Add parallel Print Page Options

ପଲେଷ୍ଟୀୟମାନଙ୍କ ବିଷୟରେ ଏକ ବାର୍ତ୍ତା

47 ଫାରୋ ଘସା ନଗର ଆକ୍ରମଣ କରିବା ପୂର୍ବରୁ ପଲେଷ୍ଟୀୟମାନଙ୍କ ବିଷୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା।

ସଦାପ୍ରଭୁ କହନ୍ତି,
“ଦେଖ, ଉତ୍ତର ଦିଗରୁ ଶତ୍ରୁସୈନ୍ୟ କୂଳ
    ଲଙ୍ଘନ କରି ନଦୀକୂଳ ଉଚ୍ଛୁଳିଲା ପରି ଆସୁଅଛି,
ତାହା ପ୍ଳାବନକାରୀ ବନ୍ୟା ସଦୃଶ ସମଗ୍ର ଦେଶ, ତନ୍ମଧ୍ୟସ୍ଥ ସମସ୍ତ ବସ୍ତ୍ର,
    ନଗର ଓ ତନ୍ନିବାସୀମାନଙ୍କୁ ଜଳମଗ୍ନ କରିବ।
ତହିଁରେ ଲୋକମାନେ କ୍ରନ୍ଦନ କରିବେ
    ଓ ସାହାଯ୍ୟ ପାଇଁ ହାହାକାର କରିବେ।
“ସେମାନେ ଧାବମାନ ଅଶ୍ୱଗଣର ଖୁରା ଶବ୍ଦ,
    ରଥସମୂହର ଗ୍ଭଳନା ଶବ୍ଦ ଓ ଚକ୍ରର ଘର୍ଘର ଶବ୍ଦ ଶୁଣିବେ।
ପିତୃଗଣ ଏତେ ଦୁର୍ବଳ ହେବେ ଯେ
    ସେମାନେ ସେମାନଙ୍କର ପିଲାମାନଙ୍କୁ ସାହାଯ୍ୟ କରିବେ ନାହିଁ।
ଏହା ସମସ୍ତ ପଲେଷ୍ଟୀୟମାନଙ୍କର ଧ୍ୱଂସର ସମୟ,
    ସୋର ଓ ସୀଦୋନର ସହକାରୀ ପ୍ରତ୍ୟେକ ଅବଶିଷ୍ଟ ଲୋକଙ୍କୁ ଉଚ୍ଛିନ୍ନ କରିବାର ସମୟ ଆସୁଅଛି।
ଯେହେତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କର
    ଓ କପ୍ତୋର ଦ୍ୱୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ୱ ହରଣ କରିବେ।
ଘସାର ଲୋକମାନେ ଦୁଃଖିତ ହୋଇ ସେମାନଙ୍କର ମସ୍ତକ ଟାଙ୍ଗରା କରିଛନ୍ତି।
    ଅସ୍କିଲୋନର ଲୋକମାନେ ଏବଂ ତଳଭୂମିର ଅବଶିଷ୍ଟାଂଶ ଲୋକ ନୀରବ ହୋଇଅଛନ୍ତି।
    ତୁମ୍ଭେମାନେ କେତେକାଳ ପର୍ଯ୍ୟନ୍ତ ନିଜକୁ କାଟିବ?

“ହେ ସଦାପ୍ରଭୁଙ୍କ ‌‌ଖ‌ଡ଼୍‌ଗ,
    ତୁମ୍ଭେ କେତେ କାଳପରେ ଯୁଦ୍ଧରୁ କ୍ଷାନ୍ତ ହେବ?
ତୁମ୍ଭେ ଆପଣା କୋଷରେ ପ୍ରବେଶ କର,
    ଶାନ୍ତ ଓ ସ୍ଥିର ହୁଅ।
ମାତ୍ର ସଦାପ୍ରଭୁଙ୍କ ‌‌ଖ‌ଡ଼୍‌ଗ କିପରି କ୍ଷାନ୍ତ ହେବ?
    ସଦାପ୍ରଭୁ ତାଙ୍କୁ ଆଜ୍ଞା ଦେଇଅଛନ୍ତି।
ସେ ଅସ୍କିଲୋନ୍ ବିରୁଦ୍ଧରେ
    ଓ ସମୁଦ୍ର ତୀର ବିରୁଦ୍ଧରେ ତାହାକୁ ନିଯୁକ୍ତ କରିଅଛନ୍ତି।”