Add parallel Print Page Options

Disaster Is Coming to Jerusalem

ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟକୁ ଆସିଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ସଦାପ୍ରଭୁ ଇସ୍ରାଏଲ ଭୂମିକୁ କହନ୍ତି,

“ସମଗ୍ର ଦେଶର ସମାପ୍ତି ଆସିଯାଇଛି।
    ସମଗ୍ର ଦେଶ ଧ୍ୱଂସ ହେବାର
    ଅନ୍ତିମକାଳ ଆସିଯାଇଛି।
ବର୍ତ୍ତମାନ ତୁମ୍ଭର ଅନ୍ତିମକାଳ ଉପସ୍ଥିତ,
    ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆମ୍ଭ କ୍ରୋଧ ପ୍ରକାଶ କରିବା।
ତୁମ୍ଭର କର୍ମ ଅନୁସାରେ ତୁମ୍ଭର ବିଗ୍ଭର କରିବା
    ଓ ତୁମ୍ଭର ଘୃଣାଯୋଗ୍ୟ ସକଳ କର୍ମ ପାଇଁ ଆମ୍ଭେ ତୁମ୍ଭଙ୍କୁ ଦଣ୍ଡ ଦେବା।
ଆମ୍ଭେ ତୁମ୍ଭକୁ କୌଣସି ଦୟା ଦେଖାଇବା ନାହିଁ, ଆମ୍ଭେ ତୁମ୍ଭକୁ ଅନୁକମ୍ପା କରିବା ନାହିଁ।
    କିନ୍ତୁ ଆମ୍ଭେ ତୁମ୍ଭକୁ ତୁମ୍ଭର ମନ୍ଦକାର୍ଯ୍ୟ ପାଇଁ
ଓ ତୁମ୍ଭର ସମସ୍ତ ଘୃଣ୍ୟ ପ୍ରଥା ପାଇଁ ଦଣ୍ଡିତ କରିବା।
    ଯାହା ଫଳରେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ହିଁ ସଦାପ୍ରଭୁ।”

ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ଦେଖ, ଗୋଟିଏ ପରେ ଗୋଟିଏ ଅମଙ୍ଗଳ ଆସୁଅଛି। ଅନ୍ତିମ କାଳ ଆସୁଅଛି, ଯବନିକା ଆସୁଅଛି। ଏହା ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେଉଅଛି। ଏହା ତା’ର ବାଟରେ ଆସୁଅଛି। ହେ ଦେଶର ନିବାସୀଗଣ, ତୁମ୍ଭମାନଙ୍କର ଅନ୍ତିମ ଦଣ୍ଡ ଆସିଯାଇଛି। ସେହି ସମୟ ଆସୁଅଛି, ତୁମ୍ଭର ଶେଷ ବିଗ୍ଭର ଦିନ ଅତି ନିକଟ। ସେହି ଦିନଟି ସନ୍ଦେହର ଓ ବହୁତ ଦୁଃଖପ୍ରଦ ଅଟେ। ତାହା ପର୍ବତଗଣ ଉପରେ ଆନନ୍ଦ ଧ୍ୱନିର ଦିନ ନୁହେଁ। ବର୍ତ୍ତମାନ ଆମ୍ଭେ ଆପଣା କ୍ରୋଧକୁ ତୁମ୍ଭ ଉପରେ ପ୍ରୟୋଗ କରିବା। ଯେପର୍ଯ୍ୟନ୍ତ ଏହା ପ୍ରାଧାନ୍ୟ ସେ ନ କରିଛୁ ଏବଂ ତୁମ୍ଭର କର୍ମାନୁସାରେ ବିଗ୍ଭର ନ କରିବୁ। ଆମ୍ଭେ ତୁମ୍ଭର ମନ୍ଦ କର୍ମ ଯୋଗୁଁ ତୁମ୍ଭକୁ ଦଣ୍ଡିତ କରିବା। ଆମ୍ଭେ ତୁମ୍ଭକୁ କୌଣସି ଦୟା ଦେଖାଇବା ନାହିଁ କି ତୁମ୍ଭକୁ ଅନୁକମ୍ପା କରିବା ନାହିଁ। ଆମ୍ଭେ ତୁମ୍ଭକୁ ତୁମ୍ଭର ମନ୍ଦ କର୍ମ ଯୋଗୁଁ ଓ ତୁମ୍ଭ ମଧ୍ୟରେ ଥିବା ଘୃଣା ପ୍ରଥା ଯୋଗୁଁ ଦଣ୍ଡିତ କରିବା। ଏବଂ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଯିଏ ତୁମ୍ଭକୁ ଆଘାତ କରିଛନ୍ତି।

10 “ଦେଖ, ସେହି ଦିନ ଆସୁଅଛି। ତୁମ୍ଭର ଶେଷ ବିଗ୍ଭରାଜ୍ଞା ନିର୍ଗତ ହେଲା, ଯଷ୍ଟି ଅଙ୍କୁରିତ ଓ ପୁଷ୍ପିତ ହେଉଅଛି। ଅହଙ୍କାର ଅଙ୍କୁରିତ ହୋଇଅଛି। 11 ଜଣେ ଉଗ୍ର ବ୍ୟକ୍ତି ଏକ ଦୁଷ୍ଟ ଆଶାବାଡ଼ିରେ ପରିଣତ ହୋଇଅଛି, ସେ ସେମାନଙ୍କ ମଧ୍ୟରୁ ଜଣେ ନୁହେଁ, ସେମାନଙ୍କର ଜନଗହଳି ମଧ୍ୟରୁ ଜଣେ ନୁହେଁ, ସେମାନଙ୍କର ବଂଶଧରମାନଙ୍କ ମଧ୍ୟରୁ ଜଣେ ନୁହେଁ, ସେମାନଙ୍କର ନେତାମାନଙ୍କ ମଧ୍ୟରୁ ଜଣେ ନୁହେଁ।

12 “ସମୟ ଆସିଅଛି, ସେହି ଦିନ ନିକଟବର୍ତ୍ତୀ ହେଉଅଛି। କର୍ତ୍ତା ଆନନ୍ଦ ନ କରୁ ଓ ବିକ୍ରେତା ଶୋକ ନ କରୁ। କାରଣ ଭୟଙ୍କର ଦଣ୍ଡ ଜନଗହଳି ମଧ୍ୟରେ ଥିବା ପ୍ରତ୍ୟେକଙ୍କ ଉପରେ ଆସିଯାଇଛି। 13 ବିକ୍ରେତା ବିକ୍ରୟ କରିଥିବା ସମ୍ପତ୍ତିରୁ, ସେ ବଞ୍ଚିଥିବା ପର୍ଯ୍ୟନ୍ତ ସେମାନଙ୍କଠାରୁ ଫେରିପାଇବ ନାହିଁ। କାରଣ ଏହି ଦର୍ଶନ ସମସ୍ତ ଲୋକାରଣ୍ୟ ପାଇଁ ଉଦ୍ଧିଷ୍ଟ। ଏହା ବଦଳା ଯାଇପାରିବ ନାହିଁ। ସେମାନଙ୍କର ପାପ ସକାଶେ, କେହି ଆପଣା ଜୀବନକୁ ଧରି ରଖିବାକୁ ସକ୍ଷମ ହେବେ ନାହିଁ।

14 “ସେମାନେ ତୂରୀଗୁଡ଼ିକ ବଜାଇ ସମସ୍ତଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରିବେ। କିନ୍ତୁ ଯୁଦ୍ଧକୁ କେହି ଯିବେ ନାହିଁ କାରଣ ଆମ୍ଭର କ୍ରୋଧ ସମସ୍ତ ଜନଗହଳି ଉପରେ ଅଛି। 15 ବାହାରେ ଶତ୍ରୁର ‌‌ଖ‌ଡ଼୍‌ଗ ଓ ଭିତରେ ମହାମାରୀ ଓ ଦୁର୍ଭିକ୍ଷ ଅଛି। ଯେଉଁ ଲୋକ କ୍ଷେତ୍ରକୁ ଯିବ ସେ ‌‌ଖ‌ଡ଼୍‌ଗରେ ମରିବ ଓ ଯେ ନଗର ମଧ୍ୟରେ ରହିବ, ସେ ଦୁର୍ଭିକ୍ଷ ଓ ମହାମାରୀରେ ବିନାଶ ହେବ।

16 “କିନ୍ତୁ ସେମାନଙ୍କ ମଧ୍ୟରୁ ଯେଉଁମାନେ ରକ୍ଷା ପାଇବେ, ସେମାନେ ପର୍ବତ ଆଡ଼କୁ ଦୌଡ଼ିବେ। ଏବଂ ସେମାନେ ସେମାନଙ୍କର ପାପ ପାଇଁ ଶୋକ କରିବେ ଓ ପର୍ବତ ଉପରେ କରୁଣ ଭାବରେ ବିଳାପ କରିବେ, ଉପତ୍ୟକାରେ କପୋତ ବାହୁନିବା ପରି। 17 ସମସ୍ତଙ୍କର ହସ୍ତ ଏତେ ଦୁର୍ବଳ ହେବ ଯେ, ତାହା ଉପରକୁ ଉତ୍ତୋଳିତ ହେବ ନାହିଁ। ଆଉ ମଧ୍ୟ ସମସ୍ତଙ୍କର ଅଶ୍ରୁ ଜଳପରି ତରଳ ହେବ। 18 ଏବଂ ସେମାନେ ଚଟବସ୍ତ୍ର ପରିଧାନ କରିବେ। ସେମାନେ ଭୟରେ ଥରିବେ। ସମସ୍ତଙ୍କର ମୁଖ ଲଜ୍ଜାରେ ଆଚ୍ଛାଦିତ ହେବ ଓ ଦୁଃଖର ଚିହ୍ନ ସ୍ୱରୂପ ସେମାନେ ସେମାନଙ୍କର ମସ୍ତକ ଲଣ୍ଡିତ କରିବେ। 19 ସେମାନେ ନିଜ ନିଜର ରୂପାକୁ ଦାଣ୍ଡରେ ପକାଇ ଦେବେ ଓ ସେମାନଙ୍କର ସୁନା ଅଶୁଚି ବସ୍ତୁ ତୁଲ୍ୟ ହେବ। ସେ ସବୁ କିନ୍ତୁ ସେମାନଙ୍କୁ ସଦାପ୍ରଭୁ ଯେତେବେଳେ ତାଙ୍କର କ୍ରୋଧରେ ପ୍ରକାଶ କଲେ, ତାଙ୍କ କୋପରୁ ରକ୍ଷା କରିବ ନାହିଁ। ସେମାନେ ସେମାନଙ୍କର କ୍ଷୁଧାକୁ ସନ୍ତୁଷ୍ଟ କରି ପାରିବେ ନାହିଁ। କିଅବା ସେମାନଙ୍କର ଉଦର ପୂର୍ଣ୍ଣ କରି ପାରିବେ ନାହିଁ। କାରଣ ଏହିସବୁ ଜିନିଷଗୁଡ଼ିକ ପାପ କରିବାକୁ ସେମାନଙ୍କର କାରଣ ଥିଲା।

20 “ସେହି ଲୋକମାନେ ମନ୍ଦିରର ସୁନ୍ଦର ଅଳଙ୍କାରରେ ଘୃଣ୍ୟ ମୂର୍ତ୍ତିମାନ ନିର୍ମାଣ କଲେ, ଯେଉଁଥିପାଇଁ ସେମାନେ ଗର୍ବ କରୁଥିଲେ ଏବଂ ସେମାନେ ସେହି ମୂର୍ତ୍ତିଗୁଡ଼ିକ ପରମେଶ୍ୱରଙ୍କ ମନ୍ଦିରରେ ରଖିଲେ। ତେଣୁ ଆମ୍ଭେ ସେଗୁଡ଼ିକ ସେମାନଙ୍କ ପାଇଁ କଳୁଷିତ ସାମଗ୍ରୀରେ ପରିଣତ କରିଦେବା। 21 ତା’ପରେ ଆମ୍ଭେ ସେହି ମନ୍ଦିରରୁ ଲୁଣ୍ଠନ ସାମଗ୍ରୀ ରୂପେ ବିଦେଶୀମାନଙ୍କ ହସ୍ତରେ ଓ ଲୁଟ ଦ୍ରବ୍ୟରୂପେ ପୃଥିବୀର ଦୁଷ୍ଟମାନଙ୍କ ହସ୍ତରେ ସମର୍ପଣ କରିବା ଓ ସେମାନେ ଏହାକୁ କଳୁଷିତ କରିବେ। 22 ଆଉ ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଫେରାଇବା। ସେମାନେ ଆମ୍ଭର ନିବୃତସ୍ଥାନ ଅପବିତ୍ର କରିବେ। ଆଉ ଡକାୟତମାନେ ତାହା ମଧ୍ୟରେ ପ୍ରବେଶ କରି ତାହା ଅପବିତ୍ର କରିବେ।

23 “ବନ୍ଦୀମାନଙ୍କ ପାଇଁ ଶିକୁଳି ପ୍ରସ୍ତୁତ କର। କାରଣ ରକ୍ତପାତରୂପ ଅପରାଧରେ ଦେଶ ପରିପୂର୍ଣ୍ଣ ଓ ଦୌରାତ୍ମ୍ୟରେ ନଗର ପରିପୂର୍ଣ୍ଣ ହେବ। 24 ତେଣୁ ଆମ୍ଭେ ଦୁଷ୍ଟ ଜାତିମାନଙ୍କୁ ଆଣିବା। ତହିଁରେ ସେମାନେ ଏହି ଲୋକମାନଙ୍କର ଗୃହସବୁ ଅଧିକାର କରିବେ। ଆଉ ମଧ୍ୟ ଆମ୍ଭେ ବଳବାନ ଲୋକମାନଙ୍କର ଗର୍ବ ଚୂର୍ଣ୍ଣ କରିବା। ଆଉ ସେମାନଙ୍କର ପବିତ୍ର ପୂଜାସ୍ଥାନ କଳୁଷିତ ହେବ।

25 “ତୁମ୍ଭେମାନେ ବିନାଶ ପାଇଁ ଭୟଭୀତ ହେବ ଓ ତୁମ୍ଭେମାନେ ଶାନ୍ତି ଅନ୍ୱେଷଣ କରିବ ମାତ୍ର କିଛି ପାଇବ ନାହିଁ। 26 ଗୋଟିଏ ବିପର୍ଯ୍ୟୟ ପରେ ଆଉ ଗୋଟିଏ ବିପର୍ଯ୍ୟୟ ଘଟିବ ଓ ଜନରବ ଉପରେ ଜନରବ ହେବ। ତେଣୁ ତୁମ୍ଭେମାନେ ଭବିଷ୍ୟ‌ଦ୍‌ବକ୍ତାର ନିକଟରୁ ଦର୍ଶନର ଚେଷ୍ଟା କରିବ। କିନ୍ତୁ ଯାଜକମାନଙ୍କର ଶିକ୍ଷା ଓ ପ୍ରାଚୀନ ଲୋକମାନଙ୍କର ଜ୍ଞାନ ଲୋପ ପାଇବ। 27 ତୁମ୍ଭମାନଙ୍କର ରାଜା ଶୋକ କରିବେ ଓ ନେତୃବର୍ଗ ଶୋକର ବସ୍ତ୍ର ପରିଧାନ କରିବେ। ଦେଶର ଲୋକମାନଙ୍କର ହସ୍ତ କମ୍ପିତ ହେବ। ଯେହେତୁ ଆମ୍ଭେ ସେମାନଙ୍କର ନିଜ ଆଚରଣ ଓ ଆଦର୍ଶ ଅନୁସାରେ ସେମାନଙ୍କ ପ୍ରତି ବ୍ୟବହାର କରିବା। ସେମାନଙ୍କର କର୍ମ ଅନୁସାରେ ସେମାନଙ୍କର ବିଗ୍ଭର କରାଯିବ ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ହୃଦୟଙ୍ଗମ କରିବେ।”