Add parallel Print Page Options

ଉପକ୍ରମ

ଏହି ହିତୋପଦେଶଗୁଡ଼ିକ ହେଉଛି, ଦାଉଦଙ୍କର ପୁତ୍ର ଶଲୋମନଙ୍କର। ଶଲୋମନ ଇସ୍ରାଏଲର ରାଜା ଥିଲେ। ଏହି ହିତୋପଦେଶ ଲୋକମାନଙ୍କୁ ବୁଦ୍ଧିମାନ କରିବ। ଏବଂ ସେମାନେ ଜାଣି ପାରିବେ କେଉଁ କାର୍ଯ୍ୟଟି ଠିକ୍। ଜ୍ଞାନ ଓ ଉପଦେଶ ବୁଝିବାକୁ ଏହି ବାକ୍ୟମାନ ସାହାଯ୍ୟ କରିବ। ଏହି ଉପଦେଶ ଲୋକମାନଙ୍କର ନିର୍ଦ୍ଦେଶ ଠିକ୍ ବାଟରେ କରିବ। ଏହା ଦ୍ୱାରା ଲୋକମାନେ ସଚ୍ଚୋଟତା, ସାଧୁତା ଓ ନ୍ୟାୟ ଶିକ୍ଷା କରିବେ। ଏହି ଉପଦେଶଗୁଡ଼ିକ ସେହି ଲୋକମାନଙ୍କୁ ଶିକ୍ଷା ଦେଇ ପାରିବ, ଯେଉଁମାନେ କି ଜ୍ଞାନ ଆହରଣ କରିବାକୁ ଗ୍ଭହାନ୍ତି। ଏହି ଉପଦେଶଗୁଡ଼ିକ ଯୁବା ଲୋକମାନଙ୍କୁ ଜ୍ଞାନ ଓ ଏହାକୁ କିପରି ବ୍ୟବହାର କରିବାକୁ ହୁଏ ସେମାନଙ୍କୁ ଶିକ୍ଷା ଦିଏ। ଏପରିକି ବୁଦ୍ଧିମାନ ଲୋକମାନେ ଏହି ବାକ୍ୟଗୁଡ଼ିକ ଶୁଣିବା ଉଚିତ୍। ଏଥିରୁ ସେମାନେ ବହୁଜ୍ଞାନ ଲାଭ କରିବେ। ଶିକ୍ଷିତ ଲୋକମାନେ ଏପରିକି ଅଧିକ ବୁଝାମଣା ଶକ୍ତି ପାଇବେ। ଯେଉଁ ଲୋକମାନେ, ଯିଏ କି ଏହି ହିତୋପଦେଶ ଶୁଣନ୍ତି, ଜ୍ଞାନୀଲୋକ କହି ଯାଇଥିବା କଥା ବୁଝିବାରେ ସକ୍ଷମ ହେବେ ଏବଂ ଗୁପ୍ତ ରହିଥିବା ଗଳ୍ପର ଅର୍ଥ ମଧ୍ୟ ବୁଝିପାରିବେ। ସେମାନେ ଜ୍ଞାନୀମାନଙ୍କର କହିଥିବା ହିତଜନକ ପରାମର୍ଶ ବୁଝିପାରିବେ।

ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ୟ ମାନି ଚଳିବା ଜଣେ ବ୍ୟକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥିରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ବୋଧଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି।

ଶଲୋମନ ତାଙ୍କ ପୁତ୍ରଙ୍କୁ ଉପଦେଶ ଦେଲେ

ହେ ମୋର ପୁତ୍ର, ତୁମ୍ଭର ପିତାଙ୍କର ଉପଦେଶ ଶୁଣ, ଯେତେବେଳେ ସେ ତୁମ୍ଭକୁ ଶୃଙ୍ଖଳିତ କରନ୍ତି ଏବଂ ତୁମ୍ଭ ମାତାଙ୍କର ଉପଦେଶ ପରିତ୍ୟାଗ କର ନାହିଁ। ତୁମ୍ଭର ପିତା ଓ ମାତା, ଯାହାକିଛି ଶିକ୍ଷା ଦିଅନ୍ତି, ସେହି ବାକ୍ୟଗୁଡ଼ିକ ତୁମ୍ଭର ପାଇଁ ଆଶୀର୍ବାଦ ଫୁଲମାଳ ପରି ଅଟେ ଏବଂ ତୁମ୍ଭର ଗଳା ପାଇଁ ହାର ଅଟେ।

10 ହେ ମୋର ପୁତ୍ର, ପାପୀମାନେ ପାପକର୍ମ କରିବାକୁ ଭଲ ପାଆନ୍ତି ଏବଂ ସେହିପରି ଲୋକମାନେ ତୁମ୍ଭକୁ କୁକାର୍ଯ୍ୟ କରାଇବାକୁ ପ୍ରବର୍ତ୍ତାଇବେ। ସେମାନଙ୍କୁ ତୁମ୍ଭର ସମ୍ମତି ଦିଅ ନାହିଁ। 11 ସେହି ଲୋକମାନେ ତୁମ୍ଭକୁ କହିପାରନ୍ତି, “ଆମ୍ଭମାନଙ୍କ ସହିତ ଆସ, ଆମ୍ଭେମାନେ ରକ୍ତପାତ କରିବାକୁ ଗ୍ଭହିଁ ବସୁ। ନିର୍ଦ୍ଦୋଷମାନଙ୍କୁ ବିନା କାରଣରେ ଧରିବାକୁ ଗୁପ୍ତରେ ଲୁଚି ରହୁ। 12 ଆମ୍ଭେମାନେ ସେମାନଙ୍କୁ ହତ୍ୟା କରିବା। ଆମ୍ଭେମାନେ ସେମାନଙ୍କୁ ମୃତ୍ୟୁର ସ୍ଥାନକୁ ପଠାଇବା। ଆମ୍ଭେମାନେ ସେମାନଙ୍କୁ ବିନାଶ କରି କବରକୁ ପଠାଇବା। 13 ଆମ୍ଭେମାନେ ତହିଁରୁ ସବୁପ୍ରକାର ବହୁମୂଲ୍ୟ ଧନ ପାଇବା। ଲୁଟିତ ଦ୍ରବ୍ୟରେ ଆମ୍ଭମାନଙ୍କର ଗୃହକୁ ପରିପୂର୍ଣ୍ଣ କରିବା। 14 ତେଣୁ ଆସ ଆମ୍ଭମାନଙ୍କ ସହିତ ଯୋଗ ଦିଅ, ଏବଂ ଆମ୍ଭେ ସମସ୍ତେ ଯାହା ପାଇବା ତାହା ବାଣ୍ଟ କରିବା।”

15 ହେ ମୋର ପୁତ୍ର, ଏପରି ଲୋକମାନଙ୍କୁ ଅନୁସରଣ କର ନାହିଁ। ଏପରି ପଥରେ ତୁମ୍ଭେ ପାଦ ଦିଅ ନାହିଁ। 16 ସେହି ପାପୀ ଲୋକମାନେ ସର୍ବଦା ପାପ କରିବାକୁ ପ୍ରସ୍ତୁତ ଥା’ନ୍ତି। ସେମାନେ ସର୍ବଦା ଲୋକମାନଙ୍କୁ ହତ୍ୟା କରିବାକୁ ଗ୍ଭହାନ୍ତି।

17 ପକ୍ଷୀମାନଙ୍କୁ ଧରିବା ପାଇଁ ଲୋକମାନେ ଜାଲ ବିଛାଇ ଥା’ନ୍ତି। କିନ୍ତୁ କୌଣସି ପକ୍ଷୀ ଆଗରେ ଜାଲ ବିଛାଇବା ବ୍ୟର୍ଥ ଅଟେ। 18 ତେଣୁ ଏହି ଲୋକମାନେ ଗୁପ୍ତରେ ଛକି ବସନ୍ତି ଅନ୍ୟମାନଙ୍କୁ ହତ୍ୟା କରିବା ପାଇଁ। କିନ୍ତୁ ବାସ୍ତବରେ ସେମାନେ ନିଜ ନିଜର ପ୍ରାଣକୁ ଧରିବା ପାଇଁ ଜାଲ ବିଛାଇଥା’ନ୍ତି। 19 ସମସ୍ତ ଧନ ଲୋଭୀର ଗତି ଏହିପରି। ତାହା ଧନର ଅଧିକାରୀମାନଙ୍କର ପ୍ରାଣ ନାଶ କରେ।

ଜଣେ ଉତ୍ତମ ସ୍ତ୍ରୀର ଜ୍ଞାନ

20 ଶୁଣ! ଜ୍ଞାନ ରାସ୍ତାଗୁଡ଼ିକ ଉପରେ ଉଚ୍ଚ ସ୍ୱରରେ ଡାକେ। ସର୍ବସାଧାରଣ ଛକଗୁଡ଼ିକରେ ତା’ର ସ୍ୱର ଶୁଣାଏ। 21 ସେ ଲୋକମାନଙ୍କର ପ୍ରଧାନ ସ୍ଥାନରେ ଡାକଇ। ନଗର ଦ୍ୱାରର ପ୍ରବେଶ ସ୍ଥାନରେ, ନଗର ମଧ୍ୟରେ ଆପଣାର ବାକ୍ୟ ଉଚ୍ଚାରଣ କରି କହେ।

22 “ହେ ନିର୍ବୋଧଗଣ। କେତେକାଳ ପର୍ଯ୍ୟନ୍ତ ତୁମ୍ଭେ ନିରର୍ଥକ କାର୍ଯ୍ୟ କରିବାକୁ ଭଲ ପାଇବ? କେତେକାଳ ପର୍ଯ୍ୟନ୍ତ ନିନ୍ଦୁକ ଜ୍ଞାନକୁ ପରିହାସ କରିବ? ହେ ମୂର୍ଖମାନେ ଆଉ କେତେକାଳ ବିଦ୍ୟାକୁ ଘୃଣା କରିବ? 23 ମୋର ବାକ୍ୟକୁ ସାବଧାନର ସହିତ ଶୁଣ। ମୁଁ ତୁମ୍ଭମାନଙ୍କୁ ଜାଣିଥିବା କଥାସବୁ କହିବି। ମୁଁ ଆପଣା ବାକ୍ୟସବୁ ତୁମ୍ଭମାନଙ୍କୁ ଜଣାଇବି।

24 “କିନ୍ତୁ ତୁମ୍ଭେମାନେ ମୋର ଶିକ୍ଷା ଶୁଣିବାକୁ ନାସ୍ତି କଲ। ମୁଁ ତୁମ୍ଭକୁ ସାହାଯ୍ୟ କରିବାକୁ ଚେଷ୍ଟା କଲି। ମୁଁ ହାତ ବଢ଼ାଇଲି କିନ୍ତୁ ତୁମ୍ଭେମାନେ ମୋର ସାହାଯ୍ୟ ଗ୍ରହଣ କରିବାକୁ ମନାକଲ। 25 ତୁମ୍ଭେମାନେ ମୋର ସମସ୍ତ ବାକ୍ୟକୁ ହେୟ ଜ୍ଞାନ କଲ। ମୋର କୌଣସି ଅନୁଯୋଗକୁ ଗ୍ଭହିଁଲ ନାହିଁ। 26 ତେଣୁ ମୁଁ ତୁମ୍ଭମାନଙ୍କର ବିପଦ ବେଳେ ହସିବି। ତୁମ୍ଭମାନଙ୍କର ଅସୁବିଧା ସମୟରେ ମୁଁ ପରିହାସ କରିବି। 27 ପ୍ରଚଣ୍ଡ ଝଡ଼ପରି ତୁମ୍ଭମାନଙ୍କର ଧ୍ୱଂସ ଆସିବ। ଏହା ତୁମ୍ଭକୁ ଆଘାତ କରିବ ଏବଂ ଘୂର୍ଣ୍ଣିବାୟୁ ପରି ତୁମ୍ଭକୁ ପୋଡ଼ି ପକାଇବ। ତୁମ୍ଭମାନଙ୍କର ଅସୁବିଧା ଓ ଦୁଃଖ ତୁମ୍ଭମାନଙ୍କର ବୋଝ ହେବ।

28 “ଯେତେବେଳେ ଏହିସବୁ ଘଟିବ, ତୁମ୍ଭେମାନେ ମୋର ସାହାଯ୍ୟ ଲୋଡ଼ିବ। କିନ୍ତୁ ମୁଁ ତୁମ୍ଭକୁ ସାହାଯ୍ୟ କରିବି ନାହିଁ। ତୁମ୍ଭେମାନେ ମୋତେ ଖୋଜିବ। କିନ୍ତୁ ତୁମ୍ଭେମାନେ ମୋତେ ପାଇବ ନାହିଁ। 29 ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରିବି ନାହିଁ, କାରଣ ତୁମ୍ଭେମାନେ ମୋର ଜ୍ଞାନ ଗ୍ରହଣ କଲ ନାହିଁ, ତୁମ୍ଭେମାନେ ଏହା ଘୃଣାକର। ସଦାପ୍ରଭୁଙ୍କୁ ସମ୍ମାନ ଦେବା ପାଇଁ ତୁମ୍ଭେମାନେ ନାସ୍ତି କଲ। 30 ତୁମ୍ଭେମାନେ ତୁମ୍ଭର ନିଜ ଇଚ୍ଛାରେ ବାସ କଲ, ତୁମ୍ଭେ ତୁମ୍ଭର ନିଜର ମନ୍ଦବ୍ୟବସ୍ଥାଗୁଡ଼ିକ ଅନୁସରଣ କଲ। ତେଣୁ ବର୍ତ୍ତମାନ ତୁମ୍ଭେ ନିଜ କର୍ମର ଫଳ ନିଶ୍ଚୟ ଗ୍ରହଣ କରିବ। 31 ନିର୍ବୋଧଲୋକମାନେ ନିର୍ବୋଧ ଜୀବନଶୈଳିରେ ପରିଗ୍ଭଳିତ ହୁଅନ୍ତି, ଯାହା ସେମାନଙ୍କୁ ବିନାଶ କରିବ। ନିର୍ବୋଧମାନେ କୁକର୍ମର ପ୍ରତିଫଳ ନିମନ୍ତେ ସେମାନେ ଧ୍ୱଂସ ପାଇବେ।

32 “କିନ୍ତୁ ଯେକେହି ମୋର କଥା ଶୁଣିବ, ସେ ସୁରକ୍ଷାରେ ପ୍ରବେଶ କରିବ। ତାହାର କେବେହେଲେ କୌଣସି ଦୁର୍ଭାଗ୍ୟ ନ ଥିବ। 33 ମାତ୍ର ଯେଉଁ ଲୋକ ମୋର ବାକ୍ୟ ମାନି ଚଳେ। ସେ ନିରାପଦରେ ବାସ କରିବ, ତା’ର ଅମଙ୍ଗଳ ହେବ ନାହିଁ।”