Add parallel Print Page Options

22 “ଜଣେ ବ୍ୟକ୍ତି ପାଇଁ କ’ଣ ଦଣ୍ଡ ଅଛି ଯିଏ ଗୋରୁ କିମ୍ବା ମେଷ ଗ୍ଭେରି କରେ, ଯଦି ସେ ତାକୁ ହତ୍ୟା କରେ କିମ୍ବା ବିକ୍ରୀ କରେ। ସେ ଏହାକୁ ଫେରାଇ ପାରିବ ନାହିଁ। ତେଣୁ ସେ ଏକ ଗୋରୁ ବଦଳରେ ପାଞ୍ଚୋଟି ଗୋରୁ, ଏବଂ ଏକ ମେଷ ବଦଳରେ ଗ୍ଭରୋଟି ମେଷ ଦେବ। ଯଦି ଏକ ଗ୍ଭେର ଗ୍ଭେରି କରିବା ସମୟରେ ରାତ୍ରିରେ ମରିଯାଏ, ତେବେ ତା’ର ମୃତ୍ୟୁ ପାଇଁ କେହି ଦାୟୀ ହେବେ ନାହିଁ। ଯଦି ଏପରି ଦିନରେ ଘଟିଥାଏ ତେବେ ହତ୍ୟା କରିଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବ।

“ଯଦି ଜଣେ ଲୋକ ଗ୍ଭେରି କରୁଥିବା ସମୟରେ ଧରାପଡ଼େ, ସେ ନିଶ୍ଚୟ ଫେରାଇଦେବ, ଯାହା ଗ୍ଭେରି କରିଥିଲା। ଏବଂ ଯଦି ସେହି ଲୋକର ନିଜର କିଛି ନ ଥାଏ, ତେବେ ତାକୁ କ୍ରୀତଦାସ ରୂପେ ବିକ୍ରୀ କରାଯିବ।

ଯଦି ଗ୍ଭେରି ହୋଇଥିବା ପଶୁଟି ସେହି ଲୋକ ପାଖରେ ମିଳେ, ଏହା ବଳଦ ହେଉ, ଗଧ କିମ୍ବା ମେଷ ହେଉ, ସେ ଗ୍ଭେରି କରିଥିବା ଜିନିଷର ଦୁଇଗୁଣ ଦେବ।

“ଯଦି କୌଣସି ବ୍ୟକ୍ତି ଅନ୍ୟ ଜଣେ ଲୋକର ଦ୍ରାକ୍ଷାକ୍ଷେତ୍ର‌ରେ ପଶୁ ଚରାଏ ତେବେ ସେ ଲୋକ ତା’ର ଉତ୍ତମ କ୍ଷେତର ଫସଲ ଉକ୍ତ ଲୋକକୁ ଦେବ।

“ଯଦି କୌଣସି ଲୋକ କଣ୍ଟକ ବନରେ ଅଗ୍ନି ସଂଯୋଗ କରେ ଓ ସେହି ଅଗ୍ନିରେ ଯଦି କାହାର କ୍ଷେତର ଫସଲ ବା ଶସ୍ୟଗଦା କିମ୍ବା କ୍ଷେତଟି ପୋଡ଼ି ନଷ୍ଟ ହୁଏ ତେବେ ସେହି ଲୋକକୁ ଉକ୍ତ କ୍ଷତିର ଭରଣା କରିବାକୁ ହେବ।

“ଆଉ କେହି ଆପଣା ପଡ଼ୋଶୀ ନିକଟରେ ମୁଦ୍ରା ଅବା ଆଉ କୌଣସି ଦ୍ରବ୍ୟ ରଖିବା ପାଇଁ ସମର୍ପଣ କଲେ ତାହା ଯେବେ କେହି ସେହି ଲୋକର ଗୃହରୁ ଗ୍ଭେରି କରେ ଓ ସେହି ଗ୍ଭେର ଧରାପଡ଼େ, ତେବେ ସେ ତା’ର ଦୁଇଗୁଣ ଦେବ। କିନ୍ତୁ ଯଦି ଗ୍ଭେର ଧରା ନ ପଡ଼େ, ତେବେ ଗୃହସ୍ୱାମୀ ପ୍ରତିବାସୀର ଦ୍ରବ୍ୟରେ ହସ୍ତ ଦେଇ ଅଛି କି ନାହିଁ, ଏହା ଜଣାଯିବା ନିମନ୍ତେ ସେ ପରମେଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ହେବ।

“ପୁଣି ସର୍ବପ୍ରକାର ଅଧର୍ମ ବିଷୟରେ, ଅର୍ଥାତ୍ ଗୋରୁ କି ଗଧ, ମେଷ କିଅବା ବସ୍ତ୍ର ଯେକୌଣସି ହଜିଲା ଦ୍ରବ୍ୟ ବିଷୟରେ ଯେବେ କେହି କହେ, ‘ଏହା ସେହି ଦ୍ରବ୍ୟ’ ଏବଂ ଅନ୍ୟ ଜଣେ କହିବ, ‘ନା ଏହା ତାହା ନୁହେଁ’ ତେବେ ଉଭୟ ପକ୍ଷଙ୍କ କଥା ପରମେଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ହେବ, ତହିଁରେ ପରମେଶ୍ୱର ଯାହାକୁ ଦୋଷୀ ବିଗ୍ଭର କରିବେ ସେ ଆପଣା ପଡ଼ୋଶୀକୁ ଦୁଇଗୁଣ ଦେବ।

10 “କୌଣସି ଲୋକ ଯଦି ଅନ୍ୟ କାହାର ଗଧ କି ଗୋରୁ, କି ମେଷ, କିଅବା କୌଣସି ପଶୁ ପ୍ରତିପାଳନାର୍ଥେ ରଖିଥାଏ, ଯଦି ଅଦେଖାରେ ସେ ପଶୁ ମରେ କିମ୍ବା ଅଙ୍ଗହାନି ହୁଏ କିମ୍ବା ତଡ଼ି ଦିଆଯାଏ, 11 ତେବେ ସେ ପ୍ରତିବାସୀର ଦ୍ରବ୍ୟରେ ହସ୍ତ ଦେଇଅଛି କି ନାହିଁ, ଏ ବିଷୟରେ ଉଭୟଙ୍କ ମଧ୍ୟରେ ସଦାପ୍ରଭୁଙ୍କର ଶପଥ ହେବ। ପଶୁର ମାଲିକ ସେହି ଶପଥ ଗ୍ରହଣ କରିବ। ପୁଣି ସେ ପରିଶୋଧ କରିବ ନାହିଁ। 12 ମାତ୍ର ଯେବେ ତାହା ନିକଟରୁ ଗ୍ଭେରି ଯାଏ, ତେବେ ସେ ତା’ର ମୁନିବକୁ ତାହାର ମୂଲ୍ୟ ଦେବ। 13 ଯଦି କୌଣସି ବନ୍ୟ ଜନ୍ତୁ ତାକୁ ହତ୍ୟା କରେ, ଦେବେ ତାହା ଯଦି ସେ ପ୍ରମାଣ କରେ ତେବେ ତାକୁ ସେହି ପଶୁର ମୂଲ୍ୟ ଦେବାକୁ ପଡ଼ିବ ନାହିଁ।

14 “କୌଣସି ଲୋକ ଯଦି ତା’ର ପଡ଼ୋଶୀଠାରୁ କିଛି ଧାର ଆଣିଥାଏ ତେବେ ସେ ସେହି ଜିନିଷ ପାଇଁ ଦାୟୀ ରହିବ। ଯଦି ଗୋଟିଏ ପଶୁ ଆଘାତ ପାଏ ଯଦି ଏ ପଶୁ ମରିଯାଏ, ତେବେ ତା’ର ପଡ଼ୋଶୀକୁ ତା’ର ପଶୁ ମୁନିବକୁ ତା’ର ମୂଲ୍ୟ ଦେବାକୁ ପଡ଼ିବ। ଏଥିପାଇଁ ତା’ର ପଡ଼ୋଶୀ ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବ। କାରଣ ତା’ର ମୁନିବ ସେଠାରେ ନ ଥାଏ। 15 କିନ୍ତୁ ଯଦି ପଶୁ ନିକଟରେ ତା’ର ମୁନିବ ଥାଏ, ତେବେ ତା’ର ପଡ଼ୋଶୀକୁ କିଛି ଦେବାକୁ ପଡ଼ିବ ନାହିଁ। କିମ୍ବା ଯଦି ତା’ର ପଡ଼ୋଶୀ ସେହି ପଶୁକୁ ବ୍ୟବହାର କରି ପଇସା ଦେଉଥାଏ, ତେବେ ତାକୁ ପଇସା ଦେବାକୁ ପଡ଼ିବ ନାହିଁ। ଯେବେ ସେହି ପଶୁଟି ମରିଯାଏ, ବ୍ୟବହାର ସମୟରେ ଯେତିକି ଅର୍ଥ ଦେଇଥିବ ତାହା ଯଥେଷ୍ଟ।

16 “ଯଦି କୌଣସି ଲୋକର କୌଣସି ଅବିବାହିତା ଯୁବତୀ ସହ ଯୌନ ସମ୍ପର୍କ ଥାଏ, ତେବେ ସେ ତାକୁ ବିବାହ କରିବାକୁ ବାଧ୍ୟ। ଏବଂ ତାକୁ ମଧ୍ୟ ସେ ଝିଅର ପିତାକୁ ଯୌତୁକ ଦେବାକୁ ପଡ଼ିବ। 17 ଯଦି ତାଙ୍କର ପିତା ଦୁହିଁଙ୍କୁ ବିବାହ ଦେବାକୁ ମନା କରେ ତଥାପି ମଧ୍ୟ ସେହି ଯୁବକକୁ ଅର୍ଥ ଦେବାକୁ ପଡ଼ିବ। ସେ ତାଙ୍କୁ ସମ୍ପୂର୍ଣ୍ଣ ଅର୍ଥ ଦେବାକୁ ପଡ଼ିବ।

18 “ତୁମ୍ଭେ ନିଶ୍ଚିତ କୌଣସି ସ୍ତ୍ରୀ ଲୋକକୁ ମନ୍ଦ ଯାଦୁବିଦ୍ୟା ଅଭ୍ୟାସ କରିବା ପାଇଁ ଅନୁମତି ଦେବା ଉଚିତ୍ ନୁହେଁ। ଯଦି କିଏ ଏପରି କରେ ତେବେ ତାକୁ ଜୀବିତ ରଖିବ ନାହିଁ।

19 “କୌଣସି ଲୋକକୁ ପଶୁ ସହିତ ଯୌନ ସମ୍ପର୍କ ରଖିବାକୁ ଦେବ ନାହିଁ। ଯଦି ଏପରି କେହି କରେ, ତେବେ ତାକୁ ମୃତ୍ୟୁ ଦଣ୍ଡ ଦେବ।

20 “ଯଦି କେହି ଲୋକ ସଦାପ୍ରଭୁଙ୍କ ବିନା ଅନ୍ୟ କୌଣସି ଦେବତାଙ୍କୁ ବଳିଦାନ ଉତ୍ସର୍ଗ କରେ, ତେବେ ସେ ବର୍ଜ୍ଜନୀୟ ହୋଇ ବିନଷ୍ଟ ହେବ।

21 “ମନେରଖ, ଅତୀତରେ ତୁମ୍ଭେମାନେ ମିଶରରେ ବିଦେଶୀ ରୂପେ ଥିଲ। ତେଣୁ ତୁମ୍ଭ ଦେଶରେ କୌଣସି ବିଦେଶୀକୁ ଠକିବ ନାହିଁ କିମ୍ବା ଆଘାତ କରିବ ନାହିଁ।

22 “କୌଣସି ବିଧବା କିମ୍ବା ପିତାମାତାହୀନ ସନ୍ତାନଙ୍କର କୌଣସି କ୍ଷତି କରିବ ନାହିଁ। 23 ଯଦି ତୁମ୍ଭେ କେହି ଅସହାୟ ବିଧବା କିମ୍ବା ପିତାମାତାହୀନ ଅନାଥଙ୍କର କିଛି ଅନିଷ୍ଟ କର ତେବେ ମୁଁ ତାଙ୍କର ଦୁଃଖ ଶୁଣିବି। 24 ଏବଂ ଏଥିରେ ଅଧିକ କ୍ରୋଧିତ ହେବି। ମୁଁ ତାକୁ ଏକ ଖ‌ଡ଼୍‌ଗରେ ହତ୍ୟା କରିବି। ଏହା ପରେ ତୁମ୍ଭର ସ୍ତ୍ରୀ ବିଧବା ହେବ ଏବଂ ତୁମ୍ଭର ପିଲାମାନେ ଅନାଥ ହେବେ।

25 “ଯଦି ତୁମ୍ଭେ ଗରିବ ଲୋକକୁ ଧାର ଦିଅ, ଯିଏକି ମୋର ଲୋକ ତୁମ୍ଭେ ତା’ ନିକଟରୁ ସୁଧ ନେବ ନାହିଁ। ମହାଜନ ପରି ବ୍ୟବହାର କର ନାହିଁ। 26 ଯେବେ ତୁମ୍ଭେ ଆପଣା ପଡ଼ୋଶୀର ବସ୍ତ୍ର ବନ୍ଧକ ରଖିବ ତେବେ ତାହା ସୂର୍ଯ୍ୟାସ୍ତ ପୂର୍ବରୁ ଫେରାଇ ଦେବ। 27 ଯଦି ସେ ଲୋକର ଶରୀରକୁ ଆଚ୍ଛାଦନ କରିବା ପାଇଁ କୌଣସି ବସ୍ତ୍ର ନ ଥାଏ, ତେବେ ସେ କେଉଁଥିରେ ଶୋଇବ? ଏବଂ ସେ ଯଦି ମୋତେ ଦୁଃଖରେ ଡାକେ, ତେବେ ମୁଁ ତା’ର କଥା ଶୁଣିବି କାରଣ ମୁଁ ଦୟାଳୁ।

28 “ତୁମ୍ଭେ କୌଣସି ଅବଜ୍ଞା କରିବ ନାହିଁ ଆପଣା ପରମେଶ୍ୱରଙ୍କୁ। ଏବଂ ତୁମ୍ଭର କୌଣସି ଅଧ୍ୟକ୍ଷଙ୍କୁ ଶାପ ଦେବ ନାହିଁ।

29 “ଶସ୍ୟଅମଳ ସମୟରେ ତୁମ୍ଭର ପ୍ରଥମ ଶସ୍ୟ ଏବଂ ପ୍ରଥମ ଫଳର ରସ ଦେବାରେ କୌଣସି ବିଳମ୍ବ କରିବ ନାହିଁ।

ଏବଂ “ତୁମ୍ଭର ପ୍ରଥମଜାତ ସନ୍ତାନ ମୋତେ ଉତ୍ସର୍ଗ କରିବ। 30 ତୁମ୍ଭମାନଙ୍କର ମେଷ, ଗୋବତ୍ସା ଇତ୍ୟାଦି ତାଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ତାଙ୍କର ମା ପାଖରେ ସାତ ଦିନ ରଖି ଅଷ୍ଟମ ଦିନରେ ମୋ’ଠାରେ ଉତ୍ସର୍ଗ କରିବ।

31 “ତୁମ୍ଭେମାନେ ମୋର ବିଶେଷ ଲୋକ। ତେଣୁ ତୁମ୍ଭେ କୌଣସି ପଶୁମାନଙ୍କ ଦ୍ୱାରା ମରିଥିବା ପଶୁକୁ ଖାଇବ ନାହିଁ। କୁକୁରମାନଙ୍କୁ ତା’ର ମାଂସ ଖାଇବାକୁ ଦେବ।