Add parallel Print Page Options

ଶୁଷ୍କ ଅସ୍ଥିସକଳର ଦର୍ଶନ

37 ସଦାପ୍ରଭୁଙ୍କର ହସ୍ତ ମୋ’ ଆଡ଼କୁ ପ୍ରସାରିତ ହେଲା ଓ ସେ ତାଙ୍କ ଆତ୍ମାରେ ମୋତେ ବାହାରକୁ ନେଇଯାଇ ଉପତ୍ୟକାର ମଧ୍ୟସ୍ଥଳୀରେ ବସାଇଲେ ଏବଂ ସେହି ଉପତ୍ୟକା ଅସ୍ଥିରେ ପରିପୂର୍ଣ୍ଣ ଥିଲା। ସଦାପ୍ରଭୁ ସେହି ଅସ୍ଥିଗୁଡ଼ିକ ଦେଇ ନେଲେ, ଯାହା ଚତୁର୍ଦ୍ଦିଗରେ ଥିଲା। ସେହି ଉପତ୍ୟକାରେ ବହୁତ ଅସ୍ଥି ଥିବାର ମୁଁ ଦେଖି ପାରିଲି। ମୁଁ ସେହି ଅସ୍ଥିଗୁଡ଼ିକ ଅତିଶୟ ଶୁଷ୍କ ଥିବାର ଲକ୍ଷ୍ୟ କଲି।

ତା’ପରେ ସଦାପ୍ରଭୁ, ମୋର ପ୍ରଭୁ ମୋତେ ପଗ୍ଭରିଲେ, “ହେ ମନୁଷ୍ୟ ପୁତ୍ର, ଏହି ଅସ୍ଥି ସମୂହ ସଜୀବ ହୋଇ ପାରିବେ କି?”

ମୁଁ ଉତ୍ତର ଦେଲି, “ସଦାପ୍ରଭୁ, ମୋର ପ୍ରଭୁ, ଏ ପ୍ରଶ୍ନର ଉତ୍ତର କେବଳ ଆପଣ ଜାଣନ୍ତି।”

ସଦାପ୍ରଭୁ, ମୋର ପ୍ରଭୁ ମୋତେ କହିଲେ, “ଏହି ଅସ୍ଥିଗୁଡ଼ିକ ଉଦ୍ଦେଶ୍ୟରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରି କୁହ, ‘ହେ ଶୁଷ୍କ ଅସ୍ଥି ସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ସଦାପ୍ରଭୁ, ମୋର ପ୍ରଭୁ ସେ ସକଳ ଅସ୍ଥିକୁ ଏହି କଥା କହନ୍ତି, ଦେଖ, ମୁଁ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ପ୍ରବେଶ କରାଇବି ଓ ତୁମ୍ଭେମାନେ ଜୀବିତ ହେବ। ପୁଣି ମୁଁ ତୁମ୍ଭମାନଙ୍କ ଉପରେ ଶିରା ଓ ମାଂସ ଉତ୍ପନ୍ନ କରିବି। ଆଉ ଚର୍ମରେ ତୁମ୍ଭମାନଙ୍କୁ ଆଚ୍ଛାଦନ କରିବି ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ଦେବି। ଆଉ ତୁମ୍ଭେମାନେ ଜୀବିତ ହେବ। ତହିଁରେ ଏହା ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।’”

ମୋତେ ଯେପରି ଆଜ୍ଞା ହୋଇଥିଲା, ତଦନୁସାରେ ମୁଁ ଭବିଷ୍ୟ‌ଦ୍‌ବାଣୀ କଲି, ଯେତେବେଳେ ମୁଁ ଭବିଷ୍ୟ‌ଦ୍‌ବାଣୀ କରୁଥିଲି ଏକ ଶବ୍ଦ ଶୁଣାଗଲା ଓ ଭୂମିକମ୍ପ ହେଲା। ଆଉ ଅସ୍ଥିସକଳ ପରସ୍ପର ଯୋଡ଼ି ହୋଇଗଲେ। ମୁଁ ନିରୀକ୍ଷଣ କରି ଦେଖିଲି, ସେହିସବୁ ଅସ୍ଥି ଉପରେ ସ୍ନାୟୁ ଓ ମାଂସ ଆଚ୍ଛାଦନ କଲା, ପୁଣି ଚର୍ମ ସେସବୁକୁ ଆଚ୍ଛାଦନ କଲା କିନ୍ତୁ ସେମାନଙ୍କର ପ୍ରାଣବାୟୁ ନ ଥିଲା।

ତା’ପରେ ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ବାୟୁ ଉଦ୍ଦେଶ୍ୟରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର ଓ ବାୟୁକୁ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ହେ ପ୍ରାଣବାୟୁ, ଚତୁର୍ଦ୍ଦିଗରୁ ଆସ ଓ ଏହି ମୃତ ଶରୀରଗୁଡ଼ିକ ଉପରେ ପ୍ରଶ୍ୱାସ ଦିଅ, ଯେପରି ସେମାନେ ଜୀବିତ ହେବେ।’”

10 ଏବଂ ସେ ମୋତେ ଯେପରି ଆଜ୍ଞା କଲେ, ତଦନୁସାରେ ମୁଁ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କଲି ଏବଂ ପ୍ରଶ୍ୱାସ ସେମାନଙ୍କ ମଧ୍ୟକୁ ଆସିଲା। ଆଉ ସେମାନେ ଜୀବିତ ହୋଇଗଲେ ଏବଂ ଛିଡ଼ା ହୋଇଗଲେ। ସେମାନେ ବହୁତ ଲୋକ ଥିଲେ ଏବଂ ମହାନ ସୈନ୍ୟବାହିନୀ ଗଠନ କଲେ।

11 ତା’ପରେ ସଦାପ୍ରଭୁ, ମୋର ପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଏହି ଅସ୍ଥିସକଳ ଇସ୍ରାଏଲ ସମୁଦାୟ ପରିବାର ଅଟନ୍ତି। ଏବଂ ସେମାନେ କହନ୍ତି, ‘ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହୋଇଅଛି, ଆମ୍ଭମାନଙ୍କର ଆଶା ଭରସା ଲୋପ ପାଇଛି ଓ ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହୋଇଅଛୁ।’ 12 ଏଣୁ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରି ସେମାନଙ୍କୁ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ହେ ମୋର ଲୋକମାନେ, ମୁଁ ତୁମ୍ଭମାନଙ୍କର କବର ଉନ୍ମୁକ୍ତ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର କବରରୁ ବାହାର କରାଇବି। ଆଉ ତୁମ୍ଭମାନଙ୍କୁ ଇସ୍ରାଏଲ ଦେଶକୁ ଆଣିବି। 13 ହେ ମୋର ଲୋକମାନେ, ଯେତେବେଳେ ମୁଁ ତୁମ୍ଭମାନଙ୍କର କବର ଉନ୍ମୁକ୍ତ କରିବି ଓ ତୁମ୍ଭମାନଙ୍କୁ ସେଗୁଡ଼ିକରୁ ବାହାର କରି ଆଣିବି, ମୁଁ ସଦାପ୍ରଭୁ ଅଟେ ବୋଲି ତୁମ୍ଭେମାନେ ଜାଣିବ। 14 ଆଉ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଆପଣା ଆତ୍ମା ପ୍ରବେଶ କରାଇବି। ତହିଁରେ ତୁମ୍ଭେମାନେ ଜୀବିତ ହେବ। ପୁଣି ମୁଁ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ନିଜ ଦେଶରେ ବସାଇବି। ତାହାହେଲେ ମୁଁ ସଦାପ୍ରଭୁ ଏହା କହିଅଛି ଓ ସଫଳ କରିଅଛି ବୋଲି ତୁମ୍ଭେମାନେ ଜାଣିବ।’” ଏହା ପ୍ରଭୁ ସଦାପ୍ରଭୁ କହନ୍ତି।

ଯିହୁଦା ଓ ଇସ୍ରାଏଲ ପୁନର୍ବାର ଏକାଠି ହେବେ

15 ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 16 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଖଣ୍ଡେ ଆଶାବାଡ଼ି ନେଇ ତହିଁ ଉପରେ ଏହି କଥା ଲେଖ, ‘ଏହି ଆଶାବାଡ଼ି ଯିହୁଦା ଓ ତାହାର ସାଙ୍ଗଗଣ ଇସ୍ରାଏଲର ଲୋକମାନଙ୍କୁ ଦର୍ଶାଏ;’ ତା’ପରେ ଆଉ ଖଣ୍ଡେ ଆଶାବାଡ଼ି ନେଇ ତାହା ଉପରେ ଏହି କଥା ଲେଖ, ‘ଏହି ଆଶାବାଡ଼ି ଇଫ୍ରୟିମର, ଇସ୍ରାଏଲ ବଂଶ ଯୋଷେଫ ଓ ତା’ର ସାଙ୍ଗମାନଙ୍କୁ ଦର୍ଶାଏ।’ 17 ତା’ପରେ ତୁମ୍ଭ ହସ୍ତରେ ସେହି ଦୁଇ ଆଶାବାଡ଼ି ଯେପରି ଏକ ହେବ, ଏଥିପାଇଁ ସେହି ଦୁଇ ଆଶାବାଡ଼ିକୁ ଏକତ୍ର ଯୋଡ଼।

18 “ଯେତେବେଳେ ତୁମ୍ଭର ଲୋକମାନେ ତୁମ୍ଭକୁ ପଗ୍ଭରିବେ, ଏହାର ଅର୍ଥ କ’ଣ? ଆମ୍ଭମାନଙ୍କୁ ବୁଝାଇ ଦିଅ। 19 ସେତେବେଳେ ତୁମ୍ଭେ ସେମାନଙ୍କୁ କୁହ, ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ‘ଇଫ୍ରୟିମର ହସ୍ତରେ ଥିବାର ଯୋଷେଫଙ୍କର ଆଶାବାଡ଼ି ପୁଣି ତାଙ୍କର ସଖା ଇସ୍ରାଏଲୀୟ ଗୋଷ୍ଠୀସମୂହକୁ ଆମ୍ଭେ ନେବା, ଆଉ ଆମ୍ଭେ ସେମାନଙ୍କୁ ତାହା ସଙ୍ଗେ ଅର୍ଥାତ୍ ଯିହୁଦାର ଆଶାବାଡ଼ି ସଙ୍ଗେ ଯୋଡ଼ି ସେମାନଙ୍କୁ ଏକ କରିବା। ତହିଁରେ ସେମାନେ ଆମ୍ଭ ହସ୍ତରେ ଏକ ଆଶାବାଡ଼ି ହେବେ।’

20 “ଯେଉଁ ଦୁଇ ଆଶାବାଡ଼ିରେ ତୁମ୍ଭେ ସେମାନଙ୍କର ନାମ ଲେଖିଥିଲ, ତାହା ସେମାନେ ଦେଖିବା ପାଇଁ ତୁମ୍ଭ ହସ୍ତରେ ରହିବ। 21 ପୁଣି ତୁମ୍ଭେ ସେମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ‘ଇସ୍ରାଏଲର ଲୋକମାନେ ଯେଉଁ ବିଭିନ୍ନ ଦେଶକୁ ସେମାନେ ଯାଇ ଅଛନ୍ତି ସେହି ସ୍ଥାନର ଗୋଷ୍ଠୀୟମାନଙ୍କ ମଧ୍ୟରୁ ମୁଁ ସେମାନଙ୍କୁ ନିଜ ଦେଶକୁ ନେଇଆସିବି। ଆଉ ଚତୁର୍ଦ୍ଦିଗରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କର ନିଜ ଦେଶକୁ ଆଣିବି। 22 ଆଉ ସେହି ଦେଶରେ ଇସ୍ରାଏଲର ପର୍ବତଗୁଡ଼ିକ ଉପରେ ମୁଁ ସେମାନଙ୍କୁ ଏକ ଗୋଷ୍ଠୀ କରିବି ଓ ସେମାନଙ୍କର ଜଣେ ରାଜା ହେବେ। ପୁଣି ସେମାନେ ଆଉ ଦୁଇ ଗୋଷ୍ଠୀ ରହିବେ ନାହିଁ। କିମ୍ବା ଆଉ କେବେ ଦୁଇ ରାଜ୍ୟରେ ବିଭକ୍ତ ହେବେ ନାହିଁ। 23 ଆଉ ସେମାନେ ସେମାନଙ୍କର ମୂର୍ତ୍ତିଗଣ ଦ୍ୱାରା ଏବଂ ଘୃଣ୍ୟ ମୂର୍ତ୍ତି ଦ୍ୱାରା ଅଥବା ସେମାନଙ୍କର ଜଘନ୍ୟ କର୍ମ ଦ୍ୱାରା ନିଜକୁ ଆଉ ଅଶୁଚି କରିବା ଗ୍ଭଲୁ ରଖିବେ ନାହିଁ। ଆଉ ମୁଁ ସେମାନଙ୍କୁ ସବୁସ୍ଥାନରୁ ରକ୍ଷା କରିବି, ଯେଉଁଠାରେ ସେମାନେ ପାପ କଲେ ଏବଂ ମୁଁ ସେମାନଙ୍କୁ ଶୁଚି କରିବି। ତହିଁରେ ସେମାନେ ମୋର ଲୋକ ହେବେ ଓ ମୁଁ ସେମାନଙ୍କର ପରମେଶ୍ୱର ହେବି।

24 “‘ପୁଣି ମୋର ଦାସ ଦାଉଦ ସେମାନଙ୍କ ଉପରେ ରାଜା ହେବେ। କେବଳ ସେ ହିଁ ଜଣେ ସମସ୍ତଙ୍କ ଉପରେ ମେଷପାଳକ ହେବେ। ଆଉ ସେମାନେ ମୋର ବ୍ୟବସ୍ଥା ମାନି ଚଳିବେ ଓ ମୋର ବିଧିସବୁ ରକ୍ଷାକରି ପାଳନ କରିବେ। 25 ଏବଂ ମୁଁ ମୋର ଦାସ ଯାକୁବକୁ ଯେଉଁ ଦେଶ ଦେଇଥିଲି ଓ ଯେଉଁଠାରେ ସେମାନଙ୍କ ପୂର୍ବପୁରୁଷଗଣ ବାସ କରୁଥିଲେ, ସେହି ଦେଶରେ ସେମାନେ ବାସ କରିବେ। ସେମାନେ, ସେମାନଙ୍କର ସନ୍ତାନମାନେ ଓ ସେମାନଙ୍କର ସନ୍ତାନମାନଙ୍କର ସନ୍ତାନମାନେ ସଦାକାଳ ସେଠାରେ ବାସ କରିବେ। ଏବଂ ମୋର ଦାସ ଦାଉଦ ସଦାକାଳ ସେମାନଙ୍କର ଅଧିପତି ହେବେ। 26 ଏବଂ ମୁଁ ସେମାନଙ୍କ ସହିତ ଶାନ୍ତିର ଏକ ଚୁକ୍ତି ସ୍ଥିର କରିବି। ସେମାନଙ୍କ ସହିତ ତାହା ଏକ ଚିରନ୍ତନ ଚୁକ୍ତି ହେବ। ଏବଂ ମୁଁ ସେମାନଙ୍କୁ ବସାଇବି ଓ ବଢ଼ାଇବି। ଆଉ ସେମାନଙ୍କ ମଧ୍ୟରେ ସଦାକାଳ ମୁଁ ଆପଣା ପବିତ୍ର ସ୍ଥାନ ସ୍ଥାପନ କରିବି। 27 ଆଉ ମଧ୍ୟ ମୋର ପବିତ୍ର ତମ୍ବୁ ସେମାନଙ୍କ ସଙ୍ଗରେ ରହିବ। ମୁଁ ସେମାନଙ୍କର ପରମେଶ୍ୱର ହେବି ଓ ସେମାନେ ମୋର ଲୋକ ହେବେ। 28 ଏବଂ ଅନ୍ୟ ରାଷ୍ଟ୍ରମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଇସ୍ରାଏଲକୁ ମୋର ବିଶେଷ ଲୋକ କରେ। କାରଣ ମୋର ପବିତ୍ର ସ୍ଥାନ ସର୍ବଦା ସେମାନଙ୍କ ମଧ୍ୟରେ ରହିବ।’”