Add parallel Print Page Options

ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ସ୍ୱରରେ ଦାଉଦଙ୍କ ମସ୍କୀଲ୍।

53 କେବଳ ନିର୍ବୋଧଗଣ ଭାବନ୍ତି, ପରମେଶ୍ୱର ନାହାନ୍ତି।
    ସେମାନେ ଦୁର୍ନିତୀଗ୍ରସ୍ତ ଓ ସେମାନଙ୍କର କୁକର୍ମଗୁଡ଼ିକ ଭୟଙ୍କର,
    ଓ ସେମାନଙ୍କ ମଧ୍ୟରୁ କେହି ଭଲକାମ କରନ୍ତି ନାହିଁ।
ପରମେଶ୍ୱର ସ୍ୱର୍ଗରୁ ସମସ୍ତ ମନୁଷ୍ୟ ସମାଜକୁ ନିରୀକ୍ଷଣ କରନ୍ତି।
    ସେ ଲକ୍ଷ୍ୟ କରନ୍ତି, ଯଦି କେହି ଜ୍ଞାନୀ ବ୍ୟକ୍ତି
    ପରମେଶ୍ୱରଙ୍କୁ ଅନ୍ୱେଷଣ କରେ।
ସେମାନଙ୍କର ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରୁ ବିମୁଖ ହୋଇଛନ୍ତି।
    ସେ ସମସ୍ତେ ଅଶୁଚି ହୋଇଛନ୍ତି।
କୌଣସି ଲୋକ ସେମାନଙ୍କ ମଧ୍ୟରୁ ସୁକର୍ମ କରି ନାହାନ୍ତି।
    ନାଁ, ଜଣେ କେହି ନାହିଁ!

ପରମେଶ୍ୱର କହନ୍ତି, “ଦୁଷ୍ଟମାନେ କିଛି ବୁଝନ୍ତି ନାହିଁ?
    ଅଧର୍ମାଗ୍ଭରୀମାନେ ଖାଦ୍ୟଗ୍ରାସ କଲାପରି ମୋ’ ଲୋକମାନଙ୍କୁ ଗ୍ରାସ କରୁଛନ୍ତି
    ଏବଂ ସେମାନେ ମୋତେ ପ୍ରାର୍ଥନା କରନ୍ତି ନାହିଁ।”

କିନ୍ତୁ ସେହି ଅଧର୍ମାଗ୍ଭରୀ ଲୋକମାନେ ଭୟଭୀତ ହେବେ।
    ଏପରି ସେମାନେ ପୂର୍ବରୁ କେବେ ଭୟଭୀତ ହୋଇ ନ ଥିବେ।
ଇସ୍ରାଏଲ, ସେହି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି।
    କିନ୍ତୁ ପରମେଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି।
ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରିବ ଏବଂ ପରମେଶ୍ୱର ସେମାନଙ୍କର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।

ମୁଁ ଇଚ୍ଛାକରେ, ସେହି ବିଜୟ ସିୟୋନ ପର୍ବତରୁ
    ଇସ୍ରାଏଲକୁ ଆସନ୍ତା କି!
ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ ପୁଣି ଥରେ ବନ୍ଦୀତ୍ୱରୁ ଆଣିବେ,
    ସେତେବେଳେ ଯାକୁବ ଆନନ୍ଦିତ ହେବେ
    ଏବଂ ଇସ୍ରାଏଲ ଉଲ୍ଲସିତ ହେବେ।