Add parallel Print Page Options

ନିୟମ-ସିନ୍ଦୁକ

37 ବତ୍ସଲେଲ ଶିଟୀମ୍ କାଠରେ ଏକ ପବିତ୍ର ସିନ୍ଦୁକ ତିଆରି କଲେ। ଯାହାର ଲମ୍ବ ଥିଲା ଅଢ଼େଇ ହାତ, ଦେଢ଼ ହାତ ଚଉଡ଼ା ଏବଂ ଦେଢ଼ ହାତ ଉଚ୍ଚ। ସେ ଏହି ସିନ୍ଦୁକକୁ ଶୁଦ୍ଧ ସୁବର୍ଣ୍ଣ ଦ୍ୱାରା ଭିତର ପଟ ଓ ବାହାର ପଟ ମଡ଼ାଇଲେ। ଏହା ପରେ ସେ ସୁବର୍ଣ୍ଣର କାନ୍ଥ କଲେ। ସେ ସୁବର୍ଣ୍ଣର ଗ୍ଭରୋଟି କଡ଼ାକରି ଗ୍ଭରି କୋଣରେ ଲଗାଇଲେ। ଏବଂ ଦୁଇ ପାର୍ଶ୍ୱରେ ଦୁଇଟି କଡ଼ା ଥିଲା। ସେ ସେହି ଶିଟୀମ୍ କାଠରେ ସାଙ୍ଗୀ ତିଆରି କରି ସେଥିରେ ସୁବର୍ଣ୍ଣର ଛାଉଣି ଦେଇଥିଲେ। ସେହିପରି ସାଙ୍ଗୀକୁ ବହିବା ପାଇଁ ଦୁଇ ପାର୍ଶ୍ୱରେ ଥିବା ଦୁଇ କଡ଼ା ମଧ୍ୟରେ ସାଙ୍ଗୀକୁ ପୁରାଇଥିଲେ। ଏହା ପରେ ବତ୍ସଲେଲ ଏକ ଶୁଦ୍ଧ ସୁବର୍ଣ୍ଣର ଗୋଟିଏ ଆଚ୍ଛାଦକ ତିଆରି କଲେ। ତା’ର ଲମ୍ବ ଅଢ଼େଇ ହାତ ଓ ପ୍ରସ୍ଥ ଦେଢ଼ ହାତ ଥିଲା। ଏହା ପରେ ବତ୍ସଲେଲ ପିଟାସୁବର୍ଣ୍ଣରେ ଦୁଇ କିରୂବ ଦୂତଗଣ ନିର୍ମାଣ କରି ପାପାଚ୍ଛାଦନ ଦୁଇ ମୁଣ୍ଡରେ ରଖିଲେ। ତହିଁର ଏକ ମୁଣ୍ଡରେ ଏକ କିରୂବ, ଅନ୍ୟ ମୁଣ୍ଡରେ ମଧ୍ୟ ଏକ କିରୂବ ସ୍ଥାପନ କଲେ। ପାପାଚ୍ଛାଦନର ଦୁଇମୁଣ୍ଡରେ ଦୁଇ କିରୂବକୁ ତହିଁର ଅଂଶ କରି ରଖିଲେ। କିରୂବମାନଙ୍କର ପକ୍ଷ ଉର୍ଦ୍ଧକୁ ବିସ୍ତାରିତ ହୋଇ ପାପାଚ୍ଛାଦନକୁ ଆଚ୍ଛାଦନ କଲା। ଏବଂ ସେମାନଙ୍କର ମୁଖ ପରସ୍ପର ସମ୍ମୁଖୀନ ହୋଇ ରହିଲା। ମାତ୍ର ପାପାଚ୍ଛାଦନ ପ୍ରତି କିରୂବମାନଙ୍କର ମୁଖ ରହିଲା।

ଏକ ସ୍ୱତନ୍ତ୍ର ମେଜ

10 ଏହା ପରେ ସେ ଶିଟୀମ୍ କାଠରେ ଏକ ମେଜ ତିଆରି କଲେ। ଏହାର ଲମ୍ବ ଦୁଇ ହାତ, ଏକ ହାତ ଚଉଡ଼ା, ଦେଢ଼ ହାତ ଉଚ୍ଚତା ଥିଲା। 11 ସେ ସେହି ମେଜକୁ ଶୁଦ୍ଧ ସୁବର୍ଣ୍ଣରେ ଆଚ୍ଛାଦନ କଲେ ଏବଂ ଟେବୁଲ ଗ୍ଭରିପାଖରେ ଶୁଦ୍ଧ ସୁବର୍ଣ୍ଣର କାନ୍ଥ ତିଆରି କଲେ। 12 ତା’ପରେ ସେ ମେଜ ଗ୍ଭରିପାଖ ଏକ ହାତ, ଓସାର ବିଶିଷ୍ଟ ଏକ ଢାଞ୍ଚା ତିଆରି କଲେ ଓ ଢାଞ୍ଚାର ଗ୍ଭରିପଟେ ସୁବର୍ଣ୍ଣର ବଳୟ ତିଆରି କଲେ। 13 ଏହା ପରେ ସେମାନେ ମେଜର ଚତୁର୍ଦ୍ଦିଗରେ ଗ୍ଭରିଟା ସୁବର୍ଣ୍ଣର କଳିକା ଲଗାଇଲେ, ଯେଉଁ ଦିଗରେ ମେଜର ଗୋଡ଼ଗୁଡ଼ିକ ଥିଲା। 14 ସେ ସେହି ସୁବର୍ଣ୍ଣର କଡ଼ାଗୁଡ଼ିକ ପାଖ ଢାଞ୍ଚା ପାଖାପାଖି ଲାଗି ଥିଲା। ଏହି କଡ଼ା ମଧ୍ୟରେ ପୁରାଇଥିବା ସାଙ୍ଗୀ ଦ୍ୱାରା ବୁହା ଯାଉଥିଲା। 15 ସେହି ମେଜକୁ ବହିବା ପାଇଁ ଶିଟୀମ୍ କାଠରେ ସାଙ୍ଗୀ ତିଆରି କଲେ ଓ ସେଗୁଡ଼ିକୁ ସୁବର୍ଣ୍ଣରେ ଆଚ୍ଛାଦିତ କଲେ। 16 ତା’ପରେ ସେ ଥାଳି, ଗ୍ଭମଚ, ଗରା, ଗଡ଼ୁ ସବୁକୁ ସୁବର୍ଣ୍ଣରେ ତିଆରି କଲେ। ସେହି ଗରା ଓ ଗଡ଼ୁସବୁ ପେୟନୈବେଦ୍ୟ ଢାଳିବାରେ ବ୍ୟବହୃତ ହୁଏ।

ଦୀପରୁଖା

17 ଏହା ପରେ ସେ ଶୁଦ୍ଧ ସୁବର୍ଣ୍ଣରେ ଦୀପବୃକ୍ଷ ତିଆରି କଲେ। ସେ ଦୀପରୁଖାରେ ବୃନ୍ତ ଓ ଶାଖା କରିବା ପାଇଁ ସୁବର୍ଣ୍ଣକୁ ପିଟିଲେ। ତା’ପରେ ସେ ଫୁଲ, ପାଖୁଡ଼ା, କଢ଼ିମାନ ତିଆରି କଲେ। ସେ ଏହି ଜିନିଷଗୁଡ଼ିକୁ ଏକାଠି ଯୋଡ଼ି ଗୋଟିଏ ଜିନିଷ ତିଆରି କଲେ। 18 ଦୀପବୃକ୍ଷର ଏକ ପାର୍ଶ୍ୱରୁ ତିନି ଶାଖା ଏବଂ ଅନ୍ୟ ପାର୍ଶ୍ୱରୁ ତିନି ଶାଖା ଏହିପରି ଛଅଟି ଶାଖା ସେହି ଦୀପବୃକ୍ଷରୁ ବାହାର କଲେ। 19 ପ୍ରତ୍ୟେକ ଶାଖାରେ ତିନୋଟି କରି ଫୁଲ ରହିଲା। ଏହି ଫୁଲଗୁଡ଼ିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର କଳିକା ଓ ପୁଷ୍ପ, ଏହିପରି ଛଅଟି ଶାଖାରେ ରହିଲା। 20 ଦୀପରୁଖାର ଦଣ୍ଡଟିରେ ଗ୍ଭରୋଟି ପୁଷ୍ପ ଥିଲା, ସେଗୁଡ଼ିକର ଆକୃତି ବାଦାମ ପୁଷ୍ପର ବୃନ୍ତ ଓ ପାଖୁଡ଼ା ସଦୃଶ ଥିଲା। 21 ସେଥିରେ ଛଅଟି ଶାଖା ଥିଲା, ତିନୋଟି ପ୍ରତ୍ୟେକ ପାର୍ଶ୍ୱକୁ ଆସୁଛନ୍ତି, ଶାଖା ମୂଳ ଫୁଲ ସହିତ ବୃନ୍ତ ପାଖୁଡ଼ା ଥିଲା। 22 ସମ୍ପୂର୍ଣ୍ଣ ଦୀପ ବୃକ୍ଷଟି ତା’ର ଗଣ୍ଡି, ଶାଖା, ଫୁଲ ଓ ଫଳ ସବୁ ଶୁଦ୍ଧ ସୁବର୍ଣ୍ଣରେ ତିଆରି ହେଲା। ସମସ୍ତ ପିଟା ସୁନା କର୍ମରେ ନିର୍ମିତ ହୋଇଥିଲା। 23 ସେ ସେଥିପାଇଁ ସାତୋଟି ପ୍ରଦୀପ ଓ ଚିମୁଟା ଓ ଅଙ୍ଗାର ଧାନ ସମସ୍ତ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କଲେ। 24 ସେ ଏହି ସମସ୍ତ କାର୍ଯ୍ୟ ପାଇଁ ଏକ ତାଳନ୍ତ ସୁବର୍ଣ୍ଣ ବ୍ୟବହାର କଲେ।

ଧୂପବେଦି

25 ସେ ଧୂପ ଜଳାଇବା ପାଇଁ ଗୋଟିଏ ବେଦି ତିଆରି କଲେ। ସେ ଏଥିପାଇଁ ଶିଟିମ୍ କାଠ ବ୍ୟବହାର କଲେ। ଏହି ବେଦିଟି ଏକ ବର୍ଗାକାର, ଯାହାର ଦୈର୍ଘ୍ୟ ପ୍ରସ୍ଥ ଥିଲା ଏକ ହାତ ଓ ଉଚ୍ଚତା ଥିଲା ଦୁଇ ହାତ। ଶିଙ୍ଗଗୁଡ଼ିକ ତିଆରି ହୋଇଥିଲା ବେଦିର ଅଂଶ ଭାବରେ। 26 ଏବଂ ସେହି ଧୂପବେଦିଟିର ଶିଙ୍ଗ ସହିତ ଉପରି ଭାଗ ଶୁଦ୍ଧ ସୁବର୍ଣ୍ଣରେ ଆଚ୍ଛାଦିତ ହୋଇଥିଲା। ଏବଂ ସେ ବେଦି ଚତୁର୍ପାର୍ଶ୍ୱରେ ସୁବର୍ଣ୍ଣର ବଳୟ ନିର୍ମାଣ କଲେ। 27 ଧୂପବେଦିକୁ ବହିବା ପାଇଁ ତା’ର ପ୍ରତ୍ୟେକ ପାର୍ଶ୍ୱରେ ସୁବର୍ଣ୍ଣର ବଳୟ ତଳେ ସୁବର୍ଣ୍ଣ ଦୁଇ କଡ଼ା ନିର୍ମାଣ କଲେ। 28 ସେ ସେହି ସାଙ୍ଗୀଗୁଡ଼ିକ ଶିଟୀମ୍ କାଠରେ ନିର୍ମାଣ କରି ସେଥିରେ ସୁବର୍ଣ୍ଣର ଛାଉଣି ଦେଇଥିଲେ।

29 ଏହା ପରେ ସେ ବିଶେଷ ଅଭିଷେକାର୍ଥକ ତୈଳ ତିଆରି କଲେ ଏବଂ ଖାଣ୍ଟି ଧୂପ ନିମନ୍ତେ ଗନ୍ଧ ବଣିକର କ୍ରିୟାନୁଯାୟୀ ସୁଗନ୍ଧି ଦ୍ରବ୍ୟ ପ୍ରସ୍ତୁତ କଲେ।