Add parallel Print Page Options

People of Jerusalem Scattered

“ହେ ମନୁଷ୍ୟ ପୁତ୍ର, ନାପିତର କ୍ଷୁର ପରି ତୁମ୍ଭେ ଏକ ତୀ‌କ୍ଷ୍‌ଣ ‌‌ଖ‌ଡ଼୍‌ଗରେ ନିଜର ମସ୍ତକ ଓ ଦାଢ଼ି ଖିଅର ହେବ। ତହୁଁ ନିକିତିରେ ବାଳକୁ ଓଜନ କର ଏବଂ ଏହା ତିନି ଭାଗରେ ବିଭକ୍ତ କର। ତା’ପରେ ଏହାର ଏକ ତୃତୀୟାଂଶ ନିଅ ଏବଂ ତୁମ୍ଭର ଅବରୋଧ ସମାପ୍ତ ହେଲା ପରେ, ସେହି ବାଳକୁ ସେହି ‘ନଗର’ ନ‌କ୍‌ସାର ମଝିରେ ଦ‌ଗ୍‌ଧ କରିବ। ଆଉ ଏକ ତୃତୀୟାଂଶ ‌‌ଖ‌ଡ଼୍‌ଗରେ କାଟ ଓ ‘ନଗର’ ଚତୁର୍ଦ୍ଦିଗରେ ଭିଣି ଦିଅ। ଆଉ ଏକ ତୃତୀୟାଂଶ କେଶ ପବନର ମୁହଁକୁ ଫୋପାଡ଼ି ଦିଅ [a] କାରଣ ଆମ୍ଭେ ସେମାନଙ୍କୁ ଦୂର ଦେଶ ପର୍ଯ୍ୟନ୍ତ ଅନୁସରଣ କରିବା ଓ ଖଣ୍ଡାରେ ସେମାନଙ୍କୁ ହତ୍ୟା କରିବା। ପୁଣି ତୁମ୍ଭେ ଅଳ୍ପ ପରିମାଣର କେଶ ନେଇ ଆପଣା ବସ୍ତ୍ରାଞ୍ଚଳରେ ବାନ୍ଧିବ। ଏହି ବାଳଗୁଡ଼ିକରୁ କିଛି ଅଧିକ ନିଅ ଏବଂ ସେଗୁଡ଼ିକ ଅଗ୍ନିରେ ଫୋପାଡ଼ି ଦିଅ ଏବଂ ସେଗୁଡ଼ିକ ଦ‌ଗ୍‌ଧ କର, କାରଣ ଇସ୍ରାଏଲସାରା ଆମ୍ଭେ ଅଗ୍ନି ପଠାଇବା।”

ତା’ପରେ ସଦାପ୍ରଭୁ ମୋର ପ୍ରଭୁ ମୋତେ କହିଲେ, “ଏହା ଯିରୁଶାଲମ ଅଟେ, ଯାହାକୁ ଆମ୍ଭେ ଦେଶମାନଙ୍କ ମଧ୍ୟରେ ସ୍ଥାପନ କରିଅଛୁ ଓ ତା’ର ଚତୁର୍ଦ୍ଦିଗରେ ଅନ୍ୟାନ୍ୟ ଦେଶଗୁଡ଼ିକ ଅଛି। ଆଉ ଯିରୁଶାଲମର ଲୋକମାନେ ଦୁଷ୍ଟତା କରି ସେହି ଗୋଷ୍ଠୀଗଣ ଅପେକ୍ଷା ଆମ୍ଭ ଶାସନାବଳି ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥିତ ଦେଶ ସମୂହର ଅପେକ୍ଷା ଆମ୍ଭ ବିଧି ସକଳର ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛନ୍ତି। କାରଣ ସେମାନେ ଆମ୍ଭର ଶାସନାବଳି ଅଗ୍ରାହ୍ୟ କରିଅଛନ୍ତି ଓ ଆମ୍ଭର ବିଧିପୂର୍ବକ ପଥରେ ଗମନ କରି ନାହାନ୍ତି।”

ତେଣୁ ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ତୁମ୍ଭେମାନେ ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ଅପେକ୍ଷା ଅଧିକ ଗଣ୍ଡଗୋଳକାରୀ ଅଟ ଓ ତୁମ୍ଭେମାନେ ମୋ’ ଆଜ୍ଞାନୁସାରେ ବ୍ୟବହାର କରୁ ନାହଁ କିଅବା ତୁମ୍ଭ ଚତୁର୍ଦ୍ଦିଗସ୍ଥ ଦେଶମାନଙ୍କର ଚଳଣି ଅନୁସାରେ ଜୀବନ ଧାରଣ କରିପାରିଲ ନାହିଁ।” ତେଣୁ ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ତେଣୁ ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ ଓ ଆମ୍ଭେ ଜାତିଗୁଡ଼ିକ ମଧ୍ୟରେ ତୁମ୍ଭର ବିଗ୍ଭର କରିବା। ଆମ୍ଭେ ତୁମ୍ଭମାନଙ୍କ ପ୍ରତି ତାହା କରିବା, ଯାହା ଆଗରୁ କେବେ କରି ନାହୁଁ କିଅବା ଭବିଷ୍ୟତରେ କେବେ କରିବା ନାହିଁ, କାରଣ ଏହିସବୁ ତୁମ୍ଭମାନଙ୍କର ଘୃଣ୍ୟ ବ୍ୟବହାର ପାଇଁ ହେବ। 10 ଯିରୁଶାଲମର ଲୋକମାନେ ଏପରି କ୍ଷୁଧାର୍ତ୍ତ ହେବେ ଯେ, ସେମାନଙ୍କ ମଧ୍ୟରୁ ପିତାମାତା ନିଜର ସନ୍ତାନମାନଙ୍କୁ ଭୋଜନ କରିବେ ଓ ସନ୍ତାନମାନେ ଆପଣା ଆପଣା ପିତାମାତାଙ୍କୁ ଭୋଜନ କରିବେ। ଏବଂ ଆମ୍ଭେ ତୁମ୍ଭର ବିଗ୍ଭର କରିବା ଓ ତୁମ୍ଭମାନଙ୍କର ଅବଶିଷ୍ଟାଂଶକୁ ପୃଥିବୀର ଶେଷ ସୀମାରେ ଛିନ୍ନଭିନ୍ନ କରିବା।”

11 ତହୁଁ ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ତୁମ୍ଭେ ଆପଣାର ତୁଚ୍ଛ ବସ୍ତୁ ସକଳ ଦ୍ୱାରା ଓ ଆପଣାର ସବୁ ଘୃଣାଯୋଗ୍ୟ କର୍ମଦ୍ୱାରା ଆମ୍ଭର ପବିତ୍ର ସ୍ଥାନ ଅଶୁଚି କରିଅଛ, ଏଥିପାଇଁ ଆମ୍ଭେ ଜୀବିତ ଥିବା ପ୍ରମାଣେ ଆମ୍ଭେ ଶପଥ କରୁଛୁ ଯେ, ଆମ୍ଭେ ତୁମ୍ଭମାନଙ୍କୁ ପଛ କରିଦେବା। ଆଉ ତୁମ୍ଭମାନଙ୍କ ପାଇଁ ଦୁଃଖ କରିବା ନାହିଁ କି ଦୟା କରିବା ନାହିଁ। 12 ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହାମାରୀରେ ଓ ଦୁର୍ଭିକ୍ଷରେ ନଗର ମଧ୍ୟରେ ମରିବେ। ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଯୁଦ୍ଧରେ ନଗର ବାହାରେ ମୃତ୍ୟୁବରଣ କରିବେ; ଆଉ ଅବଶିଷ୍ଟ ଏକ ତୃତୀୟାଂଶ ଛିନ୍ନଭିନ୍ନ ହେବେ। ଯେହେତୁ ଆମ୍ଭେ ‌‌ଖ‌ଡ଼୍‌ଗ ନେଇ ଗୋଡ଼ାଇବା। 13 ତା’ପରେ ସେମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ଶେଷ ହେବ ଓ ଆମ୍ଭର କୋପ ଶାନ୍ତ ହେବ। ଏବଂ ସେମାନଙ୍କ ଉପରେ ପ୍ରତିଶୋଧ ନେଇଥିବାରୁ ଆମ୍ଭେ ନିଜେ ଆଶ୍ୱସ୍ତ ହେବା। ତା’ପରେ ଯେତେବେଳେ ସେମାନଙ୍କ ଉପରୁ ମୋର କ୍ରୋଧ ଦୂରେଇ ଯିବ, ସେମାନେ ଜାଣିବେ ଯେ, ଆମ୍ଭେ ସଦାପ୍ରଭୁ ଆପଣା କ୍ରୋଧ ସେମାନଙ୍କ ବିରୁଦ୍ଧରେ କହିଅଛୁ।”

14 ପୁନର୍ବାର ପରମେଶ୍ୱର କହିଲେ, “ହେ ଯିରୁଶାଲମ, ଆମ୍ଭେ ତୁମ୍ଭକୁ ବିନାଶ କରିବା। ତୁମ୍ଭର ଚତୁର୍ଦ୍ଦିଗସ୍ଥ ଦେଶଗୁଡ଼ିକ ଓ ତୁମ୍ଭ ମଧ୍ୟଦେଇ ଯାଉଥିବା ପଥିକଗଣ ତୁମ୍ଭକୁ ଗାଳି ଦେବେ, ପରିହାସ କରିବେ। 15 ଏବଂ ଯେତେବେଳେ ଆମ୍ଭେ କ୍ରୋଧରେ ଏବଂ କ୍ରୋଧ ଭର୍ତ୍ସନାରେ ତୁମ୍ଭମାନଙ୍କୁ ଦଣ୍ଡ ଦେବା, ତୁମ୍ଭମାନଙ୍କର ଚତୁର୍ପାର୍ଶ୍ୱରେ ଥିବା ଗୋଷ୍ଠୀମାନଙ୍କ ପାଇଁ ଗାଳିର, ପରିହାସର ଓ ଆଶ୍ଚର୍ଯ୍ୟର ଏକ ବିସ୍ମୟର ବିଷୟ ହେବ। କିନ୍ତୁ ସେମାନେ ମଧ୍ୟ ଏଥିରୁ ଏକ ପାଠ ଶିଖିବେ। ଆମ୍ଭେ ସଦାପ୍ରଭୁ ଏହା କରିଅଛୁ। 16 ଆମ୍ଭେ ଆମ୍ଭର ବିନାଶକାରୀ ଦୁର୍ଭିକ୍ଷର ତୀରଗୁଡ଼ିକ ତୁମ୍ଭମାନଙ୍କ ଉପରକୁ ନିକ୍ଷେପ କରିବା। ଆମ୍ଭେ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ସେଗୁଡ଼ିକୁ ପଠାଇବା, ମୁଁ ତୁମ୍ଭମାନଙ୍କ ପାଖକୁ ଅଧିକରୁ ଅଧିକ ଦୁର୍ଭିକ୍ଷ ପଠାଇବି ଏବଂ ଆମ୍ଭେ ତୁମ୍ଭମାନଙ୍କର ଖାଦ୍ୟ ଯୋଗାଣ ବନ୍ଦ କରିବା। 17 ଆଉ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୁର୍ଭିକ୍ଷ ଓ ବନ୍ୟ ଜନ୍ତୁମାନଙ୍କୁ ପଠାଇବା, ସେମାନେ ତୁମ୍ଭକୁ ନିଃସନ୍ତାନ କରି ଛାଡ଼ି ଦେବେ। ମହାମାରୀ ଓ ରକ୍ତପାତ ତୁମ୍ଭମାନଙ୍କର ମଧ୍ୟଦେଇ ଯିବ। ଏବଂ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଉଠାଇବା। ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।”

Footnotes

  1. ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 5:1 ଆଉ … ଫୋପାଡ଼ି ଦିଅ ଏହିସବୁ ପରମେଶ୍ୱରଙ୍କର ଦଣ୍ଡର ସାଙ୍କେତିକ କାର୍ଯ୍ୟସବୁ ଅଧିକ ସ୍ପଷ୍ଟ ହୁଏ ଯେତେବେଳେ 12 ପଦ ଭବିଷ୍ୟ‌ଦ୍‌ବାଣୀ ପଢ଼ିବେ।