Add parallel Print Page Options

ଏଷୌଙ୍କ ସହିତ ପୁନର୍ମିଳନ

32 ଏଣୁ ଯାକୁବ ସେହିସ୍ଥାନ ଛାଡ଼ିଲେ। ସେ ଯିବା ବାଟରେ ପରମେଶ୍ୱରଙ୍କ ଦୂତମାନେ ତାଙ୍କୁ ଭେଟିଲେ। ଯେତେବେଳେ ଯାକୁବ ସେମାନଙ୍କୁ ଦେଖିଲେ, ସେ କହିଲେ, “ଏହା ହେଉଛି ପରମେଶ୍ୱରଙ୍କର ଛାଉଣି” ତେଣୁ ଯାକୁବ ସେହି ସ୍ଥାନର ନାମ ମହନୟିମ୍ ରଖିଲେ।

ଯାକୁବଙ୍କ ଭାଇ ଏଷୌ ସେୟୀର ଅଞ୍ଚଳରେ ବାସ କରୁଥିଲେ। ସେ ଅଞ୍ଚଳ ଥିଲା ଇଦୋମର ପର୍ବତମୟ ଦେଶ। ଯାକୁବ ଏଷୌ ନିକଟକୁ ଦୂତ ପଠାଇଲେ। ଯାକୁବ ଦୂତମାନଙ୍କୁ କହିଲେ, “ଏହି କଥା ମୋର ଜ୍ୟେଷ୍ଠ ଭ୍ରାତା ଏଷୌଙ୍କୁ କୁହ, ‘ତୁମ୍ଭର ଦାସ ଯାକୁବ କହିଲା, ଏହି ଦିନଗୁଡ଼ିକ ମୁଁ ଲାବନ ସହିତ ବାସ କରିଛି। ମୋର ଗାଈଗୁଡ଼ିକ, ଗର୍ଦ୍ଦଭଗୁଡ଼ିକ, ପଶୁଗଣ, ମନୁଷ୍ୟଗଣ, ସେବକ ଓ ସେବିକାଗଣ ଅଛନ୍ତି। ମୁନିବ, ମୁଁ ଅନୁଗ୍ରହ ପାଇବା ନିମନ୍ତେ ଏହି ଦୂତଗଣଙ୍କୁ ପଠାଉଛି। ଦୟାକରି ସେମାନଙ୍କୁ ଗ୍ରହଣ କର।’”

ଦୂତଗଣ ଯାକୁବଙ୍କ ପାଖକୁ ଯାଇ କହିଲେ, “ଆମ୍ଭେ ତୁମ୍ଭର ଭାଇ ଏଷୌ ନିକଟକୁ ଗଲୁ। ସେ ତୁମ୍ଭକୁ ଭେଟିବାକୁ ଆସୁଛନ୍ତି ଓ ତାଙ୍କ ସହିତ 400 ଲୋକ ଅଛନ୍ତି।”

ସେହି ବାର୍ତ୍ତା ଯାକୁବଙ୍କୁ ଭୟଭୀତ କଲା। ସେ ତାଙ୍କ ସହିତ ଥିବା ଲୋକମାନଙ୍କୁ ଦୁଇ ଦଳରେ ବିଭକ୍ତ କଲେ। ଗୋମେଷାଦି ଆଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ ଦୁଇ ଦଳ କଲେ। ଯାକୁବ ଚିନ୍ତା କଲେ, “ଯଦି ଏଷୌ ଆସି ଗୋଟିଏ ଦଳକୁ ବିନାଶ କରେ, ତେବେ ଅନ୍ୟ ଦଳ ଦୌଡ଼ିଯାଇ ଜୀବନ ରକ୍ଷା କରିବେ।”

ସେତେବେଳେ ଯାକୁବ କହିଲେ, “ହେ ମୋର ପିତା ଅବ୍ରହାମଙ୍କର ପରମେଶ୍ୱର! ମୋର ପିତା ଇ‌ସ୍‌ହାକର ପରମେଶ୍ୱର! ହେ ସଦାପ୍ରଭୁ ତୁମ୍ଭେ ମୋତେ କହିଲ, ମୋର ଜନ୍ମିତ ସ୍ଥାନକୁ ଫେରିଯିବା ପାଇଁ। ତୁମ୍ଭେ ମୋର ସହାୟ ହେବ। 10 ତୁମ୍ଭେ ମୋତେ ଦୟା ଦେଖାଇ ଆସିଅଛ। ତୁମ୍ଭେ ମୋର ବହୁତ ମଙ୍ଗଳ କରିଅଛ। ମୁଁ ସେ କୌଣସି ବିଷୟ ପାଇଁ ଯୋଗ୍ୟ ନୁହେଁ। ମୁଁ ଯେତେବେଳେ ପ୍ରଥମ ଥର ଯର୍ଦ୍ଦନ ନଦୀ ପାରି ହେଲି, କେବଳ ଏ ବାଡ଼ି ଛଡ଼ା ମୋର କିଛି ନ ଥିଲା। କିନ୍ତୁ ବର୍ତ୍ତମାନ ମୋର ପରିବାର, ଜୀବଜନ୍ତୁ ଏତେ ବେଶୀ ଯେ ଦୁଇଟା ଶିବିର ହୋଇପାରେ। 11 ମୁଁ ବିନତି କରୁଅଛି କୃପାକରି ମୋତେ ମୋର ଭାଇଠାରୁ ରକ୍ଷା କର। ମୋତେ ଏଷୌଠାରୁ ରକ୍ଷା କର। ମୁଁ ତାଙ୍କୁ ଭୟ କରୁଛି। ମୁଁ ଭୟ କରୁଛି ଯେ ସେ ଆମ୍ଭ ସମସ୍ତଙ୍କୁ ହତ୍ୟା କରିବ। ଏପରିକି ମା’ ଓ ତାଙ୍କ ପିଲାମାନଙ୍କୁ ମଧ୍ୟ। 12 ହେ ସଦାପ୍ରଭୁ, ତୁମ୍ଭେ ମୋତେ କହିଲ, ‘ମୁଁ ତୁମ୍ଭଙ୍କୁ ସାହାଯ୍ୟ କରିବି। ମୁଁ ତୁମ୍ଭର ପରିବାରକୁ ସମୁଦ୍ରର ବାଲି ପରି ବୃଦ୍ଧି କରିବି, ଯାହାକୁ କେହି ଗଣି ପାରିବେ ନାହିଁ।’”

13 ଯାକୁବ ରାତିରେ ସେହି ସ୍ଥାନରେ ରହିଲେ, ତାଙ୍କର ଭାଇ ଏଷୌକୁ କିଛି ଉପହାର ଦେବା ପାଇଁ ଯାକୁବ ପ୍ରସ୍ତୁତ ହେଲେ। 14 ଯାକୁବ ଦୁଇଶହ ମାଈଛେଳି ଓ କୋଡ଼ିଏଟି ଛେଳି, ଦୁଇଶହ ମାଈମେଣ୍ଢା ଓ କୋଡ଼ିଏଟି ଅଣ୍ଡିରା ମେଣ୍ଢା ଦେବାକୁ ସ୍ଥିର କଲେ। 15 ଯାକୁବ ସବତ୍ସା ଦୁ‌ଗ୍‌ଧବତୀ ତିରିଶ୍ ମାଈଓଟ, ଗ୍ଭଳିଶ୍ ଗାଈ, ଦଶ ବୃଷ, କୋଡ଼ିଏ ଗଧ ଓ ଦଶ ଗୋଟି ବାଛୁରି ପ୍ରସ୍ତୁତ କଲେ। 16 ଯାକୁବ ପଲସବୁ ପୃଥକ କରି ଆପଣା ଦାସମାନଙ୍କ ହସ୍ତରେ ଏକ ପଲ ସମର୍ପଣ କରି ସେମାନଙ୍କୁ ଆଜ୍ଞା ଦେଲେ, “ତୁମ୍ଭେମାନେ ମୋର ଆଗେ ଆଗେ ଯାଅ। ପୁଣି ମଝିରେ ମଝିରେ ସ୍ଥାନ ରଖି ପ୍ରତ୍ୟେକ ପଲକୁ ପୃଥକ କର।” 17 ଯାକୁବ ଏହି ଆଦେଶ ତାଙ୍କର ଦାସମାନଙ୍କୁ ଦେଲେ। ପ୍ରଥମ ଦଳର ଦାସକୁ ଯାକୁବ କହିଲେ, “ଯେତେବେଳେ ଏଷୌ, ମୋର ଭାଇ ତୁମ୍ଭ ପାଖକୁ ଆସି ପଗ୍ଭରେ, ‘ତୁମ୍ଭେ କାହାର ଦାସ? ତୁମ୍ଭେ କେଉଁଠାକୁ ଯାଉଛ? ଏହି ପଶୁଗୁଡ଼ିକ କାହାର?’ 18 ତା’ପରେ ତୁମ୍ଭେ ଉତ୍ତର ଦେବ, ଏହି ପଶୁଗୁଡ଼ିକ ତୁମ୍ଭ ଦାସ ଯାକୁବର, ମୋର ମୁନିବ ଯାକୁବ ତୁମ୍ଭକୁ ଏହା ଉପହାର ଦେଇଛନ୍ତି। ଏବଂ ଯାକୁବ ମଧ୍ୟ ଆମ ପଛେ ପଛେ ଆସୁଛନ୍ତି।”’

19 ଯାକୁବ ଏହିପରି କହିବାକୁ ତାଙ୍କର ଦ୍ୱିତୀୟ ଦଳର ଦାସ ଓ ତୃତୀୟ ଦଳର ଦାସ ଏବଂ ସମସ୍ତ ଦାସଙ୍କୁ ଏହିପରି କହିଲେ। ସେ କହିଲେ, “ତୁମ୍ଭେ ସମସ୍ତେ ଏହିପରି କହିବ ଯେତେବେଳେ ଏଷୌକୁ ତୁମ୍ଭେମାନେ ଭେଟିବ। 20 ତୁମ୍ଭେମାନେ କହିବ, ‘ଏହିସବୁ ତୁମ୍ଭ ପାଇଁ ଉପହାର ଅଟେ। ଏବଂ ତୁମ୍ଭର ଦାସ ଯାକୁବ ତୁମ୍ଭ ପଛରେ ଆସୁଛନ୍ତି।”’

ଯାକୁବ ଭାବିଲେ, “ଯଦି ମୁଁ ଏହି ଲୋକମାନଙ୍କୁ ଉପହାର ଦେଇ ଆଗରେ ପଠାଇ ଦିଏ, ହୋଇପାରେ ଏଷୌ ମୋତେ କ୍ଷମା ଦେଇପାରେ ଏବଂ ମୋତେ ଗ୍ରହଣ କରିପାରେ।” 21 ତେଣୁ ଯାକୁବ ଉପହାରଗୁଡ଼ିକ ଏଷୌ ନିକଟକୁ ପଠାଇ ଦେଲେ। କିନ୍ତୁ ଯାକୁବ ରାତ୍ରିରେ ସେହି ଛାଉଣିରେ ରହିଲେ।

22 ସେହି ରାତ୍ରିରେ ଯାକୁବ ଉଠି ସେହି ସ୍ଥାନ ଛାଡ଼ିଲେ। ଯାକୁବ ତାଙ୍କର ଦୁଇ ସ୍ତ୍ରୀ, ଏଗାର ଜଣ ପିଲାମାନଙ୍କୁ ଏବଂ ତାଙ୍କର ଦାସୀକୁ ନେଇ ଗଲେ। ଯାକୁବ ଯ‌ବ୍‌ବୋକ ପାର କରାଇବା ପାଇଁ ସଙ୍ଗରେ ନେଲେ। 23 ଯାକୁବ ତାଙ୍କର ପରିବାରକୁ ଏବଂ ତାଙ୍କର ସମସ୍ତ ଦ୍ରବ୍ୟକୁ ନଦୀ ପାର କରାଇଲେ।

ଜଣକ ସହିତ ଅନ୍ୟ ଜଣଙ୍କ ଯୁଦ୍ଧ

24 ଯାକୁବ ଏକୁଟିଆ ରହିଗଲେ ଏବଂ ଜଣେ ମନୁଷ୍ୟ ତାଙ୍କ ସହିତ ସକାଳ ପର୍ଯ୍ୟନ୍ତ ମଲ୍ଲଯୁଦ୍ଧ କଲେ। 25 ସେହି ଲୋକଟି ଦେଖିଲେ ସେ ଯାକୁବଙ୍କୁ ପରାସ୍ତ କରି ପାରିବେ ନାହିଁ। ତେଣୁ ସେ ଯାକୁବଙ୍କର ଗୋଡ଼କୁ ଟାଣି ଦେବାରୁ ତାଙ୍କର ଗୋଡ଼ ଖଞ୍ଜାରୁ ଛାଡ଼ିଗଲା।

26 ଆଉ ସେହି ଲୋକଟି ଯାକୁବଙ୍କୁ କହିଲେ, “ମୋତେ ଯିବାକୁ ଦିଅ କାରଣ ପ୍ରଭାତ ହୋଇଗଲା।”

କିନ୍ତୁ ଯାକୁବ କହିଲେ, “ମୁଁ ତୁମ୍ଭକୁ ଯିବାକୁ ଦେବି ନାହିଁ, ଯେପର୍ଯ୍ୟନ୍ତ ମୋତେ ଆଶୀର୍ବାଦ ନ କରିଛ।”

27 ଏବଂ ସେହି ଲୋକଟି ତାଙ୍କୁ କହିଲେ, “ତୁମ୍ଭର ନାମ କ’ଣ?”

ଏବଂ ଯାକୁବ ଉତ୍ତର ଦେଲେ, “ମୋର ନାମ ଯାକୁବ ଅଟେ।”

28 ଏହା ପରେ ସେହି ମନୁଷ୍ୟଟି କହିଲେ, “ଆଉ ତୁମ୍ଭର ନାମ ଯାକୁବ ହେବ ନାହିଁ। ତୁମ୍ଭର ନାମ ଇସ୍ରାଏଲ ହେବ ଏବଂ ତୁମ୍ଭେ ସେହି ନାମରେ ପରିଚିତ ହେବ କାରଣ ତୁମ୍ଭେ ପରମେଶ୍ୱରଙ୍କ ସହିତ ଏବଂ ମନୁଷ୍ୟ ସହିତ ଯୁଦ୍ଧ କରି ଜୟଲାଭ କଲ।”

29 ଏହା ପରେ ଯାକୁବ ତାଙ୍କୁ ପଗ୍ଭରିଲେ, “ଦୟାକରି ତୁମ୍ଭର ନାମ କୁହ।”

କିନ୍ତୁ ସେହି ଲୋକଟି କହିଲେ, “ତୁମ୍ଭେ କାହିଁକି ଆମ୍ଭର ନାମ ପଗ୍ଭରୁ ଅଛ?” ଏହି ସମୟରେ ସେହି ଲୋକଟି ଯାକୁବଙ୍କୁ ଆଶୀର୍ବାଦ କଲେ।

30 ତେଣୁ ଯାକୁବ ସେହି ସ୍ଥାନର ନାମ ପନୂୟେଲ ଦେଲେ। ତା’ପରେ ସେ କହିଲେ, “ମୁଁ ପରମେଶ୍ୱରଙ୍କୁ ମୁହାଁମୁହିଁ ଦେଖିଲେ ବି ମୋର ଜୀବନ ବଞ୍ଚି ରହିଲା।” 31 ଏହା ପରେ ସୂର୍ଯ୍ୟୋଦୟ ବେଳକୁ ସେ ପନୂୟେଲ ପାର ହେଲାମାତ୍ରେ ତାଙ୍କର ଗୋଡ଼ ଯୋଗୁଁ ଛୋଟାଇ ଗ୍ଭଲିଲେ। 32 ତେଣୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲର ସନ୍ତାନମାନେ ଉପରିସ୍ଥ ସନ୍ଧିଶିରା ବା ଏ ସନ୍ଧିଶିରାର ମାଂସ ଭୋଜନ କରନ୍ତି ନାହିଁ। କାରଣ ସନ୍ଧିଶିରାରେ ଯାକୁବଙ୍କୁ ଆଘାତ ଲାଗିଥିଲା।