏହା ମୃତ୍ୟୁର ଫାନ୍ଦରୁ ଲୋକଙ୍କୁ ରକ୍ଷା କରେ।

28 ଅଧିକ ଜନସଂଖ୍ୟା ରାଜାଙ୍କର ଗୌରବ ଅଟେ। ପ୍ରଜାମାନଙ୍କର ଅଭାବ ରାଜାଙ୍କର ବିନାଶ ଆଣେ।

29 ଯେ କ୍ରୋଧରେ ଧୀର, ସେ ବଡ଼ ଜ୍ଞାନୀ। ଜଣେ ଯିଏ ହଠାତ୍ ରାଗେ, ସେ ଅଜ୍ଞ ବୋଲି ଦର୍ଶାଏ।

30 ଶାନ୍ତ ଅନ୍ତଃକରଣ ଦେହର ଜୀବନ ସ୍ୱରୂପ, ପୁଣି ଈର୍ଷା ହାଡ଼ର କ୍ଷୟ ସ୍ୱରୂପ।

31 ଯେଉଁ ଲୋକ ଦୀନହୀନ ପ୍ରତି ଉପଦ୍ରବ କରେ, ସେ ତା’ର ସୃଷ୍ଟିକର୍ତ୍ତାଙ୍କୁ ଅପମାନିତ କରେ। କିନ୍ତୁ ଯିଏ ଦରିଦ୍ରକୁ ଦୟାକରେ, ସେ ତା’ର ନିର୍ମାଣ କର୍ତ୍ତା ସମ୍ମାନ ବ୍ୟକ୍ତି ହୁଏ।

32 ଦୁଷ୍ଟଲୋକ ଆପଣା ମନ୍ଦ କର୍ମରେ ତଡ଼ି ଦିଆଯାଏ, ମାତ୍ର ମରଣକାଳରେ ଧାର୍ମିକର ଆଶ୍ରୟ ଥାଏ।

33 ଜ୍ଞାନ ବୁଦ୍ଧିମାନର ହୃଦୟରେ ଥାଏ, ମାତ୍ର ମୂର୍ଖମାନଙ୍କ ମଧ୍ୟରେ ଏହା ନ ଥାଏ।

34 ଧାର୍ମିକତା ରାଜ୍ୟକୁ ଉନ୍ନତି ଆଣିଥାଏ, ମାତ୍ର ପାପ ଯେକୌଣସି ଦେଶର ଅପମାନ ଅଟେ।

35 ବୁଦ୍ଧିମାନ ଦାସ ରାଜାଙ୍କର ଅନୁଗ୍ରହର ପାତ୍ର, ପୁଣି ଯେ ଲଜ୍ଜା ଜନ୍ମାଏ ତାହା ପ୍ରତି ସେ କ୍ରୋଧ କରନ୍ତି।