Add parallel Print Page Options

ଶିଶୁ ମୋଶା

ଲେବୀ ବଂଶର ଜଣେ ଲୋକ ଥିଲେ। ଯିଏକି ସେହି ଲେବୀ ବଂଶର ଜଣେ କନ୍ୟାଙ୍କୁ ବିବାହ କଲେ। ସେହି ସ୍ତ୍ରୀଲୋକ ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ତାଙ୍କ ମାତା ଦେଖିଲେ ତାଙ୍କର ସେହି ପୁତ୍ର ବହୁତ ସୁନ୍ଦର ହୋଇଛି। ତେଣୁ ସେ ତାକୁ ତିନି ମାସ କାଳ ଲୁଗ୍ଭଇ ରଖିଲେ। ଯେତେବେଳେ ସେ (ସ୍ତ୍ରୀ) ତାକୁ ଦୀର୍ଘ ସମୟ ଲୁଗ୍ଭଇ ପାରିଲା ନାହିଁ, ସେ ଏକ ଟୋକେଇ ତିଆରି କରି ତେଲ ଓ ରାଳ ଲେପନ କଲା। ସେ ସେହି ବାଳକଟିକୁ ଟୋକେଇରେ ରଖିଲା ଏବଂ ନଦୀର ନଳବନ ମଝିରେ ରଖିଲା। ସେହି ବାଳକର ଜଣେ ଭଉଣୀ ତାକୁ ଦୂରରୁ ଲକ୍ଷ୍ୟ କରୁଥିଲା। ପିଲାଟିର କ’ଣ ହେବ, ଏହା ଜାଣିବା ପାଇଁ ଲକ୍ଷ୍ୟ ରଖିଲା।

ଠିକ୍ ତା’ପରେ ଫାରୋଙ୍କର କନ୍ୟା ନଦୀକୁ ଗାଧୋଇବାକୁ ଗଲେ। ସେ ସେହି ନଳବନ ମଧ୍ୟରେ ଟୋକେଇଟିକୁ ପାଇଲେ। ତାଙ୍କର ଗ୍ଭକରାଣୀମାନେ ସେହି ନଦୀ କୂଳରେ ବୁଲୁଥିଲେ। ସେ ତାଙ୍କର ଜଣେ ଦାସୀକୁ ସେହି ପେଡ଼ିଟିକୁ ଆଣିବା ପାଇଁ କହିଲେ। ରାଜାଙ୍କର କନ୍ୟା ଯେତେବେଳେ ସେହି ଟୋକେଇଟିକୁ ଖୋଲି ସେହି ଶିଶୁ ପୁତ୍ରକୁ ଦେଖିଲେ। ସେହି ଶିଶୁଟି କାନ୍ଦୁ ଥିଲା। ଏଥିପାଇଁ ସେ ତା’ ପାଇଁ ବହୁତ ଦୁଃଖ କଲେ। ସେ କହିଲେ, “ଏହି ପିଲାଟି ଏବ୍ରୀୟ ମଧ୍ୟରୁ ଜଣକର ଅଟେ।”

ତା’ପରେ ସେହି ଶିଶୁଟିର ଭଉଣୀ ରାଜକନ୍ୟାଙ୍କୁ ପଗ୍ଭରିଲା, “ମୁଁ ଯାଇ ଏହି ଶିଶୁଟିକୁ ତା’ର ସ୍ତନ୍ୟପାନ କରାଇବା ପାଇଁ ଜଣେ ଏବ୍ରୀୟା ଧାତ୍ରୀକି ଆଣିପାରେ କି?”

ରାଜାଙ୍କର କନ୍ୟା କହିଲେ, “ହଁ, ଦୟାକରି ଡାକ।”

ତେଣୁ ସେହି ବାଳିକାଟି ଯାଇ ତା’ର ମାକୁ ଡାକି ଆଣିଲା।

ରାଜାଙ୍କର ଝିଅ ସେହି ମା’ଟିକୁ କହିଲେ, “ଏହି ଶିଶୁଟିକୁ ନିଅ ଏବଂ ମୋ’ ପାଇଁ ତାକୁ ଲାଳନ ପାଳନ କର, ଏଥିପାଇଁ ମୁଁ ତୁମ୍ଭକୁ ପାରିଶ୍ରମିକ ଦେବି।”

ତେଣୁ ସେହି ସ୍ତ୍ରୀ ଲୋକଟି ଶିଶୁଟିକୁ ନେଲା ଏବଂ ତାକୁ ଲାଳନ ପାଳନ କଲା। 10 ସେହି ଶିଶୁଟି ବଢ଼ିବାକୁ ଲାଗିଲା ଏବଂ କିଛି ଦିନ ପରେ ସେହି ସ୍ତ୍ରୀ ଲୋକଟି ରାଜକନ୍ୟାକୁ ସେହି ଶିଶୁଟିକୁ ଫେରାଇ ଦେଲା। ରାଜକନ୍ୟା ସେହି ଶିଶୁଟିକୁ ନିଜର ସନ୍ତାନ ଭାବରେ ଗ୍ରହଣ କଲେ। ସେ ତା’ର ନାମ ମୋଶା ଦେଲେ, କାରଣ ସେ ଜଳରୁ ତାଙ୍କୁ ଉଦ୍ଧାର କରି ଆଣିଥିଲେ।

ମୋଶା ତାଙ୍କର ଲୋକମାନଙ୍କୁ ସାହାଯ୍ୟ କରନ୍ତି

11 ମୋଶା ବଡ଼ ହେଲେ। ସେ ତାଙ୍କର ନିଜର ଲୋକମାନଙ୍କୁ ଭେଟିଲେ ଏବଂ ଦେଖିଲେ, ଏବ୍ରୀୟ ଲୋକମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ବାଧ୍ୟ କରାଯାଉଅଛି। ଦିନେ ମୋଶା ଦେଖିଲେ ଜଣେ ମିଶରୀୟ ଲୋକ ଜଣେ ଏବ୍ରୀୟ ଲୋକକୁ ପ୍ରହାର କରୁଥିଲା। 12 ମୋଶା ଚତୁର୍ପାର୍ଶ୍ୱରେ କାହାରିକୁ ପାଇଲେ ନାହିଁ। ତେଣୁ ସେଠାରେ ମୋଶା ସେହି ମିଶରୀୟ ଲୋକଟିକୁ ହତ୍ୟା କଲେ ଓ ଲୋକଟିକୁ ସେ ବାଲିରେ ପୋତି ଦେଲେ।

13 ତା’ ପରଦିନ ମୋଶା ଦୁଇଜଣ ଏବ୍ରୀୟ ଲୋକଙ୍କୁ ଦେଖିଲେ। ସେମାନେ ପରସ୍ପର ମଧ୍ୟରେ କଳି କରୁଥିଲେ। ମୋଶା ଦେଖିଲେ ସେମାନଙ୍କ ମଧ୍ୟରୁ ଜଣକର ଦୋଷ ଥିଲା। ମୋଶା ସେହି ଦୋଷୀ ଲୋକଟିକୁ କହିଲେ, “ତୁମ୍ଭେ ଆପଣା ଭାଇକୁ କାହିଁକି ପ୍ରହାର କରୁଛ?”

14 ସେହି ଲୋକ ଜଣକ ଉତ୍ତର ଦେଲା, “କିଏ ତୁମ୍ଭକୁ ଆମ୍ଭମାନଙ୍କର ଶାସକ ଓ ବିଗ୍ଭରକର୍ତ୍ତା କରି ନିଯୁକ୍ତ କରିଅଛି? ତୁମ୍ଭେ ସେହି ମିଶରୀୟ ଲୋକଟିକୁ ବଧ କଲା ପରି ମୋତେ ବଧ କରିବା ପାଇଁ ଯୋଜନା କରୁଛ କି?”

ତହିଁରେ ମୋଶା ଭୟଭୀତ ହେଲେ। ମୋଶା ନିଜକୁ ନିଜେ ଚିନ୍ତା କଲେ, “ଏକଥା ପ୍ରାୟ ସମସ୍ତେ ଜାଣିଛନ୍ତି।”

15 ତା’ପରେ ଫାରୋ ଜାଣିବାକୁ ପାଇଲେ ମୋଶା ଯାହା କରିଥିଲେ। ତେଣୁ ସେ ମୋଶାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି କଲେ। ତେଣୁ ଫାରୋଙ୍କ ନିକଟରୁ ମୋଶା ଖସି ମିଦିୟନ ଦେଶକୁ ପଳାଇଲେ।

ମିଦିୟନରେ ମୋଶା

ମୋଶା ସେଠାକୁ ଯାଇ ଏକ କୂପ ନିକଟରେ ବସିଲେ। 16 ସେଠାରେ ଜଣେ ମିଦିୟନୀୟ ଯାଜକ ଥିଲେ, ଯାହାଙ୍କର ସାତୋଟି କନ୍ୟା ଥିଲେ। ସେହି କନ୍ୟାମାନେ ସେହି କୂପ ନିକଟକୁ ତାଙ୍କର ପିତାଙ୍କର ମେଷପଲ ପାଇଁ ପାଣି ନେବାକୁ ଆସିଥିଲେ। ସେମାନେ ପାଣି କାଢ଼ି ସେହି କୁଣ୍ଡଟିକୁ ପୂର୍ଣ୍ଣ କରିବାକୁ ଲାଗିଲେ। 17 ଇତ୍ୟବସରରେ ମେଷପାଳକମାନେ ଆସି ସେମାନଙ୍କୁ ଗୋଡ଼ାଇବାକୁ ଆରମ୍ଭ କଲେ। ମାତ୍ର ମୋଶା ସେମାନଙ୍କୁ ସାହାଯ୍ୟ କଲେ ଓ ସେମାନଙ୍କର ମେଷପଲକୁ ଜଳ ଦେଲେ।

18 ଏହା ପରେ ସେମାନେ ତାଙ୍କର ପିତା ରୂୟେଲଙ୍କ ନିକଟକୁ ଫେରିଗଲେ। ସେମାନଙ୍କର ପିତା ତାଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ଆଜି ଏତେ ଶୀଘ୍ର କିପରି ଫେରି ଆସିଲ?”

19 କନ୍ୟାଗଣ ତାଙ୍କୁ ଉତ୍ତର ଦେଲେ, “ହଁ, ମେଷପାଳକମାନେ ଆମ୍ଭକୁ ଘୋଉଡ଼ାଇ ଦେଉଥିଲେ, ମାତ୍ର ଏବ୍ରୀୟ ଲୋକ ଆମ୍ଭକୁ ସାହାଯ୍ୟ କଲେ। ସେ ଆମ୍ଭମାନଙ୍କ ପାଇଁ ପାଣି କାଢ଼ି ଆମ୍ଭର ମେଷମାନଙ୍କୁ ଜଳପାନ କରାଇଲେ।”

20 ତେଣୁ ରୂୟେଲ ତାଙ୍କର କନ୍ୟାମାନଙ୍କୁ କହିଲେ, “ସେହି ଲୋକଟି କେଉଁଠାରେ ଅଛି? ତୁମ୍ଭେ କାହିଁକି ତାଙ୍କୁ ଛାଡ଼ି ଦେଲ? ତାଙ୍କୁ ଏଠାକୁ ଡାକ ସେ ଆମ୍ଭ ସହିତ ଖାଇବ।”

21 ମୋଶା ସେହି ଲୋକଟି ସହିତ ବାସ କରିବା ପାଇଁ ରାଜି ହେଲେ। ରୂୟେଲ ତାଙ୍କର କନ୍ୟା ସି‌ପ୍‌ପୋରାକୁ ମୋଶାଙ୍କ ସହିତ ବିବାହ ଦେଲେ। 22 ସି‌ପ୍‌ପୋରା ଗର୍ଭବତୀ ହେଲା, ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦେଲା। ମୋଶା ତାଙ୍କର ନାମ ଗେର୍ଶୋମ୍ ଦେଲେ, କାରଣ ସେ କହିଲେ, “ମୁଁ ବିଦେଶରେ ବାସ କରି ଆସୁଅଛି।”

ପରମେଶ୍ୱର ଇସ୍ରାଏଲକୁ ସାହାଯ୍ୟ କରିବାକୁ ନିର୍ଣ୍ଣୟ କଲେ

23 ଦୀର୍ଘଦିନ ପରେ ସେହି ମିଶରର ରାଜା ମୃତ୍ୟୁବରଣ କଲେ କିନ୍ତୁ ଇସ୍ରାଏଲୀୟମାନଙ୍କୁ ପୂର୍ବପରି କଠିନ ପରିଶ୍ରମ କରିବାକୁ ପଡ଼ିଲା। ସେମାନେ ଅନୁନୟ କଲେ ଏବଂ ପରମେଶ୍ୱର ସେମାନଙ୍କର ଡାକ ଶୁଣିଲେ। 24 ପରମେଶ୍ୱର ସେମାନଙ୍କର ଆତୁର ଡାକ ଶୁଣିଲେ ଓ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କ ସହିତ କରିଥିବା ଆପଣା ନିୟମ ସ୍ମରଣ କଲେ। 25 ଇସ୍ରାଏଲୀୟମାନଙ୍କ ପ୍ରତି ଧ୍ୟାନ ଦେଲେ ଓ ସେମାନଙ୍କ ଅବସ୍ଥା ହୃଦୟଙ୍ଗମ କଲେ।