Add parallel Print Page Options

ଦାଉଦ ପଲେଷ୍ଟୀୟମାନଙ୍କ ସହିତ ବାସ କଲେ

27 କିନ୍ତୁ ଦାଉଦ ନିଜେ ଚିନ୍ତା କଲେ, “ମୁଁ ଦିନେ ଶାଉଲଙ୍କ ହାତରେ ଧରା ହେବି। ଏହା ସବୁଠୁ ଭଲ ହେବ। ମୁଁ ପଲେଷ୍ଟୀୟମାନଙ୍କ ଦେଶକୁ ଯାଇ ନିଜକୁ ରକ୍ଷା କରିବି। ତହିଁରେ ଶାଉଲ ଇସ୍ରାଏଲର ସମସ୍ତ ଅଞ୍ଚଳ ଖୋଜି ନିରାଶ ହେବ। ଏହିପରି ଭାବରେ ମୁଁ ତାଙ୍କର ହସ୍ତରୁ ରକ୍ଷା ପାଇବି।”

ତେଣୁ ଦାଉଦ ଓ ତାଙ୍କର 600 ଲୋକ ଇସ୍ରାଏଲ ପରିତ୍ୟାଗ କଲେ। ମାୟୋକର ପୁତ୍ର ଆଖୀଶ୍ ନାମକ ଗା‌ଥ୍‌ର ରାଜା ନିକଟକୁ ଗଲେ। ଦାଉଦ ଏବଂ ତାଙ୍କର ଲୋକମାନେ ଏବଂ ସେମାନଙ୍କର ପରିବାରମାନଙ୍କ ସହିତ ଆଖୀଶ୍ ନିକଟରେ ଗାଥ୍ ନଗରରେ ବାସ କଲେ। ଦାଉଦଙ୍କ ସହିତ ତାଙ୍କର ଦୁଇଜଣ ସ୍ତ୍ରୀ ବାସ କଲେ। ସେମାନେ ହେଲେ ଯିଷ୍ରିୟେଲୀରୁ ଅହୀନୋୟମ ଓ କର୍ମିଲର ଅବୀଗଲ। ଅବୀଗଲ ନାବଲର ବିଧବା ଥିଲା। ଲୋକମାନେ ଶାଉଲଙ୍କୁ କହିଲେ, ଦାଉଦ ଗା‌ଥ୍‌କୁ ପଳାଇ ଅଛି। ଏ କଥା ଜାଣିବା ପରେ ସେ ଆଉ ତାଙ୍କର ଅନ୍ୱେଷଣ କଲେ ନାହିଁ।

ଦାଉଦ ଆଖୀ‌ଶ୍‌‌କୁ କହିଲେ, “ଯଦି ତୁମ୍ଭେ ମୋ’ ପ୍ରତି ଖୁସୀ ତେବେ ମୋତେ ତୁମ୍ଭ ସହରରେ ଏକ ସ୍ଥାନ ଦିଅ। ମୁଁ କେବଳ ତୁମ୍ଭର ଦାସ ଓ ମୁଁ ସେଠାରେ ବାସ କରିବି, କିନ୍ତୁ ତୁମ୍ଭ ସହିତ ଏ ରାଜକୀୟ ସହରରେ ନୁହଁ।”

ସେହି ଦିନ ଆଖୀଶ୍ ଦାଉଦଙ୍କୁ ସିକ୍ଳଗ୍ ନଗର ଦେଲା ଏବଂ ସିକ୍ଳଗ୍ ନଗର ଅଦ୍ୟାପି ସିକ୍ଳଗ୍ ଯିହୁଦା ରାଜାମାନଙ୍କ ଅଧିକାରରେ ଅଛି। ଦାଉଦ ପଲେଷ୍ଟୀୟମାନଙ୍କ ସହିତ ଏକ ବର୍ଷ ଗ୍ଭରି ମାସ ବାସ କଲେ।

ରାଜା ଆଖୀ‌ଶ୍‌‌କୁ ଦାଉଦ ନିର୍ବୋଧ ବନାଇଲେ

ଦାଉଦ ଏବଂ ତାଙ୍କର ଲୋକମାନେ ଗଶୂରୀୟ, ଅମାଲେକୀୟ ଓ ଗିଷରୀୟ ଲୋକମାନଙ୍କୁ ଆକ୍ରମଣ କରୁଥା’ନ୍ତି। ଶୂରର ସନ୍ନିକଟ ଓ ମିଶର ପର୍ଯ୍ୟନ୍ତ ଯେଉଁ ଦେଶ, ସେଥି ମଧ୍ୟରୁ ପୂର୍ବକାଳରେ ସେଠାରେ ସେ ଲୋକମାନେ ବାସ କରୁଥିଲେ। ଦାଉଦ ସେ ଅଞ୍ଚଳର ଲୋକମାନଙ୍କୁ ପରାସ୍ତ କରି ସେମାନଙ୍କର ମେଷ, ଗାଈ, ବଳଦ, ଗଧ, ଓଟ, ଏବଂ ସେମାନଙ୍କର ଲୁଗାପଟା ଆଣି ଆଖୀ‌ଶ୍‌‌କୁ ଦେଉଥିଲେ। କିନ୍ତୁ ଦାଉଦ ସେମାନଙ୍କ ମଧ୍ୟରୁ କୌଣସି ଲୋକଙ୍କୁ ବଞ୍ଚିବାକୁ ଅନୁମତି ଦେଲେ ନାହିଁ।

10 ଦାଉଦ ଏହିପରି ପ୍ରତ୍ୟେକ ଥର କଲେ, ପ୍ରତ୍ୟେକ ଥର ଆଖୀଶ୍ ଦାଉଦଙ୍କୁ ପଗ୍ଭରୁ ଥିଲା, ତୁମ୍ଭେ ଆଜି କେଉଁଠାକୁ ଚଢ଼ାଉ କରିବା ପାଇଁ ଗଲ? ଦାଉଦ କହିଲେ, “ଆମ୍ଭେ ଯିହୁଦାର ଦକ୍ଷିଣ ଅଞ୍ଚଳ ଓ ଯିରହମେଲୀୟଙ୍କ ଦକ୍ଷିଣ ଅଞ୍ଚଳ ଓ କେନୀୟମାନଙ୍କ ଦକ୍ଷିଣ ଅଞ୍ଚଳ” ବିରୁଦ୍ଧରେ ଯୁଦ୍ଧ କଲୁ। 11 ଦାଉଦ କଦାପି ଗା‌ଥ୍‌କୁ ଆଣିବାକୁ କାହାରିକୁ ଜୀବିତ ରଖୁ ନ ଥିଲେ। ସେ ଭାବୁଥିଲେ, “ଯଦି ଆମ୍ଭେ ଲୋକକୁ ଜୀବିତ ଛାଡ଼ୁ, ସେ ଲୋକମାନେ ଆଖୀ‌ଶ୍‌‌କୁ ସବୁ କହି ଦେବେ, ବାସ୍ତବରେ ମୁଁ କ’ଣ କରୁଥିଲି।”

ସେ ସର୍ବଦା ଏହା କରୁଥିଲେ ସେ ଯେପର୍ଯ୍ୟନ୍ତ ପଲେଷ୍ଟୀୟ ଦେଶରେ ରହୁଥିଲେ। 12 ଆଖୀଶ୍ ଦାଉଦଙ୍କୁ ବିଶ୍ୱାସ କରି ନିଜକୁ ନିଜେ କହିଲା, “ବର୍ତ୍ତମାନ ଦାଉଦର ନିଜର ଲୋକମାନେ ତାଙ୍କୁ ଘୃଣା କରିବା ଆରମ୍ଭ କଲେଣି, ଇସ୍ରାଏଲୀୟମାନେ ଦାଉଦଙ୍କୁ ବହୁତ ଘୃଣା କରୁଛନ୍ତି ଏବଂ ବର୍ତ୍ତମାନ ଦାଉଦ ମୋର ଦାସ ହୋଇ ଚିରଦିନ ରହିବ।”