Add parallel Print Page Options

ନିହିମିୟାଙ୍କର ପ୍ରାର୍ଥନା

ଏଗୁଡ଼ିକ ନିହିମିୟାଙ୍କର ବାକ୍ୟ ଅଟେ। ନିହିମିୟା ହଖଲିୟର ପୁତ୍ର ଥିଲେ। ବିଂଶତିତମ ବର୍ଷର କି‌ଶ୍‌ଲେବ୍ ମାସରେ ମୁଁ ଶୂଶନର ରାଜଧାନୀରେ ଥିଲି। ମୁଁ ଯେତେବେଳେ ଶୂଶନରେ ଥିଲି, ମୋର ଭାଇମାନଙ୍କ ମଧ୍ୟରୁ ଜଣେ ତାଙ୍କର ନାମ ଥିଲା, ହନାନି ଓ ଯିହୁଦାରୁ କେତେ ଜଣ ଲୋକ ଆସିଥିଲେ। ତହୁଁ ମୁଁ ସେମାନଙ୍କୁ ବନ୍ଦୀତ୍ୱରୁ ଫେରି ଆସିଥିବା ଅବଶିଷ୍ଟ ଯିହୁଦୀୟମାନଙ୍କ ବିଷୟରେ ଓ ଯିରୁଶାଲମ ବିଷୟରେ ପଗ୍ଭରିଲି।

ସେତେବେଳେ ସେମାନେ ମୋତେ କହିଲେ, “ଯେଉଁମାନେ ବନ୍ଦୀତ୍ୱରୁ ଫେରି ଆସିଥିଲେ ସେହି ପ୍ରଦେଶସ୍ଥ ଅବଶିଷ୍ଟ ଲୋକେ ମହା ଦୁଃଖ ଓ ଅପମାନରେ ଅଛନ୍ତି, କାରଣ ଯିରୁଶାଲମର ପ୍ରାଚୀର ଭାଙ୍ଗି ଅଛି ଏବଂ ଏହାର ଫାଟକକୁ ପୋଡ଼ି ଦିଆଯାଇଅଛି।”

ଯେତେବେଳେ ମୁଁ ସେମାନଙ୍କଠାରୁ ଏହି ସମ୍ବାଦ ଶୁଣିଲି, ମୁଁ ଦୁଃଖିତ ହେଲି। ମୁଁ ବସି କ୍ରନ୍ଦନ କଲି। ମୁଁ ଉପବାସରେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ବହୁ ଦିନ ଧରି ପ୍ରାର୍ଥନା କଲି। ତା’ପରେ ମୁଁ ଏହିପରି ପ୍ରାର୍ଥନା କଲି:

“ହେ ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ତୁମ୍ଭେ ମହାନ ଓ ଶକ୍ତିଶାଳୀ ପରମେଶ୍ୱର ଅଟ। ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ଆଜ୍ଞା ସବୁ ପାଳନ କରନ୍ତି, ତୁମ୍ଭେ ତୁମ୍ଭର ଚୁକ୍ତି ରକ୍ଷା କର ଓ ସେମାନଙ୍କ ପ୍ରତି ଅନୁରକ୍ତ ରୁହ।

“ତୁମ୍ଭର କର୍ଣ୍ଣ ଶୁଣୁ ଏବଂ ତୁମ୍ଭର ଆଖି ଖୋଲ ଏବଂ ମୋର ପ୍ରାର୍ଥନା ପ୍ରତି ଧ୍ୟାନ ଦିଅ, ଯାହା ମୁଁ ଦିନ ଓ ରାତ୍ରି ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭ ଦାସ ଇସ୍ରାଏଲୀୟମାନଙ୍କ ପାଇଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭ ବିରୁଦ୍ଧରେ କରିଥିବା ପାପ ଆମ୍ଭେ ସ୍ୱୀକାର କରିଅଛୁ। ଉଭୟ ମୁଁ ଓ ମୋର ପରିବାର ପାପ କରିଅଛୁ। ଆମ୍ଭେ ଇସ୍ରାଏଲୀୟମାନେ ତୁମ୍ଭ ବିରୁଦ୍ଧରେ ଅତିଶୟ ଭାବରେ ପାପ କରିଅଛୁ। ଆମ୍ଭେମାନେ ତୁମ୍ଭର ଆଜ୍ଞା, ବ୍ୟବସ୍ଥାଗୁଡ଼ିକ ଓ ବିଗ୍ଭର ପାଳନ କରୁ ନାହୁଁ, ଯାହା ତୁମ୍ଭର ଦାସ ମୋଶାଙ୍କ ମାଧ୍ୟମରେ ଆମ୍ଭକୁ ଦେଇଥିଲ।

“ତୁମ୍ଭେ ଯାହାସବୁ କହିଅଛ ତାହା ମନେ ପକାଇବା ପାଇଁ ମୁଁ ତୁମ୍ଭକୁ ପଗ୍ଭରୁଅଛି, ତୁମ୍ଭେ ଆଦେଶ କରିଅଛ ଏବଂ ତୁମ୍ଭର ଦାସ ମୋଶାଙ୍କୁ କହିଥିଲ, ‘ଯଦି ତୁମ୍ଭେମାନେ ପାପ କର, ଆମ୍ଭେ ତୁମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା। କିନ୍ତୁ ଯଦି ତୁମ୍ଭେମାନେ ଆମ୍ଭ ପାଖକୁ ଫେରି ଆସିବ ଓ ଆମ୍ଭ ଆଜ୍ଞା ପାଳନ କରି ଓ ଅଭ୍ୟାସ କରି ବାସ କରିବ, ତେବେ ଯଦିଓ ତୁମ୍ଭେମାନେ ଆକାଶର ପ୍ରାନ୍ତ ସୀମାରେ ନିର୍ବାସିତ ଥିଲେ ହେଁ, ଆମ୍ଭେ ସେଠାରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ଆପଣା ନାମ ସ୍ଥାପନ କରିବା ପାଇଁ ଯେଉଁ ସ୍ଥାନ ମନୋନୀତ କରିଅଛୁ, ସେହି ସ୍ଥାନକୁ ସେମାନଙ୍କୁ ଆଣିବା।’

10 “ଏମାନେ ତୁମ୍ଭର ଦାସ ଓ ତୁମ୍ଭର ଲୋକ, ତୁମ୍ଭେ ଏମାନଙ୍କୁ ଆପଣାର ମହା ପରାକ୍ରମ ଓ ଆପଣାର ବଳବାନ ହସ୍ତଦ୍ୱାରା ମୁକ୍ତ କରିଅଛ। 11 ହେ ସଦାପ୍ରଭୁ, ବିନୟ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ସମ୍ମାନ କରିବାରେ ଆନନ୍ଦ କରନ୍ତି, ଏମନ୍ତ ତୁମ୍ଭ ଦାସର ଓ ସମସ୍ତ ଦାସମାନଙ୍କର ପ୍ରାର୍ଥନା ପ୍ରତି ଟିକେ କର୍ଣ୍ଣପାତ କର। ଆଉ ପ୍ରାର୍ଥନା କରୁଅଛି ଆଜି ଆପଣା ଦାସକୁ ସଫଳ କରାଅ। ଏହି ବ୍ୟକ୍ତିର ଦୃଷ୍ଟିରେ ତାହାକୁ ଦୟାପ୍ରାପ୍ତ ହେବାକୁ ଦିଅ।”

ଏ ସମୟରେ, ମୁଁ ରାଜାଙ୍କର ପାନପାତ୍ରବାହକ ଥିଲି।