Add parallel Print Page Options

ଯିରିମିୟଙ୍କୁ ଏକ କୂପରେ ପକାଯାଏ

38 ଯିରିମିୟଙ୍କ ପ୍ରଗ୍ଭରିତ ବାକ୍ୟ ମତ୍ତନର ପୁତ୍ର ଶଫଟିୟ, ପଶହୂର ପୁତ୍ର ଗଦଲିୟ, ଶେଲିମିୟର ପୁତ୍ର ଯିହଖଲ ଓ ମ‌‌ଲ୍‌‌କିୟର ପୁତ୍ର ପଶହୂର ଏବଂ ଅନ୍ୟ ସମସ୍ତ ଲେଖକ ଶୁଣିଲେ। “ସଦାପ୍ରଭୁ ଏହି କଥା କହନ୍ତି, ‘ଯେଉଁ ଲୋକ ଏହି ନଗରରେ ରହିବ, ସେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ। ମାତ୍ର ଯେଉଁ ଲୋକ ବାହାର ହୋଇ କ‌‌ଲ୍‌‌ଦୀୟମାନଙ୍କ ନିକଟକୁ ଯିବ ସେ ବଞ୍ଚିବ। ସେମାନେ ମୃତ୍ୟୁରୁ ବଞ୍ଚିବେ ଓ ରକ୍ଷା ପାଇବେ।’ ଆଉ ମଧ୍ୟ ସଦାପ୍ରଭୁ ଏହି କଥା କହନ୍ତି, ‘ଏହି ନଗର ନିଶ୍ଚୟ ବାବିଲ ରାଜାଙ୍କ ସୈନ୍ୟ ହସ୍ତରେ ସମର୍ପିତ ହେବ ଓ ସେମାନେ ତାହାକୁ ଅଧିକାର କରିବେ।”

ତେଣୁ ସେହି ଅଧିପତିଗଣ ରାଜାଙ୍କୁ କହିଲେ, “ଆମ୍ଭେମାନେ ଅନୁରୋଧ କରୁଅଛୁ, ଏହି ଯିରିମିୟକୁ ମୃତ୍ୟୁଦଣ୍ଡ ହେଉ। କାରଣ ସେ ଏହି ନଗରର ଅବଶିଷ୍ଟ ଯୋଦ୍ଧାମାନଙ୍କୁ ଏହି ପ୍ରକାର କଥା କହି ନିରୁତ୍ସାହିତ କରୁଅଛି। ପୁଣି ସେ ଏହି ଲୋକମାନଙ୍କର ମଙ୍ଗଳ ଗ୍ଭହୁଁ ନାହିଁ, ବରଂ ସେମାନଙ୍କର ଅମଙ୍ଗଳ ଗ୍ଭହୁଁଛି।”

ତେଣୁ ରାଜା ସିଦିକିୟ ସେହି ଅଧିପତିମାନଙ୍କୁ କହିଲେ, “ଦେଖ, ଯିରିମିୟ ବର୍ତ୍ତମାନ ତୁମ୍ଭମାନଙ୍କ ଅଧୀନରେ ଅଛି। ତୁମ୍ଭେମାନେ ତା’ ବିରୁଦ୍ଧରେ ଯାହା କରିବ ମୁଁ ବାରଣ କରିବି ନାହିଁ।”

ଏଣୁ ସେମାନେ ଯିରିମିୟଙ୍କୁ ନେଇ ପ୍ରହରୀ ପ୍ରାଙ୍ଗଣସ୍ଥିତ ମ‌‌ଲ୍‌‌କିୟ ରାଜପୁତ୍ରର କୂପରେ ପକାଇ ଦେଲେ। ସେମାନେ ରଜ୍ଜୁରେ ଯିରିମିୟଙ୍କୁ କୂପ ମଧ୍ୟକୁ ଓହ୍ଲାଇ ଦେଲେ। ପୁଣି ସେହି କୂପରେ ଜଳ ନ ଥିଲା, କେବଳ ପଙ୍କ ଥିଲା। ଯିରିମିୟ ସେହି ପଙ୍କରେ ନିମଗ୍ନ ହେଲେ।

କିନ୍ତୁ ଯିରିମିୟ ଖଣାରେ ପତିତ ହୋଇଥିବା କଥା ରାଜଗୃହସ୍ଥିତ ‌ଏବ‌‌ଦ୍‌‌ମେଲକ ନାମକ ଜଣେ ନପୁଂସକ ଲୋକ ଶୁଣିଲା। ସେହି ସମୟରେ ରାଜା ସିଦିକିୟ ବିନ୍ୟାମୀନ ଫାଟକରେ ବସିଥିଲେ। 8-9 ଏବଦ୍-ମେଲକ ରାଜଗୃହରୁ ବାହାରି ରାଜାଙ୍କୁ କହିଲା, “ହେ ଆମ୍ଭର ମହାରାଜ! ଏହି ଲୋକମାନେ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପ୍ରତି ନିତାନ୍ତ ମନ୍ଦ ବ୍ୟବହାର କରିଅଛନ୍ତି। ସେମାନେ ତାହାଙ୍କୁ କୂପରେ ପକାଇ ଅଛନ୍ତି। ସେ ଯେଉଁଠାରେ ଅଛନ୍ତି ଦୁର୍ଭିକ୍ଷ ସକାଶୁ ସେଠାରେ ମଲାପରି ଅଛନ୍ତି। କାରଣ ନଗରରେ ଆଉ ରୋଟୀ ନାହିଁ।”

10 ତା’ପରେ ରାଜା ସିଦିକିୟ କୁଶୀୟ ଏବଦ୍-ମେଲକକୁ ଆଜ୍ଞା କଲା, “ତୁମ୍ଭେ ଏଠାରୁ ତିରିଶ୍ ଜଣ ଲୋକ ଆପଣା ସଙ୍ଗରେ ନେଇ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ମରିବା ପୂର୍ବରୁ ତାହାଙ୍କୁ କୂପରୁ ବାହାର କରି ଆଣ।”

11 ତହୁଁ ଏବଦ୍-ମେଲକ ଆପଣା ସଙ୍ଗେ ସେହି ଲୋକମାନଙ୍କୁ ନେଇ ରାଜଗୃହକୁ ଗଲା ଓ ସେଠାରେ ଭଣ୍ଡାର ଘରୁ କେତେଗୁଡ଼ିଏ ପୁରୁଣା ତ୍ୟକ୍ତ ବସ୍ତୁ ଓ ଚିରାକନା ନେଲା। ଆଉ ରଜ୍ଜୁ ଦ୍ୱାରା ସେସବୁ କୂପରେ ଯିରିମିୟଙ୍କୁ ଦେଲା। 12 କୁଶୀୟ ଏବଦ୍-ମେଲକ ଯିରିମିୟଙ୍କୁ କହିଲା, “ତୁମ୍ଭେ ଏହି ଚିରାକନା ଓ ତ୍ୟକ୍ତ ବସ୍ତ୍ର ଆପଣା ବକ୍ଷ ମୂଳରେ ଦିଅ। ଆମ୍ଭେମାନେ ଯେତେବେଳେ ରଜ୍ଜୁରେ ତୁମ୍ଭକୁ ଉପରକୁ ଉଠାଇବୁ, ସେଥିରେ ତୁମ୍ଭକୁ କଷ୍ଟ ହେବ ନାହିଁ।” ତେଣୁ ଯିରିମିୟ ସେହିପରି କଲେ। 13 ସେହି ଲୋକମାନେ ରଜ୍ଜୁ ସାହାଯ୍ୟରେ ଟାଣି ଯିରିମିୟଙ୍କୁ କୂପରୁ ବାହାର କରି ଆଣିଲେ। ଆଉ ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।

ସିଦିକିୟ ରାଜା ଯିରିମିୟଙ୍କୁ ଅଧିକ ପ୍ରଶ୍ନ ପଗ୍ଭରିଲେ

14 ତତ୍ପରେ ସିଦିକିୟ ରାଜା ଲୋକ ପଠାଇ ଭବିଷ୍ୟ‌ଦ୍‌ବକ୍ତା ଯିରିମିୟଙ୍କୁ ଅଣାଇଲେ। ସେ ସଦାପ୍ରଭୁଙ୍କ ମନ୍ଦିରର ତୃତୀୟ ପ୍ରବେଶ ଦ୍ୱାର ଦେଇ ରାଜାଙ୍କ ନିକଟକୁ ଆସିଲେ। ଆଉ ରାଜା ଯିରିମିୟଙ୍କୁ କହିଲେ, “ମୁଁ ତୁମ୍ଭକୁ କିଛି ପ୍ରଶ୍ନ ପଗ୍ଭରିବି, ତୁମ୍ଭେ କୌଣସି କଥା ଗୋପନ ନ ରଖି ସତ ସତ କହିବ।”

15 ତହୁଁ ଯିରିମିୟ ସିଦିକିୟଙ୍କୁ କହିଲେ, “ମୁଁ ଯଦି ଆପଣଙ୍କୁ ତାହା ଜଣାଇବି, ତେବେ ଆପଣ ମୋତେ ନିଶ୍ଚୟ ବଧ କରିବେ। ଆଉ ମୁଁ ଯେବେ ଆପଣଙ୍କୁ ପରାମର୍ଶ ଦେବି, ତେବେ ଆପଣ ମୋ’ କଥା ଶୁଣିବେ ନାହିଁ।”

16 ତହୁଁ ସିଦିକିୟ ରାଜା ଗୋପନରେ ଯିରିମିୟଙ୍କ ନିକଟରେ ଶପଥ କରି କହିଲେ, “ଆମ୍ଭମାନଙ୍କର ଏହି ଜୀବାତ୍ମାର ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ନାମରେ ଶପଥ କରି କହୁଛି, ମୁଁ ତୁମ୍ଭକୁ ବଧ କରିବି ନାହିଁ କିଅବା ତୁମ୍ଭ ପ୍ରାଣନାଶକାରୀ ଏହି ଅଧିପତିମାନଙ୍କ ହସ୍ତରେ ସମର୍ପଣ କରିବି ନାହିଁ।”

17 ତା’ପରେ ଯିରିମିୟ ରାଜା ସିଦିକିୟଙ୍କୁ କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ଯଦି ତୁମ୍ଭେ ବାବିଲ ରାଜାଙ୍କ ଅଧିପତିମାନଙ୍କ ବଶତା ସ୍ୱୀକାର କରିବ, ତେବେ ତୁମ୍ଭେ ବଞ୍ଚିବ ଓ ଏହି ନଗର ଅଗ୍ନିରେ ଦ‌ଗ୍‌ଧ ହେବ ନାହିଁ। ଆଉ ତୁମ୍ଭେ ଓ ତୁମ୍ଭର ପରିବାର ବଞ୍ଚିବେ। 18 ଆଉ ଯଦି ତୁମ୍ଭେ ବାହାରି ବାବିଲ ରାଜାଙ୍କ ଅଧିପତିମାନଙ୍କ ଅଧୀନତା ସ୍ୱୀକାର ନ କରିବ, ତେବେ ଏହି ନଗର କ‌‌ଲ୍‌‌ଦୀୟମାନଙ୍କ ହସ୍ତରେ ସମର୍ପିତ ହେବ ଓ ସେମାନେ ଅଗ୍ନିରେ ଏହାକୁ ଦ‌ଗ୍‌ଧ କରିବେ। ଆଉ ତୁମ୍ଭେ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ।’”

19 ମାତ୍ର ସିଦିକିୟ ରାଜା ଯିରିମିୟଙ୍କୁ କହିଲେ, “ଯେଉଁ ଯିହୁଦୀ ଲୋକମାନେ କ‌‌ଲ୍‌‌ଦୀୟମାନଙ୍କ ପକ୍ଷକୁ ଯାଇଅଛନ୍ତି, ସେମାନଙ୍କୁ ମୁଁ ଭୟ କରୁଛି। ସେମାନେ ହୁଏତ ମୋତେ ସେମାନଙ୍କ ହସ୍ତରେ ସମର୍ପଣ କରିବେ। ଆଉ ସେମାନେ ମୋତେ ଆଘାତ ଦେବେ।”

20 କିନ୍ତୁ ଯିରିମିୟ କହିଲେ, “ସେମାନେ ଆପଣଙ୍କୁ ସମର୍ପଣ କରିବେ ନାହିଁ। ମୁଁ ବିନୟ କରୁଛି, ମୋ’ ଦ୍ୱାରା କଥିତ ସଦାପ୍ରଭୁଙ୍କର ବାକ୍ୟ ଆପଣ ମାନନ୍ତୁ। ତହିଁରେ ଆପଣଙ୍କର ମଙ୍ଗଳ ହେବ ଓ ଆପଣଙ୍କ ପ୍ରାଣ ରହିବ। 21 ମାତ୍ର ଯଦି ଆପଣ ସଦାପ୍ରଭୁଙ୍କ ବାକ୍ୟ ନ ମାନି କ‌‌ଲ୍‌‌ଦୀୟମାନଙ୍କର ଅଧୀନତା ସ୍ୱୀକାର ନ କରିବ, ତେବେ ସଦାପ୍ରଭୁ ମୋତେ ଯେଉଁ କଥା ଜଣାଇ ଅଛନ୍ତି, ତାହା ହେଉଛି ଏହା। 22 ଦେଖନ୍ତୁ, ଯିହୁଦାର ରାଜଗୃହରେ ଯେତେ ସ୍ତ୍ରୀଲୋକ ଅବଶିଷ୍ଟ ଅଛନ୍ତି, ସେ ସମସ୍ତେ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଅଣାଯିବେ, ଆଉ ଏହି ସ୍ତ୍ରୀମାନେ କହିବେ,

‘ତୁମ୍ଭର ବନ୍ଧୁମାନେ ତୁମ୍ଭକୁ ପ୍ରବର୍ତ୍ତାଇ
    ତୁମ୍ଭକୁ ପରାସ୍ତ କରିଅଛନ୍ତି,
ଆଉ ଏବେ ତୁମ୍ଭର ପାଦ ପଙ୍କରେ ନିମଗ୍ନ ହେବାରୁ
    ସେମାନେ ତୁମ୍ଭଠାରୁ ବିମୁଖ ହୋଇଅଛନ୍ତି।’

23 “ପୁଣି ଲୋକମାନେ ତୁମ୍ଭ ସ୍ତ୍ରୀ ଓ ସନ୍ତାନମାନଙ୍କୁ ଆଣି କ‌‌ଲ୍‌‌ଦୀୟମାନଙ୍କୁ ଦେବେ। ଆଉ ତୁମ୍ଭେ ମଧ୍ୟ ସେମାନଙ୍କ ହସ୍ତରୁ ରକ୍ଷା ପାଇବ ନାହିଁ। ବାବିଲ ରାଜାର ହସ୍ତରେ ଧରାଯିବ। ଆଉ ସେମାନେ ଏହି ନଗରକୁ ଅଗ୍ନିରେ ଦ‌ଗ୍‌ଧ କରିବେ।”

24 ତା’ପରେ ସିଦିକିୟ ଯିରିମିୟଙ୍କୁ କହିଲେ, “ମୋର ତୁମ୍ଭ ସହିତ କଥା ହେବା କେହି ନ ଜାଣୁ। ତହିଁରେ ତୁମ୍ଭେ ମରିବ ନାହିଁ। 25 ଆଉ ମୁଁ ତୁମ୍ଭ ସହିତ କଥା ହୋଇଛି ବୋଲି ଯଦି ଅଧିପତିମାନେ ଜାଣନ୍ତି, ତେବେ ସେମାନେ ତୁମ୍ଭକୁ କହିବେ, ‘ତୁମ୍ଭେ ରାଜାଙ୍କ ସହିତ ଯାହା ଆଲୋଚନା କରିଛ କିଛି ନ ଲୁଗ୍ଭଇ ତାହା ଆମ୍ଭମାନଙ୍କୁ ଜଣାଅ, ଆଉ ରାଜା ତୁମ୍ଭକୁ କ’ଣ ସବୁ କହିଛନ୍ତି, ତାହା ଠିକ୍ ଭାବରେ ପ୍ରକାଶ କର। ତାହାହେଲେ ଆମ୍ଭେମାନେ ତୁମ୍ଭକୁ ବଧ କରିବୁ ନାହିଁ।’ 26 ସେହି ସମୟରେ ତୁମ୍ଭେ ସେମାନଙ୍କୁ କହିବ, ‘ମୋତେ ଯୋନାଥନ ଗୃହକୁ ନ ପଠାଇବା ପାଇଁ ମୁଁ ରାଜାଙ୍କ ନିକଟରେ ଅନୁନୟ କଲି। ତା’ ନ ହେଲେ ମୁଁ ସେଠାରେ ମରିଯିବି।’”

27 ଏହା ପରେ ଅଧିପତିଗଣ ଯିରିମିୟଙ୍କ ନିକଟକୁ ଆସିଲେ ଓ ତାଙ୍କୁ ପ୍ରଶ୍ନ କଲେ। ଆଉ ସେ କହିଲେ, ଯାହା ରାଜା ତାଙ୍କୁ କହିବା ପାଇଁ କହିଥିଲେ। ତହୁଁ ସେମାନେ ଯିରିମିୟଙ୍କୁ ପ୍ରଶ୍ନ ପଗ୍ଭରିବା ବନ୍ଦ କଲେ। କାରଣ କେହି ଯିରିମିୟ ଓ ରାଜାଙ୍କର ବାର୍ତ୍ତାଳାପ ଛପି ଶୁଣିପାରିଲେ ନାହିଁ।

28 ତେଣୁ ଯିରୁଶାଲମ ଅଧିକୃତ ହେବା ପର୍ଯ୍ୟନ୍ତ ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।