Add parallel Print Page Options

30 “କିନ୍ତୁ ବର୍ତ୍ତମାନ ଯେଉଁମାନେ ମୋ’ଠାରୁ ବୟସରେ ସାନ ସେମାନେ ମଧ୍ୟ ମୋତେ ପରିହାସ କରୁଛନ୍ତି।
    ଆଉ ସେମାନଙ୍କ ପିତାଗଣ ଏଭଳି ଅଯୋଗ୍ୟ ଯେ ମୁଁ ସେମାନଙ୍କୁ ମୋ’ ମେଣ୍ଢା ପଲ ଜଗୁଥିବା କୁକୁରମାନଙ୍କ ସହିତ ରଖାଇବି ନାହିଁ।
ସେହି ଯୁବକମାନଙ୍କର ପିତାଗଣ ଏତେ ଦୁର୍ବଳ ଯେ ସେମାନେ ମୋତେ ସାହାଯ୍ୟ କରି ପାରିବେ ନାହିଁ।
    ସେମାନେ ଆଦି ବୃଦ୍ଧ କ୍ଳାନ୍ତ, ସେମାନଙ୍କ ମାଂସପେଶୀରେ ଶକ୍ତି ସାମର୍ଥ ଆଉ ନାହିଁ।
ସେମାନେ ମଲା ମଣିଷ ଭଳି।
    ସେମାନେ ଖାଦ୍ୟ ବିନା ଅନାହାରରେ ସଢ଼ୁଛନ୍ତି।
    ବାଧ୍ୟ ହୋଇ ମରୁଭୂମିର ଶୁଖିଲା ଧୂଳିରେ ପେଟ ପୁରାଉଛନ୍ତି।
ସେମାନେ ମରୁଭୂମିରେ ଥିବା ଲୁଣିଆ ବୁଦାକୁ ଟାଣି ଆଣନ୍ତି
    ଓ ରୋତମ ବୃକ୍ଷର ଚେର ଖାଇ ବଞ୍ଚନ୍ତି।
ସେମାନେ ବାଧ୍ୟ ହୋଇ ଅନ୍ୟମାନଙ୍କଠାରୁ ପଳାୟନ କରନ୍ତି।
    ଗ୍ଭେରକୁ ଦେଖିଲା ପରି, ଲୋକମାନେ ସେମାନଙ୍କ ଉପରେ ପାଟି କରନ୍ତି।
ଶୁଖିଲା ନଦୀ ଶଯ୍ୟା, ପାହାଡ଼ ଗୁମ୍ଫା
    ଓ ମାଟିରେ ଥିବା ଗାତରେ ସେମାନେ ରହିବାକୁ ବାଧ୍ୟ।
ସେମାନେ ବୁଦାରେ ରହି ଗଧପରି ବୋବାନ୍ତି
    ଓ କଣ୍ଟାବୁଦା ତଳେ ରୁଣ୍ଡ ହୁଅନ୍ତି।
ସେମାନେ ଦଳେ ଅଯୋଗ୍ୟ ନାମହୀନ ଲୋକ।
    ଯିଏ କି ବାଧ୍ୟ ହୋଇ ଦେଶ ଛାଡ଼ିଥିଲେ।

“ବର୍ତ୍ତମାନ ସେହି ଲୋକମାନଙ୍କର ପୁଅମାନେ ମୋତେ ନେଇ ପରିହାସ ସୂଚକ ଗୀତ ବୋଲନ୍ତି
    ଏବଂ ମୋ’ ନାଁ ଏକ ଅପଶବ୍ଦରେ ପରିଣତ ହୋଇଛି।
10 ସେହି ଯୁବକମାନେ ମୋତେ ଘୃଣା କରନ୍ତି।
    ମୋ’ଠାରୁ ଦୂରେଇ ଛିଡ଼ା ହୁଅନ୍ତି ଏବଂ ସେମାନେ ଭାବନ୍ତି ମୋ’ଠାରୁ ବହୁତ ଭଲ ଏପରିକି ସେମାନେ ମୋ’ ମୁହଁରେ ଛେପ ପକାନ୍ତି।
11 ପରମେଶ୍ୱର ମୋ’ ଧନୁରୁ ବାଣ କାଢ଼ି ନେଇଛନ୍ତି ଏବଂ ମୋତେ ଦୁର୍ବଳ କରି ଦେଇଛନ୍ତି।
    ସେହି ଯୁବକମାନେ ସମସ୍ତ ପ୍ରକାର ଆକ୍ଷେପ କରନ୍ତି, ଯେତେବେଳେ ମୋତେ ଦେଖନ୍ତି।
12 ସେମାନେ ମୋର ଡାହାଣ ପଟରୁ ଆକ୍ରମଣ କରନ୍ତି।
    ସେମାନେ ମୋର ପାଦକୁ ମୋ’ଠାରୁ ଠେଲି ଦିଅନ୍ତି
    ଯାହା ମୁଁ ଗୋଟିଏ ଆକ୍ରାନ୍ତ ହୋଇଥିବା ସହର ମୋ’ ପାଚେରୀ ବିରୁଦ୍ଧରେ ସେମାନେ ମାଟିର ମଞ୍ଚ ନିର୍ମାଣ କରନ୍ତି।
13 ସେମାନେ ମୋର ରାସ୍ତାକୁ ଜଗନ୍ତି।
    ମୁଁ ଯାହା ଫଳରେ ପଳାୟନ କରିପାରେ ନାହିଁ।
ମୋତେ ଧ୍ୱଂସ କରିବାରେ ସେମାନେ ସଫଳ ହୁଅନ୍ତି।
    ସେମାନେ କାହାରି ସାହାଯ୍ୟ ଆବଶ୍ୟକ କରନ୍ତି ନାହିଁ।
14 ସେମାନେ ପାଚେରୀରେ ଏକ ସିନ୍ଧି କରନ୍ତି ଓ ଜୋର ଜବରଦସ୍ତ ସେହି ମଧ୍ୟଦେଇ ପ୍ରବେଶ କରନ୍ତି।
    ଝଡ଼ର ତାଣ୍ଡବ ଲୀଳାରେ ସେମାନେ ସହଜରେ ଗତି କରନ୍ତି।
15 ମୁଁ ଭୟରେ ଥରୁଅଛି।
    ବାୟୁ ଜିନିଷସବୁକୁ ଉଡ଼ାଇ ନେଲାଭଳି ସେମାନେ ମୋର ସମ୍ମାନକୁ ଉଡ଼େଇ ନେଉଛନ୍ତି।
    ମେଘଭଳି ମୋର ନିରାପତ୍ତା ହଜିଯାଉଛି।

16 “ବର୍ତ୍ତମାନ ମୋର ଜୀବନ ପ୍ରାୟ ଶେଷ ହୋଇଗଲାଣି ଏବଂ ଶୀଘ୍ର ମୁଁ ମରିଯିବି।
    ଯନ୍ତ୍ରଣାର ଦିନଗୁଡ଼ିକ ମୋତେ ମାଡ଼ି ବସିଲାଣି।
17 ମୋର ଦେହର ସମସ୍ତ ହାଡ଼ ରାତିରେ ଯନ୍ତ୍ରଣା ଦିଏ।
    ମୋର କଷ୍ଟ କେବେ ମୋତେ ଚୋବେଇବା ବନ୍ଦ କରେ ନାହିଁ।
18 ଅତ୍ୟଧିକ ଶକ୍ତିରେ ମୋର ଲୁଗା ମୋଡ଼ିମାଡ଼ି ହୋଇ ଆକାର ବିହୀନ ହୋଇଯାଇଛି,
    ମୋର ଲୁଗାର ଗଳାବନ୍ଧା ମୋର ଶ୍ୱାସରୋଧ କରୁଛି।
19 ପରମେଶ୍ୱର ମୋତେ କାଦୁଅରେ ଫିଙ୍ଗି ଦେଲେ
    ଓ ମୁଁ ମଇଳା ଓ ପାଉଁଶ ଭଳି ହୋଇଗଲି।

20 “ପରମେଶ୍ୱର ତୁମ୍ଭର ସାହାଯ୍ୟ ପାଇଁ ମୁଁ ଚିତ୍କାର କରେ, କିନ୍ତୁ ତୁମ୍ଭେ ଉତ୍ତର ଦିଅ ନାହିଁ।
    ଓ ପ୍ରାର୍ଥନା କରେ କିନ୍ତୁ ତୁମ୍ଭେ କୌଣସି ଦୃଷ୍ଟି ଦିଅ ନାହିଁ।
21 ହେ ପରମେଶ୍ୱର, ତୁମ୍ଭେ ଜୋର ପବନ ଦ୍ୱାରା ମୋତେ ଉଡ଼ାଇ ଦିଅ।
    ତୁମ୍ଭେ ମୋତେ ଝଡ଼ ଗ୍ଭରିଆଡ଼େ ଫିଙ୍ଗିଦିଅ।
22 ପରମେଶ୍ୱର ବତାଶରେ ଉଡ଼ିଯିବାକୁ ମୋତେ ଅନୁମତି ଦିଅ।
    ତୁମ୍ଭେ ଝଡ଼ରେ ମୋତେ ଫିଙ୍ଗିଦିଅ।
23 ମୁଁ ଜାଣେ ତୁମ୍ଭେ ମୃତ୍ୟୁ ଆଡ଼କୁ କଢ଼ାଇ ଦେବ।
    ପ୍ରତ୍ୟେକ ଜୀବିତ ବ୍ୟକ୍ତି ନିଶ୍ଚୟ ମରିବେ।

24 “କିନ୍ତୁ ନିଶ୍ଚୟ କେହି ଜଣକୁ ଆଘାତ କରିବନି ଯିଏ ବିନଷ୍ଟ ହୋଇ ଯାଇଛି
    ଏବଂ ସାହାଯ୍ୟ ପାଇଁ କାନ୍ଦୁଛି।
25 ହେ ପରମେଶ୍ୱର ତୁମ୍ଭେ ଜାଣ ଅସହାୟ ଲୋକଙ୍କ ପାଇଁ ମୁଁ କାନ୍ଦିଛି।
    ଦୀନ ଦୁଃଖୀଙ୍କ ପାଇଁ ମୋର ହୃଦୟ ଦୁଃଖରେ ଭାଙ୍ଗି ପଡ଼ିଛି।
26 କିନ୍ତୁ ମୁଁ ଯେତେବେଳେ ଭଲ ଜିନିଷ ଗ୍ଭହେଁ, ତା’ ବଦଳରେ ଖରାପ ଜିନିଷ ପାଏ।
    ମୁଁ ଯେତେବେଳେ ଆଲୋକର ସନ୍ଧାନ କରେ ସେତେବେଳେ ଅନ୍ଧକାର ମାଡ଼ି ଆସେ।
27 ମୋର ଅନ୍ତନାଳୀ ଆଲୋଡ଼ିତ ହେଉଛି।
    ଯନ୍ତ୍ରଣାର ଶେଷ ନାହିଁ ଏବଂ ବର୍ତ୍ତମାନ ମାତ୍ର ଯନ୍ତ୍ରଣା ଆରମ୍ଭ ହୋଇଛି।
28 ଶୋକ କରି ମୁଁ ଗ୍ଭରିଆଡ଼େ ବୁଲେ, କିନ୍ତୁ ସାନ୍ତ୍ୱନା ପାଏ ନାହିଁ।
    ମୁଁ ପ୍ରାର୍ଥନା ସଭାରେ ଛିଡ଼ା ହୁଏ ଓ ସାହାଯ୍ୟ ପାଇଁ ଆର୍ତ୍ତନାଦ କରେ।
29 ବଣର କୁକୁର ଓ ମରୁଭୂମିର
    ଓଟପକ୍ଷୀ ଭଳି ମୁଁ ଏକୁଟିଆ।
30 ମୋ’ ଦେହର ଚମଡ଼ା ପୋଡ଼ି ଯାଇ ଛିଣ୍ଡି ପଡ଼ୁଛି।
    ଜ୍ୱରରେ ମୋର ଦେହରେ ଭୀଷଣ ତାତି।
31 ବିଷାଦର ଗୀତ ଗାଇବା ପାଇଁ ମୋର ବୀଣା ବନ୍ଧା ହୋଇଛି।
    କରୁଣ କ୍ରନ୍ଦନ କଲାଭଳି ମୋର ବଂଶୀ ଶବ୍ଦ ସୃଷ୍ଟି କରୁଛି।