Add parallel Print Page Options

ପବିତ୍ର ତମ୍ବୁ

26 ସଦାପ୍ରଭୁ ମୋଶାଙ୍କୁ କହିଲେ, “ପବିତ୍ର ତମ୍ବୁଟି ମୋଟା ନାଇଲନ ସୂତାର ଦଶ ଗୋଟି କପଡ଼ାରେ ନିର୍ମିତ ହେବ। ସେହି କପଡ଼ା ସବୁ ନୀଳ, ବାଇଗଣୀ ଓ ଲାଲ ସୂତାରେ ନିର୍ମିତ ହେବ ଏବଂ ତହିଁରେ କିରୂବଦୂତଗଣଙ୍କର ଛବି ସିଲେଇ କରାଯିବ। ପ୍ରତ୍ୟେକ କପଡ଼ା ଖଣ୍ଡମାନ ସମାନ ଆକୃତି ବିଶିଷ୍ଟ ହେବ। ପ୍ରତ୍ୟେକ କପଡ଼ା ଅଠେଇଶ ହାତ ଲମ୍ବ ଗ୍ଭରି ହାତ ପ୍ରସ୍ଥ ହେବ। ଦୁଇଭାଗ କରି କପଡ଼ାଗୁଡ଼ିକ ଗଣ୍ଠିଲିରେ ଏକତ୍ରିତ କର। ପ୍ରତ୍ୟେକ ଗଣ୍ଠିଲିରେ ପାଞ୍ଚ ଖଣ୍ଡ କପଡ଼ା ରଖି ଗୋଟିଏକୁ ଅନ୍ୟ ଗୋଟିଏ ସହିତ ଯୋଡ଼ିଦିଅ। ଉଭୟ ପ୍ରକାର ପରଦା ଗୁଡ଼ିକର ଧଡ଼ି ଝାଲେରି କାର୍ଯ୍ୟ ପାଇଁ ନୀଳ ବସ୍ତ୍ର ବ୍ୟବହାର କର। ପ୍ରଥମ କପଡ଼ା ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କରିବ। ଯୋଡ଼ ସ୍ଥାନର ଦ୍ୱିତୀୟ କପଡ଼ା ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କରିବ। ସେହି ଦୁଇ ଘୁଣ୍ଡିଘରା ଶ୍ରେଣୀରେ ପରସ୍ପର ସମ୍ମୁଖୀନ ରହିବ। ଏକ ବଡ଼ ତମ୍ବୁ କରିବା ପାଇଁ ଏହା ପରେ ପଗ୍ଭ‌ଶ୍‌ଟି ସ୍ୱର୍ଣ୍ଣକପଡ଼ାରେ ପରଦାଗୁଡ଼ିକ ଯୋଡ଼ିବ।

“ଆଉ ଏକ ତମ୍ବୁ ତିଆରି କର ଯାହାକି ଏହି ପବିତ୍ର ଆବାସକୁ ଘୋଡ଼ାଇ ରହିବ। ତମ୍ବୁଟି କରିବା ପାଇଁ ଛେଳିର ଚମଡ଼ାରେ ନିର୍ମିତ ହୋଇଥିବା ଏଗାରଟି ପରଦା ବ୍ୟବହାର କର। ଏହି ଏଗାର ଖଣ୍ଡ କପଡ଼ା ଏକ ପ୍ରକାର ଆକାର ବିଶିଷ୍ଟ ହେବା ଉଚିତ୍। ଏହାର ଲମ୍ବ ତିରିଶ୍ ହାତ ଓ ପ୍ରସ୍ଥ ଗ୍ଭରି ହାତ ହେବା ଉଚିତ୍। ପାଞ୍ଚ ଖଣ୍ଡ କପଡ଼ା ଏକତ୍ର କରି ଗୋଟିଏ ବିଭାଗ କର। ଏହା ପରେ ଅନ୍ୟ ଛଅ ଖଣ୍ଡ କପଡ଼ା ଯୋଡ଼ି ଆଉ ଏକ ବିଭାଗ କର। ତମ୍ବୁ ସାମନାରେ ଟାଙ୍ଗିବା ପାଇଁ ଷଷ୍ଠ ଖଣ୍ଡ କପଡ଼ାଟିକୁ ଭାଙ୍ଗ କର। 10 ଯୋଡ଼ ସ୍ଥାନରେ ପ୍ରଥମ ଅନ୍ୟ କପଡ଼ା ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କରିବ। ଦ୍ୱିତୀୟ କପଡ଼ା ବିଭାଗର ଯୋଡ଼ ସ୍ଥାନରେ ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କରିବ। 11 ଏହା ପରେ ପିତ୍ତଳର ପଗ୍ଭ‌ଶ୍‌ଟି କଡ଼ା ତିଆରି କର ଏବଂ ସେହି ତମ୍ବୁର ବସ୍ତ୍ର ସହିତ ଏହି କଡ଼ାଗୁଡ଼ିକୁ ଯୋଡ଼ି ଦିଅ, ଏହା ଗୋଟିଏ ତମ୍ବୁ ହେବ। 12 ସେହି ତମ୍ବୁ କପଡ଼ାରେ ଅତିରିକ୍ତ ଅଂଶ ଅର୍ଥାତ୍ ଯେଉଁ ଅର୍ଦ୍ଧେକ କପଡ଼ା ଅତିରିକ୍ତ ଥିବ, ତାହା ପବିତ୍ର ତମ୍ବୁର ପଛ ପାଖରେ ଓହଳି ରହିବ। 13 ଆଉ ତମ୍ବୁ କପଡ଼ାର ଦୀର୍ଘତାର ଯେଉଁ ଅଂଶ ଏପାଖରେ ଏକ ହସ୍ତ ଓ ସେପାଖରେ ଏକ ହସ୍ତ ଅତିରିକ୍ତ ରହିବ। ତାହା ପବିତ୍ର ତମ୍ବୁର ଏପାର୍ଶ୍ୱ-ସେପାର୍ଶ୍ୱରେ ଆଚ୍ଛାଦାନାର୍ଥେ ଝୁଲିବ। 14 ଏହା ପରେ ତୁମ୍ଭେ ରକ୍ତୀକୃତ ମେଷ ଚର୍ମରେ ତମ୍ବୁର ଏକ ଛାତ କରିବ। ଆଉ ତହିଁ ଉପରେ ଏକ ଶିଶୁକଚର୍ମରେ ଏକ ଛାତ କରିବ।

15 “ପବିତ୍ର ତମ୍ବୁର ତକ୍ତା ଶିଟୀମ୍ କାଠରେ ତିଆରି ହେବା ଉଚିତ୍। 16 ସେହି ପଟାଗୁଡ଼ିକ ଦଶ ହାତ ଲମ୍ବ, ଦେଢ଼ ହାତ ଚଉଡ଼ା ହେବ। 17 ତକ୍ତାର ଦୁଇପାଖ ଦୁଇଟି ଖିଲ ଦ୍ୱାରା ଯୋଡ଼ି ଦିଅ। ପବିତ୍ର ତମ୍ବରୁ କାଠର ତକ୍ତାଗୁଡ଼ିକ ସମାନ ଆକାରର ହେବା ଉଚିତ୍। 18 ପବିତ୍ର ତମ୍ବୁ ତିଆରି କରିବା ପାଇଁ ଦକ୍ଷିଣ ଦିଗରେ କୋଡ଼ିଏଟି କାଠର ତକ୍ତା ବ୍ୟବହାର କର। 19 ସେହି କୋଡ଼ିଏ ତକ୍ତା ତଳେ ରଖିବା ପାଇଁ ଗ୍ଭଳିଶ୍ ରୂପାର ଆଧାର କର। ପ୍ରତ୍ୟେକ ତକ୍ତା ତଳେ ଦୁଇଟି ଆଧାର ରଖ। ପ୍ରତ୍ୟେକ ତକ୍ତା ତଳେ ଦୁଇଟି ଖିଲ ପାଇଁ ଦୁଇଟି ଆଧାର ରହିବ। 20 ପୁଣି ପବିତ୍ର ତମ୍ବୁର ଅନ୍ୟ ପାର୍ଶ୍ୱରେ ଉତ୍ତର ଦିଗରେ କୋଡ଼ିଏ ପଟା ହେବ। 21 ପ୍ରତ୍ୟେକ ତକ୍ତା ତଳେ ଦୁଇଟି ଆଧାର ରହିବ। ଏହିପରି ରୂପାର ଗ୍ଭଳି‌ଶ୍‌ଟି ଆଧାର ହେବ। 22 ପବିତ୍ର ତମ୍ବୁର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାର୍ଶ୍ୱ ନିମନ୍ତେ ଛଅ ଖଣ୍ଡ ପଟା ହେବ। 23 ପବିତ୍ର ତମ୍ବୁର ସେହି ପଛପଟେ ପ୍ରତ୍ୟେକ ପାଖ କୋଣରେ ଦୁଇଖଣ୍ଡ ତକ୍ତା ରହିବ। 24 ତହିଁ ତଳେ ଯୋଡ଼ ହେବ ଓ ସେହିପରି ତହିଁ ମୁଣ୍ଡରେ ପ୍ରଥମ କଡ଼ା ନିକଟରେ ଯୋଡ଼ ହେବ, ଏହିପରି ଦୁଇଥର ହେବ। ତାହା ସବୁ ଦୁଇ କୋଣ ନିମନ୍ତେ ହେବ। 25 ତମ୍ବୁର ପଶ୍ଚିମ ମୁଣ୍ଡ ପାଇଁ, ମୋଟ ଆଠ ଖଣ୍ଡ ତକ୍ତା କରିବ। ଷୋହଳଟି ରୌପ୍ୟ ଆଧାର ହେବ, ଦୁଇଟି ଆଧାର ପ୍ରତ୍ୟେକ ତକ୍ତା ତଳେ।

26 “ଅର୍ଗଳ ତିଆରି କରିବା ପାଇଁ ତୁମ୍ଭେମାନେ ଶିଟୀମ୍ କାଠ ବ୍ୟବହାର କରିବ। ପବିତ୍ର ତମ୍ବୁ ପାଇଁ ପାଞ୍ଚୋଟି ଅର୍ଗଳ ତିଆରି କରିବ ଏକ ପାର୍ଶ୍ୱରେ। 27 ଅନ୍ୟ ଏକ ପାର୍ଶ୍ୱରେ ପାଞ୍ଚୋଟି ଅର୍ଗଳ ନିର୍ମାଣ କର ଏବଂ ପଛ ପାର୍ଶ୍ୱ ପଶ୍ଚିମ ଦିଗରେ ନିର୍ମାଣ କର। 28 ପୁଣି ମଧ୍ୟସ୍ଥିତ ଅର୍ଗଳ ପଟାର ମଧ୍ୟ ଦେଶରେ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ପାଇବ।

29 “ସବୁ ଢାଞ୍ଚାଗୁଡ଼ିକୁ ଓ ଖିଲକୁ ଧରି ରଖୁଥିବା ଢାଞ୍ଚାକୁ ସୁବର୍ଣ୍ଣରେ ଆଚ୍ଛାଦନ କର। ସୁବର୍ଣ୍ଣରେ କଡ଼ା ତିଆରି କର। 30 ମୁଁ ପର୍ବତ ଉପରେ ଦେଖାଇଥିବା ଯୋଜନା ଅନୁସାରେ ପବିତ୍ର ତମ୍ବୁଟିକୁ ତିଆରି କର।

ପବିତ୍ର ତମ୍ବୁର ଅନ୍ତରାଳେ

31 “ତୁମ୍ଭେ ନୀଳବର୍ଣ୍ଣ ଓ ଧୂମ୍ରବର୍ଣ୍ଣ ଓ ସିନ୍ଦୁରବର୍ଣ୍ଣ ଶୁଭ୍ର କ୍ଷୋମ ସୂତ୍ରରେ ଏକ ପରଦା ପ୍ରସ୍ତୁତ କରିବ। ସେଥିରେ କିରୂବଦୂତଗଣର ଆକୃତିକୁ ଚିତ୍ରିତ କର। 32 ତୁମ୍ଭେ ସେହି ପରଦାକୁ ଶିଟୀମ୍ କାଠର ଗ୍ଭରି ସ୍ତମ୍ଭ ଉପରେ ଟାଙ୍ଗିବ ଏବଂ ସେଗୁଡ଼ିକୁ ସୁବର୍ଣ୍ଣରେ ଆଚ୍ଛାଦନ କର। ସୁବର୍ଣ୍ଣର ଆଙ୍କଡ଼ା ସହିତ ସ୍ତମ୍ଭ ଉପରେ ରୂପାର ଆଧାର ବ୍ୟବହାର କର। 33 ସୁବର୍ଣ୍ଣ କଡ଼ାରେ ସେହି ପରଦା ଟାଙ୍ଗି ଦିଅ। ତା’ପରେ ପରଦାର ପଛପଟେ ନିୟମ-ସିନ୍ଦୁକ ରଖ। ସେହି ପରଦାଟି ପବିତ୍ର ସ୍ଥାନରୁ ମହାପବିତ୍ର ସ୍ଥାନକୁ ପୃଥକ କରିବା ଉଚିତ୍। 34 ତୁମ୍ଭେ ନିୟମ-ସିନ୍ଦୁକର ଆଚ୍ଛାଦନ ମହାପବିତ୍ର ସ୍ଥାନ ଭିତରେ ରଖିବ।

35 “ପରଦାର ବାହାର ପାର୍ଶ୍ୱରେ ମେଜ ରଖିବା ଉଚିତ୍ ଏବଂ ମେଜର ବିପରୀତ ପାର୍ଶ୍ୱରେ ପବିତ୍ର ତମ୍ବୁର ଦକ୍ଷିଣକୁ ଦୀପ ରଖିବା ଉଚିତ୍। ପବିତ୍ର ତମ୍ବୁର ଉତ୍ତର ପାର୍ଶ୍ୱକୁ ମେଜ ରଖ।

ପବିତ୍ର ତମ୍ବୁର ଦ୍ୱାର

36 “ପବିତ୍ର ତମ୍ବୁର ଦ୍ୱାର ନିମନ୍ତେ ଏକ ନୀଳ ପରଦା ପ୍ରସ୍ତୁତ କର। ଏହା ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଶୁଭ୍ର କ୍ଷୋମ ସୂତାରେ ବୁଣାଯିବା ଉଚିତ୍। 37 ସେହି ଆଚ୍ଛାଦନ ବସ୍ତ୍ର ନିମନ୍ତେ ପାଞ୍ଚ ଗୋଟି ଶିଟୀମ୍ କାଠର ସ୍ତମ୍ଭ ନିର୍ମାଣ କରି ସୁବର୍ଣ୍ଣ ମଡ଼ାଇବ। ପୁଣି ସୁବର୍ଣ୍ଣରେ ତହିଁର ଆଙ୍କଡ଼ା କରିବ। ତହିଁ ନିମନ୍ତେ ପିତ୍ତଳର ପାଞ୍ଚ ଚୁଙ୍ଗୀ ଢାଳିବ।”