Add parallel Print Page Options

ଅନ୍ୟାନ୍ୟ ନିୟମଗୁଡ଼ିକ

22 “ଯଦି ତୁମ୍ଭେ ଏହା ଦେଖ ଯେ ତୁମ୍ଭର ପଡ଼ୋଶୀମାନଙ୍କର ଗାଈ କିଅବା ମେଷ ବଣା ହୋଇ ଯିବାର, ତୁମ୍ଭେ ନିଶ୍ଚୟ ତାହାକୁ ତାଙ୍କର ମାଲିକକୁ ଫେରାଇ ଦେବ। ଯଦି ତା’ର ମାଲିକ ତୁମ୍ଭଠାରୁ ଦୂରରେ ବାସ କରୁଥାଏ, କିଅବା ତୁମ୍ଭେ ତା’ର ମାଲିକକୁ ଜାଣି ନ ଥାଅ, ତେବେ ତାକୁ ତୁମ୍ଭ ଗୃହକୁ ନେଇଯାଅ। ତୁମ୍ଭେ ସେମାନଙ୍କୁ ତୁମ୍ଭ ପାଖରେ ତା’ର ମାଲିକ ଖୋଜି ଖୋଜି ଆସିବା ପର୍ଯ୍ୟନ୍ତ ରଖିପାରିବ। ଏହା ପରେ ତୁମ୍ଭେମାନେ ତା’ର ମାଲିକକୁ ସେମାନଙ୍କୁ ଫେରାଇ ଦେବା ଉଚିତ୍। ତୁମ୍ଭେ ତୁମ୍ଭର ପଡ଼ୋଶୀଙ୍କ ଗର୍ଦ୍ଦଭ ପାଇଲେ ମଧ୍ୟ ତୁମ୍ଭେ ତାହା ପ୍ରତି ଠିକ୍ ସେହିପରି କର, ତୁମ୍ଭେ ସର୍ବଦା ତୁମ୍ଭର ପଡ଼ୋଶୀମାନଙ୍କୁ ସାହାଯ୍ୟ କରିବ। ଯଦି ସେମାନଙ୍କର ଲୁଗା କିଅବା ଅନ୍ୟ କିଛି ଦ୍ରବ୍ୟ ସେମାନେ ହରାଇଥା’ନ୍ତି।

“ଯଦି ତୁମ୍ଭର ପଡ଼ୋଶୀମାନଙ୍କର ଗଧ ଅବା ଗାଈ ବାଟରେ ପଡ଼ି ଯିବାର ଦେଖିବ ତୁମ୍ଭେ ସେମାନଙ୍କୁ ଉଠାଇ ଦେବ କିଅବା ଉଠାଇବାରେ ସାହାଯ୍ୟ କରିବ।

“ଜଣେ ସ୍ତ୍ରୀଲୋକ ପୁରୁଷ ଲୋକମାନଙ୍କର ପୋଷାକ ପିନ୍ଧିବ ନାହିଁ। ଏବଂ ଜଣେ ପୁରୁଷ କେବେବି ସ୍ତ୍ରୀ ଲୋକର ପୋଷାକ ପିନ୍ଧିବ ନାହିଁ। ଏସବୁ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ଘୃଣାଯୋଗ୍ୟ ଅଟେ।

“ପଥ ପାର୍ଶ୍ୱସ୍ଥ କୌଣସି ଗଛରେ କିଅବା ଭୂମିରେ ତୁମ୍ଭ ସମ୍ମୁଖରେ କୌଣସି ପକ୍ଷୀର ବସାରେ ଛୁଆ କିଅବା ଡିମ୍ବ ଥାଏ ଏବଂ ସେହି ଡିମ୍ବ ଉପରେ ବା ପକ୍ଷୀ ଛୁଆ ଉପରେ ଯଦି ମା ପକ୍ଷୀ ବସିଥାଏ, ତେବେ ତୁମ୍ଭେ ପକ୍ଷୀ ସହିତ ଛୁଆକୁ ଆଣିବ ନାହିଁ। ତୁମ୍ଭେ ତୁମ୍ଭମାନଙ୍କ ପାଇଁ ପକ୍ଷୀ ଛୁଆମାନଙ୍କୁ ଆଣି ପାରିବ କିନ୍ତୁ ତା’ର ମା’ ପକ୍ଷୀକୁ ମୁକ୍ତ କରିଦେବ। ଯଦି ତୁମ୍ଭେମାନେ ଏହି ନିୟମଗୁଡ଼ିକ ମାନିବ ତେବେ ତୁମ୍ଭମାନଙ୍କର ଦୀର୍ଘଜୀବୀ ହେବ ଏବଂ ତୁମ୍ଭମାନଙ୍କର ମଙ୍ଗଳ ହେବ।

“ଯେତେବେଳେ ତୁମ୍ଭେମାନେ ଏକ ନୂତନ ଗୃହ ନିର୍ମାଣ କର, ତୁମ୍ଭେମାନେ ସେହି ଛାତର ଚତୁର୍ପାର୍ଶ୍ୱରେ ପାଚେରୀ ଉଠାଇବ। ତେବେ ତୁମ୍ଭେମାନେ କୌଣସି ଲୋକ ଛାତ ଉପରୁ ପଡ଼ି ମରିବା ପାଇଁ ଦୋଷୀ ହେବ ନାହିଁ।

ଏହିସବୁ ବସ୍ତୁ ଏକାଠି ରଖିବା ନିଷେଧ

“ତୁମ୍ଭେମାନେ ତୁମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ରରେ ମିଶ୍ରିତ ବୀଜ ରୋପଣ କର ନାହିଁ। ତୁମ୍ଭେ ଏପରି ଯଦି କର, ଯେଉଁ ବୀଜ ବୁଣା ଯାଇଥିଲା ବା ଯେଉଁ ଫଳ ଫଳିଛି, ସେଗୁଡ଼ିକ ତୁମ୍ଭକୁ ବ୍ୟବହାର କରିବା ପାଇଁ ଅନୁମତି ଦିଆଯିବ ନାହିଁ।

10 “ତୁମ୍ଭେ ବଳଦ ଓ ଗଧ ଏକତ୍ର ଯୋଡ଼ି ଗ୍ଭଷ କରିବ ନାହିଁ।

11 “ଏପରି ପୋଷାକ ପିନ୍ଧ ନାହିଁ, ଯାହାକି ରେଶମ ଓ ଲାଇଲନ୍ ସୂତାରେ ପ୍ରସ୍ତୁତ ହୋଇଥିବ।

12 “ତୁମ୍ଭେ ଆପଣା ଶରୀରରେ ଉତ୍ତରୀୟ ବସ୍ତ୍ର ଗ୍ଭରି ଅଞ୍ଚଳରେ ଝୁମ୍ପା ବନାଇବ।

ବିବାହ ନିୟମଗୁଡ଼ିକ

13 “ଜଣେ ପୁରୁଷ ଜଣେ ସ୍ତ୍ରୀକୁ ବିବାହ କରି ତା’ସହିତ ଶାରୀରୀକ ସମ୍ପର୍କ ରଖି ଯେବେ ତାକୁ ପରେ ଘୃଣା କରେ। 14 ଯଦି ତାହା ବିରୁଦ୍ଧରେ ମନ୍ଦ କଥା ଆରୋପ କରେ ଓ ତା’ର ଦୁର୍ନାମ କରେ କି, ‘ଆମ୍ଭେ ଏହି ସ୍ତ୍ରୀକୁ ବିବାହ କଲୁ ମାତ୍ର ସହବାସ କାଳରେ ଏହାର କୁମାରୀତ୍ୱ ଲକ୍ଷଣ ପାଇଲୁ ନାହିଁ।’ 15 ତେବେ ସେହି କନ୍ୟାର ପିତାମାତା ତାହାର କୁମାରୀତ୍ୱର ପ୍ରମାଣ କୌମାର୍ଯ୍ୟର ଚିହ୍ନ ନେଇ ନଗର ଫାଟକରେ ପ୍ରାଚୀନମାନଙ୍କ ନିକଟକୁ ଆଣିବେ। 16 ସେହି କନ୍ୟାର ପିତା ପ୍ରାଚୀନବର୍ଗମାନଙ୍କୁ କହିବେ, ‘ଆମ୍ଭେ ଏହି ଲୋକ ସଙ୍ଗରେ ଆମ୍ଭ କନ୍ୟାକୁ ବିବାହ ଦେଲୁ। 17 ମାତ୍ର ସେ ତାକୁ ଘୃଣା କଲା, ଆଉ ଦେଖ, ସେ ତାହା ବିରୁଦ୍ଧରେ ମନ୍ଦକଥା ଆରୋପ କରି କହୁଅଛି କି, “ଆମ୍ଭେ ତୁମ୍ଭ କନ୍ୟାର କୁମାରୀତ୍ୱ ଲକ୍ଷଣ ପାଇଲୁ ନାହିଁ।” ମାତ୍ର ଆମ୍ଭ କନ୍ୟାର କୁମାରୀତ୍ୱର ଚିହ୍ନ ଏହି।’ ତହୁଁ ସେମାନେ ନଗରସ୍ଥ ପ୍ରାଚୀନମାନଙ୍କ ସାକ୍ଷାତରେ ସେହି ଲୁଗା ମେଲାଇ ଦେବେ। 18 ଏହା ପରେ ନଗରର ପ୍ରାଚୀନମାନେ ସେହି ପୁରୁଷକୁ ଧରି ଶାସ୍ତି ଦେବେ। 19 ପୁଣି ସେମାନେ ତାହାକୁ ଶହେ ଶେକଲ ରୂପା ଦଣ୍ତ କରି କନ୍ୟାର ପିତାକୁ ଦେବେ। କାରଣ ସେ ଇସ୍ରାଏଲୀୟ ଏକ କନ୍ୟା ଉପରେ ଦୁର୍ନାମ ଦେଇଛି। ତହିଁରେ ସେ ତା’ର ଭାର୍ଯ୍ୟା ହେବ। ସେ ତାହାକୁ ଯାବଜ୍ଜୀବନ ପାଇଁ ତ୍ୟାଗ କରି ପାରିବ ନାହିଁ।

20 “ମାତ୍ର କଥା ଯେବେ ସତ୍ୟ ହେବ ଯେ କନ୍ୟାର କୁମାରୀତ୍ୱର ଚିହ୍ନ ଦେଖା ନ ଯାଏ। 21 ତେବେ ସେମାନେ ସେହି କନ୍ୟାକୁ ବାହାର କରି ପିତୃ ଗୃହର ଦ୍ୱାର ନିକଟକୁ ଆଣିବେ। ଆଉ ନଗରସ୍ଥ ଲୋକମାନେ ତାକୁ ପଥର ପିଙ୍ଗି ହତ୍ୟା କରିବେ। କାରଣ ପିତୃଗୃହରେ ଯୌନକ୍ରିୟା ଜନିତ ପାପ ବ୍ୟଭିଗ୍ଭର କରିବାରୁ ସେ ଇସ୍ରାଏଲ ମଧ୍ୟରେ ଦୁଷ୍କର୍ମ କଲା। ଏହି ଉପାୟରେ ତୁମ୍ଭେମାନେ ଇସ୍ରାଏଲରୁ ଦୁଷ୍କର୍ମ ଦୂର କରିବା ଉଚିତ୍।

ଶାରୀରୀକ ପାପ

22 “ଯଦି କୌଣସି ଲୋକ ଅନ୍ୟ ଜଣେ ବିବାହିତ ସ୍ତ୍ରୀ ସହିତ ଶାରୀରୀକ ଯୌନ ସମ୍ପର୍କ ଥିବାର ଦେଖିବାକୁ ତୁମ୍ଭେ ପାଅ। ସେ ଦୁହିଁଙ୍କୁ ମୃତ୍ୟୁ ଦଣ୍ତ ଦିଆଯିବା ଉଚିତ୍। ତୁମ୍ଭେମାନେ ଇସ୍ରାଏଲରୁ ଏହି ଦୁଷ୍କର୍ମ ଦୂରକରିବା ଉଚିତ୍।

23 “ଯେବେ କୌଣସି କୁମାରୀତ୍ୱ କନ୍ୟା ସହିତ କୌଣସି ପୁରୁଷ ପ୍ରତି ବା‌‌ଗ୍‌‌ଦତ୍ତା ଥାଏ ଓ କୌଣସି ପୁରୁଷ ତାହାକୁ ନଗର ମଧ୍ୟରେ ପାଇ ତାହା ସହିତ ଶୟନ କରେ। 24 ତେବେ ତୁମ୍ଭେମାନେ ସେହି ଦୁଇଜଣଙ୍କୁ ବାହାର କରି ନଗରଦ୍ୱାର ନିକଟକୁ ଆଣି ପଥର ଫିଙ୍ଗି ହତ୍ୟା କରିବା ଉଚିତ୍। କାରଣ ସେହି କନ୍ୟା ନଗର ମଧ୍ୟରେ ଥାଇ ମଧ୍ୟ ଡାକ ପକାଇଲା ନାହିଁ। ଏବଂ ସେହି ପୁରୁଷ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କଲା। ତୁମ୍ଭେମାନେ ଇସ୍ରାଏଲରୁ ଏହି ଦୁଷ୍କର୍ମ ଦୂର କରିବା ଉଚିତ୍।

25 “କିନ୍ତୁ ଧରାଯାଉ ଏକ କୁମାରୀ କନ୍ୟା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମୟରେ ଯଦି କୌଣସି ପୁରୁଷ ତାକୁ ଯୌନ ସମ୍ପର୍କ ପାଇଁ ବାଧ୍ୟ କରେ, ତେବେ କେବଳ ସେହି ପୁରୁଷକୁ ହତ୍ୟା କରାଯିବା ଉଚିତ୍। 26 କିନ୍ତୁ ତୁମ୍ଭେମାନେ ସେହି କନ୍ୟା ପ୍ରତି କିଛି କରିବ ନାହିଁ। ସେହି କନ୍ୟାଠାରେ ପ୍ରାଣଦଣ୍ତ ଯୋଗ୍ୟ ପାପ ନାହିଁ। କାରଣ କୌଣସି ମନୁଷ୍ୟ ଯେପରି ଆପଣା ପ୍ରତିବାସୀର ପ୍ରତିକୂଳରେ ଉଠି ତାହାକୁ ବଧକରେ, ଏହି କଥା ଠିକ୍ ସେହିପରି ଅଟେ। 27 କାରଣ ସେହି ପୁରୁଷ ଜଣକ ସେହି କାର୍ଯ୍ୟାରତ ବାଳିକାକୁ କ୍ଷେତ୍ର ମଧ୍ୟରେ ପାଇ ତାକୁ ଆକ୍ରମଣ କଲା। ସେ ସାହାଯ୍ୟ ପାଇଁ ଡାକ ପକାଇଲା ତଥାପି ତାକୁ ରକ୍ଷା କରିବାକୁ କେହି ନ ଥିଲେ,

28 “ଯଦି କୌଣସି ପୁରୁଷ ଅବା‌‌ଗ୍‌‌ଦତ୍ତା କୁମାରୀତ୍ୱ କନ୍ୟାକୁ ପାଇ ତାହାକୁ ଧରି ତାହା ସଙ୍ଗେ ଶୟନ କରେ ଓ ସେମାନେ ଧରା ପଡ଼ନ୍ତି। 29 ତେବେ ତାହା ସହିତ ଶୟନକାରୀ ସେହି ପୁରୁଷ କନ୍ୟାର ପିତାକୁ ପଗ୍ଭଶ୍ ଶେକଲ ରୂପା ଦେବ ଓ ସେ ତାହାକୁ ଭ୍ରଷ୍ଟ କରିବାରୁ ସେ ତାହାର ଭାର୍ଯ୍ୟା ହେବ। ସେହି ପୁରୁଷ ତାହାକୁ ଯାବଜ୍ଜୀବନ ତ୍ୟାଗ କରି ପାରିବ ନାହିଁ।

30 “କୌଣସି ପୁରୁଷ ଆପଣା ପିତୃଭାର୍ଯ୍ୟାକୁ ଗ୍ରହଣ କରିବ ନାହିଁ ଓ ଆପଣା ପିତାର ଅଞ୍ଚଳ ଅନାବୃତ୍ତ କରିବ ନାହିଁ।